July 4, 2025
Home » ସରକାରୀ ବିଦ୍ୟାଳୟର ପିଲାଙ୍କ ଶହ ଶହ ୟୁନିଫର୍ମ  ଓ ଜୋତା ଫପାଡ଼ି ଦିଆଯାଇଛି !!!

ସରକାରୀ ବିଦ୍ୟାଳୟର ପିଲାଙ୍କ ଶହ ଶହ ୟୁନିଫର୍ମ  ଓ ଜୋତା ଫପାଡ଼ି ଦିଆଯାଇଛି !!!

0
WhatsApp Image 2024-11-18 at 1.25.59 PM

କୋରାପୁଟ ଜିଲ୍ଲା ବୈପାରିଗୁଡା ଠାରୁ ଦୁଇ କିମି ଦୂର ଥିବା ଏକ ଡମ୍ପିଂୟାର୍ଡରେ ସରକାରୀ ବିଦ୍ୟାଳୟ ଓ ଅଙ୍ଗନୱାଡ଼ିର ପିଲାଙ୍କୁ ଯୋଗାଇବାକୁ ଆସିଥିବା ଲକ୍ଷାଧିକ ଟଙ୍କା ମୂଲ୍ୟର ସହ ସହ ୟୁନିଫର୍ମ  ଓ ଜୋତା ସବୁ ଫପାଡ଼ିଥିବା ଦେଖାଦେଇଛି । ସୂଚନା ମୁତାବକ ଏସବୁ ଜଣେ ଗାଈ ଚରାଳି ପ୍ରଥମେ ଦେଖିବାକୁ ପାଇବା ପରେ ସ୍ଥାନୀୟ ଲୋକଙ୍କୁ ଉକ୍ତ ବିଷୟରେ ସୂଚନା ଦେଇଥିଲେ।   ହେଲେ ଏପରି ସହ ସହ ବେଖାତିର ଭାବେ କାହା ଇଙ୍ଗିତରେ କେଉଁ କାରଣରୁ ଫପାଡ଼ି ଦିଆଯାଇଛି ତାହା ସ୍ପଷ୍ଟ ଭାବରେ ଜଣାପଡ଼ିଥିବା ବେଳେ ସ୍ଥାନୀୟ ବିଇଓ ଉକ୍ତ ବିଷୟରେ ଚୁପ୍ ରହିବା ସହ ତାଙ୍କ ନିକଟରୁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ଅପରପକ୍ଷରେ ବିଗତ କିଛି ବର୍ଷରୁ ଏକ ବ୍ୟବସାୟୀଙ୍କ ଦୋକାନରେ ଖରାପ ହୋଇଥିବା ଚିଣ୍ଡା ଲୁଗା ସବୁ ଫିଙ୍ଗିଥିବା ନେଇ କହିଥିବା ଜଣାପଡ଼ିଥିବା ବେଳେ ଦୀର୍ଘ ବର୍ଷରୁ ଷ୍ଟକ୍ କାହିଁକି ଥିଲା.., ସ୍କୁଲକୁ ଆସୁଥିବା କପଡା ବଣ୍ଟା ଯାଇନଥିଲା କି…,କେବେ ଠାରୁ ଏପରି ଫୋପଦଯାଇଚି..,ଏପରି ଅନେକ ପ୍ରଶ୍ନ ହେଉଥିବା ବେଳେ ଉକ୍ତ ବିଷୟରେ ନିହାତି ଭାବେ ତଦନ୍ତ ଜରୁରୀ ବୋଲି ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବି ମହଲରେ ଦାବି ହୋଇଛି।

ରିପୋର୍ଟ:କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *