July 28, 2025
Home » ୪୨ ତମ ଶ୍ରୀ ଶ୍ରୀ ଶ୍ରୀ ମା ଜଗତ ଜନନୀ କାଳୀପୂଜା ଅନୁଷ୍ଠିତ

୪୨ ତମ ଶ୍ରୀ ଶ୍ରୀ ଶ୍ରୀ ମା ଜଗତ ଜନନୀ କାଳୀପୂଜା ଅନୁଷ୍ଠିତ

0
WhatsApp Image 2024-11-03 at 4.50.31 PM

୪୨ ତମ ଶ୍ରୀ ଶ୍ରୀ ଶ୍ରୀ ମା ଜଗତ ଜନନୀ କାଳୀପୂଜା ତଥା କାଳୀପୂଜା ଦଶମହାବିଦ୍ୟା ଉତ୍ସବ – ୨୦୨୪ ଚଳିତ ମାସ ତା. ୩୧/ ୧୦/୨୦୨୪ ରିଖ (ଗୁରୁବାର) ଦିପାବଳୀ ଅମାବାସ୍ୟା ମଧ୍ୟରାତ୍ର ଠାରୁ ତା.୧୦ /୧୧ /୨୦୨୪ ରିଖ (ରବିବାର) ପର୍ଯ୍ୟନ୍ତ ଫ୍ରେଣ୍ଡସ୍ ୟୁଥ୍ ଆସୋସିଅସନ୍ ଆନୁକୂଲ୍ୟରେ ବ୍ଲକ କଲୋନି ସ୍ଥିତ କାଳୀପୂଜା ମଣ୍ଡପରେ ମହା ଆଡମ୍ବରରେ ଅନୁଷ୍ଠିତ ହେଉଅଛି । ଏହି ପାୱନ ଅବସରରେ ପ୍ରଥମ ଦିବସରେ ୩୧- ୧୦-୨୦୨୪ ରିଖ (ଗୁରୁବାର) ସକାଳ ବେଳ ଅଙ୍କୁରାରୋପଣ, ସୂର୍ଯ୍ୟପୂଜା, ମଣ୍ଡପ ସାଲାସୁଦ୍ଧି, ଆବାହନ ଓ ବିଲ୍ଵବରଣ, କଳସ ଆବାହନ, ଅଧିବାସ ହୋଇଥିବା ବେଳେ ସନ୍ଧ୍ୟା ସମୟରେ ଦେବୀ ସ୍ଵାଗତ ପୂଜା, ସାଲା ମଣ୍ଡପ ମଧ୍ୟ କଳସ ପ୍ରବେଶ, ଦ୍ଵାରପାଳ, ପ୍ରାଣପ୍ରତିଷ୍ଠା, ନିଶିପୂଜା, ପୁଷ୍ପାଞ୍ଜଳୀ, ପ୍ରସାଦ ସେବନ ହୋଇଥିଲା। ଶୁକ୍ରବାର ଦିନ ଠାରୁ ଶନିବାର ପର୍ଯ୍ୟନ୍ତ କ୍ରମାଗତ ଭାବେ ମା ଗୁରୁତରା ପୂଜା,ମା ତ୍ରିପୁରା ସୁନ୍ଦରୀ ପୂଜା, ମା ଭୂବନେଶ୍ବରୀ ପୂଜା, ମା ତ୍ରିପୁରା ଭୈରବୀ ପୂଜା, ମା ଛିନ୍ନମସ୍ତା ପୂଜା, ମା ଧୂମାବତୀ ପୂଜା, ମା ବଗଳାମୁଖୀ ପୂଜା,ମା ମାତଙ୍ଗିନୀ ପୂଜା,ମା କମଳାତ୍ମିକା ପୂଜା (ସ୍ବୟଂ ମହାଲକ୍ଷ୍ମୀ ପୂଜା) ଏବଂ ବାଲ୍ୟ କୁମାରୀ ପୂଜା, ପୁର୍ଣ୍ଣାହୁତି ପରେ ପରେ ୧୦/୧୧/୨୪ ତାରିଖ ରବିବାର ଦିନ ସକାଳ ୯.୦୦ ଘଣ୍ଟା ସମୟରେ ବିସର୍ଜନ କାର୍ଯକ୍ରମ ହେବା ।


୪୨ ତମ ଶ୍ରୀ ଶ୍ରୀ ଶ୍ରୀ ମା ଜଗତ ଜନନୀ କାଳୀପୂଜା ଅବସରରେ ୦୧/୧୧ ଠାରୁ ୦୯/୧୧ ପର୍ୟ୍ଯନ୍ତ ପ୍ରତି ଦିନ ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ୟ୍ଯକ୍ରମ ଆୟୋଜନ କରାଯାଇଥିଲା । ତନମଧ୍ୟରୁ ଜେକେପୁରର ଟ୍ୟାଲେଣ୍ଟ୍ ମ୍ୟୁଜିକ୍ ଗ୍ରୁପ୍,ବୁଗି ୱଗୀ ନୃତ୍ୟ (ଜୁନିଅର୍ ଗ୍ରୁପ୍),ବୁଗି ୱଗୀ ନୃତ୍ୟ- ସିନିୟର ଗ୍ରୁପ,କାଲି ଚରଣ ଅର୍କେଷ୍ଟ୍ରା, ରାୟାଗଡା,ପିଏମସି ନୃତ୍ୟ ଗ୍ରୁପ୍, ରାୟାଗଡା , ନ୍ୟୁ ଲାଇଫ ନୃତ୍ୟ ଟ୍ରୁପ୍, ଟିଟଲାଗଡ,ସୁରତାଲ ଅର୍କେଷ୍ଟ୍ରା ବରହମପୁର,ରାୟଗଡା କଳାକାର ମ୍ୟୁଜିକ୍ ଗ୍ରୁପ୍ ,ଭୁବନେଶ୍ୱର ଷ୍ଟ୍ରିଙ୍ଗସ୍ ମ୍ୟୁଜିକ୍ ନାଇଟ୍ ଅନ୍ତର୍ଭୁକ୍ତ । ପୂଜା ଅବସରରେ ପୋଲିସ ଓ ଚାରିଆଡ଼େ ସିସି କ୍ୟାମେରା ସହ କଡାକଡି ଭାବେ ସୁରକ୍ଷା ବ୍ୟବସ୍ତାରେ ଚଳିତ ବର୍ଷ ମୀନା ବଜାର ସହ ମୋଟ ୧୩୪ଟି ବିଭିନ୍ନ ପ୍ରକାରର ଷ୍ଟଲ ଖୋଲିଛି।
ଚଳିତ ବର୍ଷ କାଳୀପୂଜା ୨୦୨୪ ଉତ୍ସବଟି କାଳୀପୂଜା କମିଟିର ସଭାପତି ,ଉପସଭାପତି,ସମ୍ପାଦକ,ସାଧାରଣ ସଂପାଦକ ସମେତ ସମସ୍ତ ସଭ୍ୟବୃନ୍ଦଙ୍କ ପୁର୍ଣ୍ନାଙ୍ଗ ସହଯୋଗରେ ଅତି ଆଡମ୍ବରରେ ସମ୍ପର୍ଣ୍ନ ହୋଇଯାଇଛି ।

Leave a Reply

Your email address will not be published. Required fields are marked *