February 10, 2026
Home » ମାଗଣା ପ୍ରାକୃତିକ ଚିକିତ୍ସା ଶିବିର ଉଦ୍ଘାଟିତ

ମାଗଣା ପ୍ରାକୃତିକ ଚିକିତ୍ସା ଶିବିର ଉଦ୍ଘାଟିତ

0
WhatsApp Image 2024-12-01 at 2.19.56 PM

ପୁରୀ ୩୦/୧୧ କଳିଙ୍ଗ ବୈଶ୍ୟ ସଂଘ ଆନୁକୂଲ୍ୟରେ ସୁରକ୍ଷା ପ୍ରାକୃତିକ ଚିକିତ୍ସା ଶିବିର ପକ୍ଷରୁ ତିନିଦିନିଆ ମାଗଣା ପ୍ରାକୃତିକ ଚିକିତ୍ସା ଶିବିର ଉଦ୍ଘାଟିତ ହୋଇଯାଇଛି ।ଉଦ୍ଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଅବସରପ୍ରାପ୍ତ ଆନାଟୋମି ପ୍ରଫେସର ଡା ମହେଶ୍ୱର ଦାଶ, ପ୍ରୟାସ ପୁରୀ ର ପରିଚାଳନା ନିର୍ଦ୍ଦେଶକ ପ୍ରଦ୍ୟୁମ୍ନ କୁମାର ମିଶ୍ର,ହଲିଡେ ରିସର୍ଟ ର ପରିଚାଳକ ରାଜୁ ପାତ୍ର,ସୁରକ୍ଷା ଅନୁଷ୍ଠାନ ର ପରିଚାଳକ ରାଧେଶ୍ୟାମ ରଥ ପ୍ରମୁଖ ଯୋଗଦାନ କରି ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ ।

ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ଅନୁଷ୍ଠାନ ର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।ପ୍ରତ୍ୟେକ ଦିନ ପ୍ରାୟ ୨ ସହରୁ ଉର୍ଦ୍ଧ ରୋଗୀ ମାନଙ୍କୁ ଏଠାରେ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି ବୋଲି ଅନୁଷ୍ଠାନର ସଭାପତି ସୂଚନା ଦେଇଛନ୍ତି ଏବଂ ମଣିଷ ଶରୀର ର ପ୍ରତ୍ୟୁକ ଅଙ୍ଗ ପାଇଁ ସୁରକ୍ଷା ଅନୁଷ୍ଠାନ ପକ୍ଷରୁ ୩୦ ଜଣ ଛାତ୍ର ଛାତ୍ରୀ ଏଠାରେ ମାଗଣା ରେ ସେବା ଯୋଗାଇଥିବା ମଧ୍ୟ କହିଛନ୍ତି ।

ସମସ୍ତ ରୋଗୀମାନଙ୍କ ନିମନ୍ତେ ଅନୁଷ୍ଠାନ ପକ୍ଷରୁ ବବିତା ତ୍ରିପାଠୀ,ନିର୍ମଳା ପ୍ରଧାନ,ସସ୍ମିତା ବିଶୋଇ,ସୋନାଲି ମହାପାତ୍ର, ମିତଲ ମହାନ୍ତି,ସୋନାଲି ପ୍ରଧାନ,ପୂଜାରାଣି ଦେବନାଥ,ସୁଜାତା ଦାସ,ସୁମନ ମହାପାତ୍ର, ରୀଙ୍କିମଣି ବାରିକ, ଅନୁଷ୍ରି ତ୍ରିପାଠୀ,ମିନତି ଜେନା,ସୋନାଲି ପ୍ରଧାନ,ଦେବି,ରେଶ୍ମା, ରାଣା ରଞ୍ଜିତ କୁମାର ଦାସ,ସୋମେଶ ଜେନା, ଶଶାଙ୍କ ଶେଖର ମିଶ୍ର,ନୃସିଂହନାଥ ପଣ୍ଡା,ପ୍ରସନ୍ନ ବେହେରା,ବାଦଲ ମହାରଣା, ବବୁଲ ମହାପାତ୍ର,ନାରାୟଣ ଲେଙ୍କା ଏବଂ ଅର୍ଜୁନ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

ଶେଷରେ କଳିଙ୍ଗ ବୈଶ୍ୟ ସଂଘର ସମ୍ପାଦକ ଜୟକୃଷ୍ଣ ଦାସ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *