July 7, 2025
Home » ଜାତୀୟ ସାଇକେଲ ଚମ୍ପିୟାନସିପ ଉଦଘାଟିତ।

ଜାତୀୟ ସାଇକେଲ ଚମ୍ପିୟାନସିପ ଉଦଘାଟିତ।

0
WhatsApp Image 2024-12-08 at 6.21.26 AM (1)

ପୁରୀ ୭/୧୨ ପୁରୀ ଷ୍ଟ୍ରଲିଂ ରୋଡ ନିକଟରେ ୨୯ ତମ ଜାତୀୟ ରୋଡ ସାଇକେଲ ଚାଳନା ପ୍ରତିଯୋଗିତା ଆଜି ପୂର୍ବାହ୍ନରେ ଉଦଘାଟିତ ହୋଇଯାଇଛି। ଏଥିରେ ବିଭିନ୍ନ ରାଜ୍ୟ ଓ ଅନୁଷ୍ଠାନର ୧୦୦୦ ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି।ଜାତୀୟ ସାଇକ୍ଲିଂ ଆସୋସିଏସନ ଓ ଓଡିଶା ସାଇକ୍ଲିଂ ଆସୋସିଏସନ ର ମିଳିତ ସହଯୋଗ ରେ ଆୟୋଜିତ ଏହି ଚମ୍ପିଆନସିପ କୁ ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର ଉଦଘାଟନ କରି ସାଇକେଲ ଚାଳନା ଦ୍ବାରା ବ୍ୟାୟାମ ସଂଘଟିତ ହେବା ସହ ଶରୀର ସୁସ୍ଥ ରହିଥାଏ।

ଏହା ଏକ ସୁନ୍ଦର ଓ ଉପଯୋଗୀ ଅଭ୍ୟାସ।ଓଡିଶା ରେ ସାଇକେଲ ଚାଳନାରେ ଋଚି ରହିଛି।ତେବେ ଏହାକୁ ପ୍ରତିଯୋଗୀ ମନ ନେଇ ପ୍ରତ୍ୟେକ ସାଇକେଲ ଚାଳନା ମନସ୍କ ହେବାକୁ ପରାମର୍ଶ ଦେବା ସହ ପୁରୀ ରେ ଏହାର ଆୟୋଜନ ହେଉଥିବାରୁ ଆୟୋଜକ ଙ୍କୁ ଧନ୍ୟବାଦ ଜଣାଇଥିଲେ।ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ଏହି ଚମ୍ପିୟାନସିପ ପାଇଁ ପ୍ରଶାସନ ବିବିଧ ସହଯୋଗ ଯୋଗାଇ ଦେବା ସହ ପ୍ରତିଯୋଗିତାର ସଫଳ ଆୟୋଜନ ଓ ପ୍ରତିଯୋଗୀ ମାନଙ୍କ ସୁବିଧା ପାଇଁ ବ୍ୟବସ୍ଥା କରିଛି ବୋଲି କହିଥିଲେ।

ଓଡିଶା ସାଇକେଲ ସଂଘର ସଭାପତି ଅର୍ଜୁନ ପୁରସ୍କାର ବିଜୟିନୀ ମିନତୀ ମହାପାତ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ।ପ୍ରାରମ୍ଭରେ ଜାତୀୟ ସାଇକ୍ଲିଂ ଆସୋସିଏସନ ର ସମ୍ପାଦକ ମନିନନ୍ଦର ପାଲ ସିଂ ଚମ୍ପିୟାନସିପର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ପ୍ରତିଯୋଗିତାର ନିୟମ ସମ୍ପର୍କରେ ଆଲୋକପାତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ,ଓଡିଶା ସାଇକ୍ଲିଂ ଆସୋସିଏସନ ର ସମ୍ପାଦକ ପ୍ରସନ୍ନ କୁମାର ରାଉତ,ଜିଲ୍ଲା କ୍ରୀଡା ସଂସଦର ପ୍ରାକ୍ତନ ସମ୍ପାଦକ ରବି ନାରାୟଣ ପ୍ରତିହାରୀ, ବରିଷ୍ଠ ସାଇକେଲ ଚାଳକ ତଥା ଆୟୋଜକ ସୁଶୀଲ କୁମାର ଦାସ, ପ୍ରମୁଖ ଯୋଗ ଦେଇ ସାଇକେଲ ଚାଳନାର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ।ଏହି ପ୍ରତିଯୋଗିତା ଚଳିତ ମାସ ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆୟୋଜକ ଜଣାଇଛନ୍ତି।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *