ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଏକ ୧୨ ବର୍ଷିଆ ନାବାଳିକାର ପୋଖରୀରେ ବୁଡ଼ି ମୃତ୍ୟୁ .
.
ମାଲକାନଗିରିରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇ ପୂଣ୍ୟ ଅର୍ଜନ କରିବାକୁ ସବୁ ଜଳାଶୟରେ ଭିଡ଼ ସହ ଚାରିଆଡ଼େ ଖୁସିର ମାହୋଲ ଥିବା ବେଳେ ଜଣେ ୧୨ ବର୍ଷର ନାବାଳିକାର ଗଡ ଖସି ପୋଖରୀରେ ବୁଡ଼ିଯିବା ଫଳରେ ମୃତ୍ୟୁ ଘଟିଛି । ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚାଲାଣଗୁଡା ପଞ୍ଚାୟତ ଚମ୍ପାନଗର ଗ୍ରାମରେ । ମୃତକଙ୍କ ପରିଚୟ ସାବିତ୍ରୀ ହନ୍ତାଳ ବୋଲି ଜଣାପଡି ଥିବା ବେଳେ ବିଗତ ବର୍ଷ ବାପା ତ୍ରିପତି ହନ୍ତାଲ ମୃତ୍ୟୁବରଣ ହୋଇଥିବା ବେଳେ ଦୁଇ ଭାଇଭଉଣୀଙ୍କୁ ବିଧବା ମାଆ କୁମାରୀ ହନ୍ତାଳ କୁଲି କରି ପିଲାଙ୍କୁ ପୋଷି ପାଠ ପଢ଼ାଉଥିଲେ । ଉକ୍ତ ଦୁଃଖଦ ଘଟଣା ପରେ ଚାରିଆଡ଼େ ଶୋକାକୁଳ ପରିବେଶ ହୋଇଯାଇଛି ।
ମିଳିଥିବା ସୂଚନା ମୁତାବକ କାର୍ତ୍ତିକ ପୂର୍ଣ୍ଣିମାରେ ଅବସରରେ ଗ୍ରାମବାସୀମାନେ ଶୁକ୍ରବାର ପହନ୍ତିଆରେ ନିକଟସ୍ଥ ରକ ବଡ଼ ପୋଖରୀରେ ଡଙ୍ଗା ଭସାଇ ଘରକୁ ଫେରି ଯାଇଥିଲେ । ତାପରେ କିଛି ଚତ ପିଲାଙ୍କ ସହ ସାବିତ୍ରୀ ଡଙ୍ଗାରେ ଚଡ଼ିଯାଇଥିବ କୋଇଁ ଗୁଡ଼ିକ ସଂଗ୍ରହ କରିବାକୁ ପୋଖରୀ ଭିତରକୁ ଯିବା ସମୟରେ ଗଡ ଖସି ପାଣିର ଗଭିରକୁ ଚାଲିଯାଇଥିଲେ । ତାପରେ ପିଲାମାନେ ଗାଁକୁ ଆସି ଗ୍ରାମବାସୀଙ୍କୁ ଜଣାଇବା ପରେ ପରିବାର ଲୋକେ ଓ ଗ୍ରାମବାସୀ ପୋଖରୀ ସହ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି ପରେ ନ ପାଇବାରୁ ପୋଲିସ ଓ ଅଗ୍ନିଶମ ବାହିନୀକୁ ଫୋନ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପଖରିରେ ଖୋଜି ସବିତ୍ରିକୁକୁ ଉଦ୍ଧାର କରି ତୁରନ୍ତ ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ଏମ୍ବୁଲାନ୍ସରେ ନେବା ପରେ ଡାକ୍ତର ସାବିତ୍ରୀକୁ ସେଠାରେ ମୃତ ଘୋଷଣା କରିଥିଲେ ।
ଶବ ବ୍ୟବଚ୍ଛେଦ ପରେ ପରିବାରକୁ ମୃତ ଶରୀର ହସ୍ତାନ୍ତର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ।
ରିପୋର୍ଟ:ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ