ପରବ ୨୦୨୪ ଉପଲକ୍ଷେ ଜିଲ୍ଲା ସ୍ତରୀୟ ଦିବ୍ୟାଙ୍ଗ କ୍ରୀଡା ପ୍ରତିଯୋଗୀତା
ପରବ-୨୦୨୪ ଉପଲକ୍ଷେ ଜିଲ୍ଲା ସ୍ତରୀୟ ଦିବ୍ୟାଙ୍ଗ କ୍ରୀଡା ପ୍ରତିଯୋଗୀତା ଅଦ୍ୟ ତା. ୦୬/୧୨/୨୪ ରିଖ ଦିନ ଜୟପୁର ସ୍ଥିତ କ୍ରୀଡା କମ୍ପ୍ଲେକ୍ସ ଠାରେ ଅନୁଷ୍ଠିତ ହୋଇଯ଼ାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଶ୍ରୀ ଦେବାଶିଷ ପଟ୍ଟନାୟକ, ଜିଲ୍ଲା ପରିଷଦ କୋରାପୁଟ ଯୋଗଦାନ କରିଥିଲେ ଓ ସମ୍ମାନିତ ଅତିଥି ଭାବରେ ଉପଜିଲ୍ଲାପାଳ, କୋରାପୁଟ ଶ୍ରୀ ବେଣୁଧର ଶବର, ଏବଂ ଉପଜିଲ୍ଲାପାଳ, ଜୟପୁର ଏ. ସଶ୍ୟା ଡେଡ୍ଡି ଯୋଗଦାନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଶ୍ରୀ ଦେବେନ୍ଦ୍ର କୁମାର ରାଉତ, ଡେପୁଟି କଲେକ୍ଟର, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କୋରାପୁଟ, ଡଃ. ଦେବାସିଶ ଗୌଡ, ବ୍ଲକ ଉନ୍ନୟନ ଅଧିକାରୀ, କୋରାପୁଟ,ଶ୍ରୀ ସବ୍ୟସାଚୀ ଜେନା, ତହସିଲଦାର, ଜୟପୁର, ଶ୍ରୀ ସୟଦ ଶବିର ସାହ, ତହସିଲଦାର, କୋରାପୁଟ ଏବଂ ଶ୍ରୀ ତରୁଣ ତପନ ପ୍ରହରାଜ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, କୋରାପୁଟ ଯୋଗଦାନ କରିଥିଲେ ।
ଏହି ଜିଲ୍ଲା ସ୍ତରୀୟ ଦିବ୍ୟାଙ୍ଗ କ୍ରୀଡା ପ୍ରତିଯୋଗୀତା ଆୟୋଜନ କରିବାର ଉଦ୍ଦେଶ୍ୟ ହେଉଛି ଦିବ୍ୟାଙ୍ଗମାନଙ୍କୁ କ୍ରୀଡୀ କ୍ଷେତ୍ରରେ ଉତ୍ସାହିତ କରିବା ସହିତ ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ସେମାନଙ୍କୁ ସାମିଲ କରିବା । ଏହି ପ୍ରତିଯୋଗୀତାରେ ୧୪ଟି ବ୍ଲକ ଏବଂ ୦୪ଟି ପୌରପାଳିକାରୁ ସମଦାୟ ୧୪୭ ଜଣ ଦିବ୍ୟାଙ୍ଗ ଯୋଗଦାନ କରିଥିଲେ ଏବଂ ସେମାନେ ଦୈଡ ପ୍ରତିଯୋଗୀତ, ସଟ୍ ଫୁଟ୍ ଏବଂ ୱିଲ ଚେୟାର ଦୌଡ ପ୍ରତିଯୋଗୀତାରେ ଭାଗ ନେଇଥିଲେ । ଉକ୍ତ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ମାନପତ୍ର ଏବଂ ପୁରସ୍କାର ବିତରଣ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମ ଜୟପୁର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ କେ ସିଶା ନାୟର,, ଶ୍ରୀ ଜଗନ୍ନାଥ ମହାପାତ୍ର କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜୟପୁର ଆୟୋଜନ କରିଥିଲେ ଏବଂ କୋରାପୁଟ ଜିଲ୍ଲାର ସମସ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କନିଷ୍ଠ ସହାୟକ, ସମସ୍ତ ବ୍ଲକର ପ୍ରୋଗ୍ରାମ ଆସିଷ୍ଟାଣ୍ଟ , ସମସ୍ତ ବ୍ଲକର ବି.ଆର୍. ଟି ଏବଂ ଏକତା ସଂସ୍ଥାରୁ କର୍ମକର୍ତ୍ତା ଯୋଗଦାନ କରି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ