November 7, 2026
Home » ପିପିଲି ପୋଲିସର ସଫଳତା: ୨୩୦ଟି ଜୀବନ୍ତ କଇଁଛ ଉଦ୍ଧାର, ୨ ଚାଲାଣକାରୀ ଧରାପଡ଼ିଲେ

ପିପିଲି ପୋଲିସର ସଫଳତା: ୨୩୦ଟି ଜୀବନ୍ତ କଇଁଛ ଉଦ୍ଧାର, ୨ ଚାଲାଣକାରୀ ଧରାପଡ଼ିଲେ

0
WhatsApp Image 2026-11-07 at 1.51.46 PM

 

ପିପିଲି ପୋଲିସକୁ ଏକ କାର୍‌ରେ ବେଆଇନ ଭାବେ କଇଁଛ ଚାଲାଣ ହେଉଥିବା ସମ୍ପର୍କରେ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ପୋଲିସ ତୁରନ୍ତ ଚଢ଼ାଉ କରି ପିପିଲି ଟୋଲ୍ ଗେଟ୍ ନିକଟରେ WB31 AA8531 ନମ୍ବର ବିଶିଷ୍ଟ କାର୍‌ଟିକୁ ଅଟକାଇ ଯାଞ୍ଚ କରିଥିଲା।ଯାଞ୍ଚ ସମୟରେ ଉକ୍ତ କାର୍‌ରୁ ୨୩୦ଟି ଜୀବନ୍ତ କଇଁଛ ଉଦ୍ଧାର କରାଯିବା ସହ ଏହି ବେଆଇନ ଚାଲାଣରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଧରାଯାଇଥିଲା।ଉଦ୍ଧାର କରାଯାଇଥିବା ୨୩୦ଟି ଜୀବନ୍ତ କଇଁଛ ଏବଂ ଚାଲାଣରେ ବ୍ୟବହୃତ କାର୍‌କୁ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *