ଆଉ କେତେ ମୁଣ୍ଡ ଗଲେ ଚେତିବେ ପ୍ରସାସନ। *ରାସ୍ତା ଜାମ ପାଇଁ ଗୋଲା ଏକ ନିରୀହ ଜୀବନ।
ଯୋଡ଼ା – କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଲୋଇଡାପଡା ପଞ୍ଚାୟତ ର ହୋଟେଲ ପ୍ରିନ୍ସ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଅଜଣା ଗାଡି ଧକ୍କା ରେ ଯୁବକ ପଥଚାରୀ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଏହା କୁ କେନ୍ଦ୍ର କରି ଚାପା ଉତ୍ତେଜନା ଦେଖାଦେଇଥିଲା। ଲୋକ ଙ୍କ କହିବା କଥା ସବୁ ସମୟରେ ରାସ୍ତା କଡରେ ଗାଡ଼ି ଗୁଡାକ ଛିଡା ହୋଇଥାଏ ।ଏପରିକି ଦୁଇ ଦୁଇ ଲାଇନରେ ବଡ ବଡ ଗାଡ଼ି ରାସ୍ତା ର ଦୁଇ ପଟେ ଛିଡା କରିଥାନ୍ତ ଲୋକ ଓ ବାଇକ ଚାଳକ ମାନେ ଯିବା ଆସିବା କରିବାରେ ବହୁତ ଅସୁବିଧା ହୋଇଥାଏ ଏପରି କି ନିଜ ଜୀବନକୁ ବାଜି ଲଗାଇ ଯିବା ଆସିବା କରି ଥାନ୍ତି ।
ରୁଗୁଡି ଥାନା ଠାରୁ ତିନି ଶହ ମିଟର ରୁ ପାଞ୍ଚ ଶହ ମିଟର ପ୍ରତେକ ଦିନ ଗାଡି ଲାଇନ ହୋଇଛିଡା କରି ରାସ୍ତା ଜାମ କରିଥାନ୍ତି କିନ୍ତୁ ଏଠାରେ ପୋଲିସ କେବଳ ଦେଖଣା ହାରି ସାଜିଛି । ଚିଠି ନମ୍ୱର୍ ୫୧୦୯/ ୨୫-୧୦-୨୦୨୪ ରେ ଜିଲ୍ଲାପାଳ ତଥା ଆଞ୍ଚଳିକ ପରିବହନ ପ୍ରାଧିକରଣ ର ଅଧ୍ୟକ୍ଷ ବିଜ୍ଞପ୍ତି ଜାରି କରି ଥିବା ଆଜି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷ କରି ଏନ୍ ଏଚ ୫୨୦ ରେ କିଛି ଦିନ ହେଲା ଟ୍ରାଫିକ ସମସ୍ୟା ଗୁରୁତର ହୋଇ ପଡ଼ିଥିଲେ ହେଁ ସ୍ଵାଭାବିକ ହୋଇ ପାରିନାହିଁ। ପ୍ରତ୍ୟେକ ମାସ ଏଭଳି କଟକଣା ଲାଗୁ ହେଇଥିଲେ ଏହି କଟକଣା କୁ ରୁଗୁଡ଼ି ପୋଲିସ ଫୁ କରି ଉଡେଉଛି।ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ବେଆଇନ ପାର୍କିଂ କଲେ ଜେଲ ଯିବେ ଡ୍ରାଇଭର। ଭାରତୀୟ ନ୍ୟାୟ ସଂହିତାର ଦଫା ୧୦୫ କୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିଶନର । ତେଣୁ ସମସ୍ତ ଜିଲ୍ଲା ପୋଲିସ ଏ ନେଇ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିଶନର।କେନ୍ଦୁଝର ଜିଲ୍ଲା ର ରୁଗୁଡ଼ି ପୋଲିସ ଏହି ନିୟମ କୁ ଖାତିର କରୁ ନାହିଁ ଅଭିଯୋଗ କରିଛନ୍ତି ରୁଗୁଡି ଅଞ୍ଚଳ ବାସୀ ।
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ