July 28, 2025
Home » ବଡ଼ବିଲ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଜେଜେବାପା ଓ ଜେଜେ ମାଆ ସମ୍ମିଳନୀ ଅନୁଷ୍ଠିତ

ବଡ଼ବିଲ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଜେଜେବାପା ଓ ଜେଜେ ମାଆ ସମ୍ମିଳନୀ ଅନୁଷ୍ଠିତ

0
WhatsApp Image 2024-11-11 at 5.44.15 PM

ଯୋଡ଼ା – : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବଡ଼ବିଲ । ଜେଜେ ବାପାଓ ଜେଜେ ମାଆ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ମୋଟ ୮୫ ଜଣ ଜେଜେ ବାପା ଜେଜେମାଆ ଓ ଅଜା ଆଈ ଉପସ୍ଥିତ ଥିଲେ । ବିଦ୍ୟାଳୟ ପ୍ରଧାନଆଚାର୍ଯ୍ୟ ଶ୍ରୀଯୁକ୍ତ ବିପିନ ବିହାରୀ ଖଣ୍ଡାୟୀ ମହୋଦୟ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହ ଏହି ସମ୍ମିଳନୀର ଆଭିମୁଖ୍ୟ ସମ୍ବନ୍ଧରେ ବକ୍ତବ୍ୟଦାନ କରିଥିଲେ । ମୁଖ୍ୟ ଅତିଥି ମାନନୀୟ ଶ୍ରୀଯୁକ୍ତ ଶରତଚନ୍ଦ୍ର ମହାନ୍ତ(ପୂର୍ବତନ ସମ୍ପାଦକ ) ଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟ ର ପରିଚାଳନା ସମିତିର ସମ୍ପାଦକ ଶ୍ରୀଯୁକ୍ତ ପ୍ରମୋଦ କୁମାର ସାହୁ ମାନବ ଜୀବନର ସାର୍ଥକତା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଜେଜେବାପା ଜେଜେ ମାଆ ଓ ଅଜା ଆଈ ଉପରେ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ।ଏହି ସମ୍ମିଳନୀ ନିଜର ଅନୁଭୁତି କଥନ କରି ସୁମଧୁର କଣ୍ଠରେ ଗୀତ ଗାଇଥିଲେ ଏବଂ ଆନନ୍ଦରେ ବିଭିନ୍ନ ଖେଳରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ଉପଢୌକନ ଗ୍ରହଣ କରି ସହଭୋଜ ପରେ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ବିଦ୍ୟାଳୟ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟାମାନଙଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମ ସଫଳତା ପୂର୍ବକ ସଂପାଦିତ ହୋଇଥିଲା ।
ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।

Leave a Reply

Your email address will not be published. Required fields are marked *