November 26, 2026
Home » ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସଂପର୍କିତ ଆଲୋଚ଼ନା

ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସଂପର୍କିତ ଆଲୋଚ଼ନା

0
WhatsApp Image 2026-11-25 at 8.00.55 PM

ବ୍ରହ୍ମପୁର :(ରିପୋର୍ଟ -ସୁଜିତ କୁମାର ପଟ୍ଟନାୟକ)ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତି କ୍ରମେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (ଏସ୍ଏସ୍ଆର୍) ସଂପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ବ୍ରହ୍ମପୁର ଉପଖଣ୍ଡ ଅନ୍ତର୍ଗତ ସମସ୍ତ ଇ.ଆର୍.ଓ ଏବଂ ଏ.ଇ.ଆର୍.ଓ ମାନେ ଉକ୍ତ ବୈଠକରେ ଅଂଶଗ୍ରହଣ କରିଥିଲେ l ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଦାୟିତ୍ଵରେ ଥିବା ଇ.ଆର୍.ଓ ତଥା ମହାନଗର ନିଗମ ଡେପୁଟି କମିଶନର କଲ୍ୟାଣୀ ସଂଘମିତ୍ରା, ଚିକିଟି ନିର୍ବାଚନ ମଣ୍ଡଳୀ ଇ.ଆର୍.ଓ ତଥା ଅତିରିକ୍ତ ଉପଜିଲ୍ଲାପାଳ ରୀନା ନାଏକ, ବ୍ରହ୍ମପୁର ଏ.ଇ.ଆର୍.ଓ ତଥା ତହସିଲଦାର ରାକେଶ କୁମାର ପରିଡ଼ା ଏବଂ ଡେପୁଟି କଲେକ୍ଟର ( ନିର୍ବାଚନ) ଅଲେଖ ରଞ୍ଜନ ମହାଙ୍କୁଡ଼ ପ୍ରମୁଖ ଉପସ୍ଥିତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ସବିଶେଷ ଆଲୋଚନା କରିଥିଲେ l ଏସ୍ଏସ୍ଆର୍ ର ଗୁରୁତ୍ୱ, ଏହାର ସୂଚୀ ତାଲିକା ଅନୁଯାୟୀ ତା.୩୦.୧୧.୨୦୨୬ରିଖରେ ଖସଡ଼ା ମତଦାତା ତାଲିକା ପ୍ରକାଶନ, ତା.୩୦.୧୧.୨୦୨୬ରିଖ ଠାରୁ ତା.୩୦.୧୨.୨୦୨୬ରିଖ ପର୍ଯ୍ୟନ୍ତ ବିଭିନ୍ନ ଦାବୀ, ଆପତ୍ତି ଅଭିଯୋଗ ଦାଖଲ ଏବଂ ତା.୨୧.୦୧.୨୦୨୭ରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ସହ ଆଗାମୀ କାର୍ଯ୍ୟକ୍ରମ ସଂପର୍କରେ ରାଜନୈତିକ ପ୍ରତିନିଧିମାନଙ୍କ ସହ ଆଲୋଚନା ହୋଇଥିଲା l ଏଥିସହିତ ଉକ୍ତ କାର୍ଯ୍ୟକ୍ରମ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ନିମନ୍ତେ ଏବଂ ଯୋଗ୍ୟ ଯୁବ ମତଦାତାମାନଙ୍କୁ ସାମିଲ୍ କରିବା ଦିଗରେ ଉଦ୍ୟମ କରିବାକୁ ବିଭିନ୍ନ ରାଜନୈତିକ ପ୍ରତିନିଧିମାନଙ୍କୁ ଅନୁରୋଧ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀଗଣ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *