November 18, 2026
Home » ୪୪ ତମ ଶ୍ରୀ ଶ୍ରୀ ଶ୍ରୀ ମା ଜଗତ ଜନନୀ କାଳୀପୂଜା ୨୦୨୬ ବହୁ ଆଡମ୍ବରରେ ସମ୍ପନ୍ନ

୪୪ ତମ ଶ୍ରୀ ଶ୍ରୀ ଶ୍ରୀ ମା ଜଗତ ଜନନୀ କାଳୀପୂଜା ୨୦୨୬ ବହୁ ଆଡମ୍ବରରେ ସମ୍ପନ୍ନ

0
WhatsApp Image 2026-11-17 at 8.32.41 PM

 

କାଳୀପୁଜା ଦଣମହାବିଦ୍ୟା ଉତ୍ସବ – ୨୦୨୬ ଚଳିତ ମାସ ତା. ୦୮-୧୧-୨୦୨୬ ରିଖ (ରବିବାର) ଦିପାବଳୀ ଅମାବାସ୍ୟା ମଧ୍ୟରାତ୍ର ଠାରୁ ତା.୧୮-୧୧-୨୦୨୬ ରିଖ (ବୁଧବାର) ପର୍ଯ୍ୟନ୍ତ ଫ୍ରେଣ୍ଡସ୍ ୟୁଥ୍ ଆସୋସିଅସନ୍ ଆନୁକୂଲ୍ୟରେ ୪୪ ତମ ଶ୍ରୀ ଶ୍ରୀ ଶ୍ରୀ ମା ଜଗତ ଜନନୀ କାଳୀପୂଜା ମହା ଆଡମ୍ବରରେ ବ୍ଲକ କଲୋନି ସ୍ଥିତ କାଳୀପୂଜା ମଣ୍ଡପରେ ଅନୁଷ୍ଠିତ ହେଇଯାଇଛି । ଚଳିତ ବର୍ଷ ବାଲେଶ୍ୱରରୁ ପାଞ୍ଚ ଜଣିଆ ପୂଜକ ଦଳ ପହଞ୍ଚି ଆଟି ନିସ୍ତାର ସହ ରୀତିନୀତି ଅନୁଯାୟୀ ମାଙ୍କ ପୂଜାର୍ଚ୍ଚନା ନୀତି କରିଆସୁଥିବା ବେଳେ କର୍ତ୍ତା ଭାବେ ଶିବ ପଟ୍ଟନାୟକ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ସହକର୍ତ୍ତା ଭାବେ ଶିବାଜୀ ଦାସ ଥିଲେ। ମାଆଙ୍କ ଏହି ୧୧ ଦିନ ନୀତି ପୂଜାର୍ଚ୍ଚନା ଓ ଆରତୀ ସମୟରେ ବହୁ ସଂଖ୍ୟାରେ ଗହଳି ରହୁଥିଲା। ରୀତିନୀତିରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ ମଧ୍ୟ ହୋଇଆସୁଥିଲା।ପ୍ରତି ସନ୍ଧ୍ୟାରେ ଲୋକଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ସାଂସ୍କୃତିକ ଆୟୋଜନ କରାଯାଇଥିଲା।

ଏଥିସହ ରଙ୍ଗମଞ୍ଚ ଓ ମିନାବଜାରରେ ଦେଖିବା ପାଇଁ ଭିଡ଼ ରହିଥିଲା। ଆକର୍ଷଣୀୟ ତୋରଣ ଓ ମୁଖ୍ୟରାସ୍ତା ଠାରୁ ଆରମ୍ଭ କରି ପୂଜା ମଣ୍ଡପ ପର୍ଯ୍ୟନ୍ତ ଖୁବ ସୁନ୍ଦର ଭାବେ ରଙ୍ଗବେରଙ୍ଗ ଆଲୋକମାଳାରେ ସଜାଯାଇଥିଲା। ଏଥିସହ ୮୦ ରୁ ଉର୍ଦ୍ଧ୍ବ ଫୁଡ୍ ଷ୍ଟଲ ଥିବା ବେଳେ ମୀନ ବଜାର ରେ ଆସୁଥିବା ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।ବୁଧୁବାର ଦିନ ପୂର୍ଣ୍ଣାହୁତି ସହ ମାଆ ଜଗତ ଜନନୀ କାଳୀ ମାଆଙ୍କ ବିସର୍ଜନ ହେବ। ମାଆଙ୍କ ଦର୍ଶନ ସକାଶେ ଆସୁଥିବା ଭିଡ଼କୁ ଦୃଷ୍ଟିରେ ରଖି ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୂଜା କମିଟି ଏବଂ ରାୟଗଡ଼ା ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *