November 7, 2026
Home » ଆଲୋକ ର ପର୍ବ ଦୀପାବଳି ପାଇଁ ଶ୍ରୀ କ୍ଷେତ୍ର ଚଳ ଚଞ୍ଚଳ

ଆଲୋକ ର ପର୍ବ ଦୀପାବଳି ପାଇଁ ଶ୍ରୀ କ୍ଷେତ୍ର ଚଳ ଚଞ୍ଚଳ

0
Screenshot 2026-11-07 143041

। ପୁରୀ:  ଆଉ କେଇ ଘଣ୍ଟା ପରେ ଆଲୋକ ର ପର୍ବ ଦୀପାବଳି ଉତ୍ସବ ମନାଇବେ ରାଜ୍ୟବାସୀ। ଏବେ ଠାରୁ ଶ୍ରୀ କ୍ଷେତ୍ର ଚଳ ଚଞ୍ଚଳ ହୋଇଉଠିଛି। ରାଜ୍ୟ ଓ ରାଜ୍ୟ ବାହାରୁ ସିଂହଦ୍ଵାର ସମ୍ମୁଖରେ କାଉଁରିଆ ଜଳାଇ ବଡବଡିଆ ଡାକିବା ପାଇଁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଛି। ତାଳବଣିଆ ଠାରେ ବାଣ ଦୋକାନ ଖୋଲିଯାଇଛି। ବିଭିନ୍ନ କିସମର ବାଣ ଦୋକାନ ରେ ବାଣ ବିକ୍ରି ହେଉଥିବା ଦେଖାଯାଇଛି। ବାଣ ର ଦର ଅତ୍ୟଧିକ ହୋଇଥିବାରୁ କେତା ମାନେ ଅଳ୍ପ କିଛି ବାଣ କିଣି ନେଉଥିବା ଦେଖାଯାଇଥିଲା। ଏହିପରି ବଡ଼ଶଙ୍ଖ ଠାରୁ ମରିଚିକୋଟ ପର୍ଯ୍ୟନ୍ତ କାଉଁରିଆ କାଠି, ପୋଲାଙ୍ଗ ତେଲ, ରାଶି ତେଲ ପସରା ଖୋଲିଯିବା ସହ ମାଟି ଦୀପ, ଚାଇନା ଦୀପ, ସାଜସଜ୍ଜା ପାଇଁ ବିଭିନ୍ନ କିସମର ବିଦ୍ୟୁତ ସାମଗ୍ରୀ ବିକ୍ରୀ ହେଉଥିବା ଦେଖାଯାଇଥିଲା। ଦୋକାନ ଗୁଡିକ ରେ ଜିନିଷ କିଣିବା ଗ୍ରାହକ ମାନଙ୍କ ମଧ୍ୟରେ ଭିଡ଼ ଲାଗିରହିଥିଲା। କାଳୀ ମୂର୍ତ୍ତି ନିର୍ମାଣ ଓ ସାଜସଜ୍ଜା ପାଇଁ କାରିଗର ମାନେ ଶେଷ ସ୍ପର୍ଶ ଦବାରେ ଲାଗି ପଡିଛନ୍ତି। ପୂଜା ମଣ୍ଡପ ଗୁଡିକର ସାଜସଜ୍ଜା ମଧ୍ୟ ଅନ୍ତିମ ପର୍ଯ୍ୟାୟ ରେ ପହଞ୍ଚିଛି।

Leave a Reply

Your email address will not be published. Required fields are marked *