October 16, 2024
Home » ଓଡିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

ଓଡିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

0

ଓଡିଶା ସାହିତ୍ୟ ଏକାଡେମୀ ଓ ରାୟଗଡ ଜିଲ୍ଲାପ୍ରଶାସନ ତରଫରୁ ଓଡିଶା ସାହିତ୍ୟ ଏକାଡେମୀର ୬୭ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆଜି ବିଭିନ୍ନ ପ୍ରତିଯୋଗୀତା ଯଥା କନିଷ୍ଟ ଓ ବରିଷ୍ଠ ବର୍ଗରେ ପ୍ରବନ୍ଧ, ବକ୍ତୃତା, କବିତା ଆବୃତ୍ତି, ଓ ସାଧାରଣ ଜ୍ଞାନ ଓ ଅନୁବାଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଜିଲ୍ଲାର ୧୧ଟି ବ୍ଲକରୁ ୭୨ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

 

ସେମାନଙ୍କ ମଧ୍ୟରୁ କନିଷ୍ଟ ବର୍ଗର ପ୍ରବନ୍ଧରେ ସ୍ୱପ୍ନା ସାବତ, ବକ୍ତୃତାରେ କେଦାରନାଥ ନାଏକ, କବିତା ଆବୃତ୍ତିରେ ମାମାଲି ପୀଡ଼ି ଆକା,ସାଧାରଣ ଜ୍ଞାନ ଓ ଅନୁବାଦରେ ଆରୀୟାନ ନାୟକ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ସେହିପରି ବରିଷ୍ଠ ବର୍ଗର ପ୍ରବନ୍ଧରେ ଲିକ୍ସା ପ୍ରଜ୍ଞା ଛନ୍ଦ , ବକ୍ତୃତାରେ କଲ୍ୟାଣୀ ନାଗ, କବିତା ଆବୃତ୍ତିରେ ଶ୍ରାବଣୀ ପ୍ରଧାନ,ସାଧାରଣ ଜ୍ଞାନ ଓ ଅନୁବାଦରେ ସାଇବାଗ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ରାଜ୍ୟସ୍ତରରେ କୃତକାର୍ଯ୍ୟ ହେଲେ ଆସନ୍ତା ୨୫ଜୁଲାୟୀ ୨୦୨୪ରିଖରେ ସାହିତ୍ୟ ଏକାଡେମୀ ପ୍ରତିଷ୍ଠା ଦିବସରେ ଭୁବନେଶ୍ୱରରେ ପୁରସ୍କୃତ କରାଯିବ । ଜିଲ୍ଲାସଂସ୍କୃତି ଅଧିକାରୀ ସୁଶ୍ରୀ ସସ୍ମିତା ବାଉରୀଙ୍କ ପ୍ରତ୍ୟେକ ତତ୍ତ୍ୱlବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଭଗବାନ ଖରା ଯୋଗଦାନ କରି ସମସ୍ତ କୃତୀ ପ୍ରତଯୋଗୀମାନଙ୍କୁ ଜିଲ୍ଲାସ୍ତରରେ ପୁରସ୍କୃତ କରାଯାଇଥିଲା । ଏହି ପ୍ରତିଯୋଗିତା ଆୟୋଜନ କରିବା ପାଇଁ ବିଚାରକ ଭାବରେ ଶିକ୍ଷୟତ୍ରୀ ମମତା କର, କାଞ୍ଚନ ସାହୁ, ମଧୁସ୍ମିତା ଦାଶ, ଶିକ୍ଷକ ପ୍ରଦୀପ ତ୍ରିପାଠୀ, ସରଜ ପାତ୍ରୀ, ନୀଳାଚଳ ପଣ୍ଡା ଆଡି ପରିଚାଳନା କରିଥିଲେ ।

 

ରାୟଗଡା ଜିଲ୍ଲା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *