କଳିଙ୍ଗ ବାଲିଯାତ୍ରା ର ପଞ୍ଚମ ସନ୍ଧ୍ୟା
ମ୍ୟୁଜିକ୍ ନାଇଟ୍ କାର୍ଯ୍ୟକ୍ରମ ରେ ସ୍ଵୟଂ ପାଢୀ ଙ୍କ ଗୀତରେ ବିଭୋର ଦର୍ଶକ
ପାରାଦୀପ, : କଳିଙ୍ଗ ବାଲିଯାତ୍ରା ର ପଞ୍ଚମ ସନ୍ଧ୍ୟାରେ ଆଜି ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ଦିନ ୩ ଟାରୁ ଧୀରେ ଧୀରେ ଭିଡ ହୋଇ ଆସୁଥିବା ବେଳେ ସନ୍ଧ୍ୟା ବେଳକୁ ପାରାଦୀପ ବିଜୁ ମଇଦାନରେ ଖଚାଖଚ ଭିଡ ଦେଖିବାକୁ ମିଳିଥିଲା । ସନ୍ଧ୍ୟା ଯେତେ ବଢି ଚାଲିଥାଏ, ମୋବାଇଲ ର ନେଟୱର୍କ ଆଦୌ ଆସିନଥାଏ l ଦର୍ଶକ ତାଙ୍କର ସାଥୀ ଜନ ଙ୍କୁ ମୋବାଇଲ ରେ ଯୋଗାଯୋଗ କରିବାକୁ ଚାହୁଁ ଥିଲେ ବି ହୋଇ ପାରେନାହିଁ l ଯାହାଫଳରେ ବାଟ ବଣା ହେବାକୁ ପଡୁଥିଲା l. ଆଜି ଶୁକ୍ରବାର ଯୋଗୁଁ ବିଶେଷକରି ସବୁଦିନ ଅପେକ୍ଷା ସର୍ବାଧିକ ଲୋକଙ୍କ ଭିଡ ଆଜି ହୋଇଥିବା ଅନୁମାନ କରାଯାଉଛି । ଯେହେତୁ ଆଜି ସମସ୍ତ ଙ୍କ ନଜର ଆମିଷ ଖାଦ୍ୟ ଉପରେ ରହିଛି, ତେଣୁ ସପରିବାର କଳିଙ୍ଗ ବାଲିଯାତ୍ରା ବୁଲିବା ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦେଖିବା ଓ ଆମିଷ ଖାଇବାର ମଜା ନେଇଥିଲେ ଦର୍ଶକ । ହେଲେ ଲୋକଙ୍କ ଚାହିଁଦା ଅନୁସାରେ ସେମିତି ଭଲ ଷ୍ଟଲ ମଧ୍ୟ ନଥିଲା ତା ସହିତ ନ୍ୟୁନ ମାନର ଖାଦ୍ୟ ପଦାର୍ଥ ପଡିଆ ସାରା ଦେଖିବାକୁ ମିଳିଛି l ପିଲାଙ୍କ ମନୋରଞ୍ଜନ ପାଇଁ ଦୋଳି ଓ ବିଭିନ୍ନ ପ୍ରକାରର ଖେଳ ପଡ଼ିଥିବାରୁ ପିଲାମାନେ ତାର ଫାଇଦା ଉଠାଇଥିଲେ ।

ଆଜକୁ ବାଲିଯାତ୍ରା ପଞ୍ଚମ ଦିନରେ ପହଂଚି ଥିଲେ ବି ଏବେ ବି ଅଧା ଷ୍ଟଲ୍ମା ଫାଙ୍କା ପଡିଛି l ବାଲିଯାତ୍ରା ରେ ଯେତିକି ଷ୍ଟଲ ରହିଚି ସବୁ ଷ୍ଟଲ ରେ ଆଜି ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ଆଜି ଯାତ୍ରାରେ ବ୍ୟବସାୟୀ ଙ୍କର ଭଲ ବ୍ୟବସାୟ ହୋଇଥିବା ଜଣାପଡିଛି । ଆଜି ପଞ୍ଚମ ସନ୍ଧ୍ୟା ଅବସରରେ ଜଗତ୍ସିଂହପୁର ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ରାଉତ ସଭାପତିତ୍ବ କରିଥିବା ବେଳେ ସଭାରେ ମୁଖ୍ୟ ଅତିଥି ଭାବେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ଇଣ୍ଡିଆ ର ମୁଖ୍ୟ ଓଡିଶା ପ୍ରକଳ୍ପ ଘନଶ୍ୟାମ ପରିଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆଇଓସିଏଲ ର ମୁଖ୍ୟ ସାଧାରଣ ପରିଚାଳକ ଧର୍ମେଶ ଚୌଧୁରୀ, ଏରସମା ତହସିଲଦାର ଶ୍ରୀମତୀ ସ୍ନିଗ୍ଧା ଶ୍ରଦ୍ଧାଞ୍ଜଳି ବେହେରା ପ୍ରମୁଖ ଯୋଗ ଦେଇ ଉତ୍କଳୀୟ ପରମ୍ପରା କୁ ବଜାଇ ରଖିବା ଆମର ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି କହିଥିଲେ ।ଏହି ପରମ୍ପରା ବଞ୍ଚି ରହିଲେ ଓଡିଆ ଜାତିର ସବୁଦିନ ପାଇଁ ଟେକ ରହିବ ଯାହା ଆଜି କଳିଙ୍ଗ ବଳିଯାତ୍ରାରେ ବାରିହୋଇ ପଡିଛି । ବହୁ ଓଡିଆ ପରିବାର ଆଜି ଏଖାଟି ହୋଇ ଖୁସି ମନାଇବା ସହ ଯାତ୍ରା ର ମଜା ନେଉଛନ୍ତି । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପୁଣି ଚାଲିଥିଲା ଯେଉଁଥିରେ ସ୍ଥାନୀୟ ଅଞ୍ଚଳର ନୃତ୍ୟ ସଙ୍ଗୀତ ସମେତ ବାହାର ଜିଲ୍ଲାର ବଛାବଛା କଳାକାର ଙ୍କୁ ଆମନ୍ତ୍ରିତ କରାଯାଇ ମଞ୍ଚ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାର ସୁଯୋଗ ଦିଆଯାଇଥିଲା । ଭଜନ ସଂଧ୍ୟା, ସମ୍ବଲପୁର ନୃତ୍ୟ, ଓଡିଶୀ ନୃତ୍ୟ, ଲୋକନୃତ୍ୟ, ଘୋଡା ନାଚ, ଉପସ୍ଥିତ ଦର୍ଶକଙ୍କୁ ବେଶ ମଜା ଦେଇଥିଲା ଓ ବହୁ ସମୟ ମଞ୍ଚ ସମ୍ମୁଖରେ ବାନ୍ଧି ରଖିଥିଲା l ବିଶେଷକରି ମ୍ୟୁଜିକ ନାଇଟ୍ କାର୍ଯ୍ୟକ୍ରମ ରେ ସ୍ଵୟଂ ପାଢି ଙ୍କ ଆକର୍ଷଣୀୟ ଗୀତ ରେ ଦର୍ଶକ ବିଭୋର ହେବା ସହିତ ଏହାର ମଜା ନେଇଥିଲେ l
