ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ
ଭବାନୀପାଟଣା : ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗର ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ ପାଳିତ ହୋଇଯାଇଛି। ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତାରା ଜସ୍ମିନ୍ ଗୁଡ଼ିଆ ସମ୍ମାନୀତ ଅତିଥି,ମୁଖ୍ୟବକ୍ତା ରୂପେ ଡ ଉମେଶ ଚନ୍ଦ୍ର ଶତପଥୀ ଯୋଗ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥଲେ।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ସମସ୍ତଙ୍କୁ ସ୍ବାଗତ କରି ଦିବସ ପାଳନ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ।


ଭିଜିଲାନ୍ସ ଡିଏସପି ପ୍ରଦୀପ କୁମାର ଆଇନ୍ଦ ଦୁର୍ନୀତି ନିବାରଣ କଳାହାଣ୍ଡି ଶାଖା ତରଫରୁ ଗତ ୨୬ ତାରିଖ ରୁ ଚାଲିଥିବା ଦୁର୍ନୀତି ନିବାରଣ କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।ଜିଲ୍ଲାପାଳଙ୍କ ନେତୃତ୍ୱରେ ଦୁର୍ନୀତିର ମୂଳୋତ୍ପାଟନ ନିମନ୍ତେ ସମସ୍ତ ଙ୍କୁ ସାଧୁତା ଓ ସଚ୍ଚୋଟତା ର ଶପଥ ପାଠ କରାଯାଇଥିଲା। ସଭାରେ ସମସ୍ତ କର୍ମଚାରୀମାନଙ୍କୁ ବୃତ୍ତିଗତ ଓ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା, ଅସଦ ଉପାୟରେ ଧନ ଅର୍ଜନ କରିବା ବର୍ଜନ,ଆଇନ ଶାସନକୁ ଅନୁପାଳନ,ନିଜର ଦାୟିତ୍ୱ କୁ ସାଧୁତା ଓ ସ୍ୱଚ୍ଛତା ସହ ସମ୍ପାଦନା କରିବା, ଉତ୍କୋଚ ଗ୍ରହଣ ନ କରିବା ଏବଂ ନ ଦେବା,ଜନସାଧାରଣଙ୍କ ହିତ ପାଇଁ ସେବା ମନୋବୃତ୍ତି ନେଇ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆ ଯାଇଥିଲା। ଲାଞ୍ଚ ଦେଇ ଶୀଘ୍ର କାର୍ଯ୍ୟ କରିବାର ମାନସିକତାକୁ ପରିହାର କରିବା, ନିଜ ଜୀବନରେ ସାଧୁତା ଓ ସ୍ୱଚ୍ଛତା କୁ ବଜାୟ ରଖିବା, ଯୁବ ସମାଜର ଚରିତ୍ର ଗଠନ ଓ ଦୁର୍ନୀତି ବିରୁଦ୍ଧରେ ସ୍ବର ଉତ୍ତୋଳନ,ଦୁର୍ନୀତି ବିଭାଗର କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରି ସମସ୍ତେ ସ୍ୱଚ୍ଛତା ଓ ସାଧୁତାକୁ ଆୟୁଧ କଲେ ଦୁର୍ନୀତିମୁକ୍ତ ସମାଜ ଗଠନରେ ସହାୟକ ହୋଇପାରିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।ଏହି ଅବସରରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…
