December 26, 2024

ସାହିତ୍ୟ ପରିଷଦର ଦଶମ ବାର୍ଷିକ ଉତ୍ସବ ଅବସରରେ “ଡୁଙ୍ଗ ଡୁଙ୍ଗା “ପତ୍ରିକାର ଉନ୍ମୋଚିତ

କୋରାପୁଟ ଜିଲ୍ଲା ଲଷ୍ମୀପୁର ସାହିତ୍ୟ ପରିଷଦର ଦଶମ ବାର୍ଷିକ ଉତ୍ସବ ସ୍ଥାନୀୟ ବାସନ୍ତୀ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ହୋଇଯାଇଛି । ସଭାପତି ମହାଦେବ ଶତପଥୀ ଏବଂ ସମ୍ପାଦକ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଣ ଶିକ୍ଷା ମନ୍ତ୍ରୀ ମାନ୍ୟବର ନିତ୍ୟାନନ୍ଦ ଗଣ୍ଡ ଏବଂ ସନ୍ମାନୀତ ଅତିଥି ଭାବେ ଲଷ୍ମୀପୁର ବିଧାୟକ ମାନ୍ୟବର ପବିତ୍ର ସାଉଁନ୍ତା ଯୋଗ ଦେଇଥିଲେ । ସେହିପରି ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟବକ୍ତା ଭାବେ ଉପ ଜିଲ୍ଲାପାଳ ରାୟଗଡା ଶ୍ରୀମତୀ ସଂଘମିତ୍ରା ଦେବୀ, ସନ୍ମାନୀତ ବକ୍ତା ଭାବେ ଓଁମ୍ ପ୍ରକାଶ ମିଶ୍ର ଏବଂ ବରଣ୍ୟ ଅତିଥି ଭାବେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ଶୁଆଇ କୁଲେଶିକା ଯୋଗ ଦେଇଥିଲେ ।

ଏହି ଅବସରରେ ଉପସ୍ତିତ ଅତିଥିମାନଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା।ଏହି ଅବସରରେ ଲକ୍ଷ୍ମୀପୁର ସାହିତ୍ୟ ପରିଷଦର ପ୍ରତିଷ୍ଠା ସମ୍ପାଦକ ସ୍ବର୍ଗତ ଡ଼. ପ୍ରକାଶ ସେନାପତିଙ୍କ ସ୍ମୃତିଚାରଣ କରାଯାଇଥିଲା।ମୂଖ୍ୟ ଅତିଥି ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଗଣ୍ଡ ନିଜ ବକ୍ତବ୍ୟରେ ଓଡ଼ିଆ ଅସ୍ମିତାର ଭାଷା ବଞ୍ଚାଇବା ସକାଶେ ସଂସ୍କୃତି, ପରମ୍ପରା ଓ ଐତିହ୍ୟର ଆବଶ୍ୟକତା ଉପରେ କହିବା ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏଥିପାଇ ଚେଷ୍ଟା‌ ଜାରି ରଖିଛନ୍ତି ବୋଲି କହିଥିଲେ। ମୁଖ୍ୟ ବକ୍ତା ସଂଘମିତ୍ରା ଦେବୀ ଉପାନ୍ତ ଅଞ୍ଚଳରେ ସାହିତ୍ୟ ଓ ଭାଷାର ଉନ୍ନତି ବିଷୟରେ ଗୁରୁତ୍ୱାରୋପ କରି କହିଥିଲେ ।ସାହିତ୍ୟ ପରିଷଦର ଦଶମ ବାର୍ଷିକ ଉତ୍ସବ ଅବସରରେ “ଡୁଙ୍ଗ ଡୁଙ୍ଗା” ପତ୍ରିକାର ଉନ୍ମୋଚନ କରାଯାଇଥିଲା । କବିତା ଉତ୍ସବ କାର୍ଯ୍ୟକ୍ରମରେ ପରିଷଦର ସଭାପତି ଓ ସମ୍ପାଦକଙ୍କ ସହ କବି ସୁଶାନ୍ତ କୁମାର ନାୟକ, ଲେଖକ ନିରଞ୍ଜନ ନାୟକ, ଅଶୋକ ମହାରଣା, ବିଜୟଲକ୍ଷ୍ମୀ ପାଣିଗ୍ରାହୀ, ଅଧ୍ୟାପିକା ଉଦୟଭାନୁ ପଣ୍ଡା, ଅଶୋକ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ମାଲକାନଗିରି, ରାୟଗଡ଼ା, କୋରାପୁଟ ଓ ଲକ୍ଷ୍ମୀପୁର ଅଞ୍ଚଳର ଲେଖକଙ୍କ ପାଠ ଗୁଡ଼ିକ ମଞ୍ଚସ୍ଥ କରାଯିବା ସହ ସମସ୍ତଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ପରିଷଦର ସମ୍ପାଦକ ଅରୁଣ ମିଶ୍ର ପରିଚାଳନା କରିଥିଲେ।
କାର୍ୟ୍ୟକ୍ରମଟିକୁ ଅତି ସୁଚାରୁ ରୁପେ ପରିଚାଳନା ସହ ସାହିତ୍ୟ ଅନୁଷ୍ଟିନର ସମସ୍ତ ସଭ୍ୟ ସହଯୋଗ କରି କାର୍ୟକ୍ରମଟିକୁ ସାଫଲ୍ୟମଣ୍ଡିତ କରିଥିଲେ ।

ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *

You may have missed