November 20, 2025
Home » ବିଧବା ମହିଳା ଙ୍କୁ ଗଣ ଦୁଷ୍କର୍ମ ଚାରି ଅଭିଯୁକ୍ତ ଗିରଫ

ବିଧବା ମହିଳା ଙ୍କୁ ଗଣ ଦୁଷ୍କର୍ମ ଚାରି ଅଭିଯୁକ୍ତ ଗିରଫ

0
WhatsApp Image 2024-12-14 at 12.47.06 PM

ଦେଓଗଡ଼ ଜିଲ୍ଲା 13/12/24 ରିଖ ଦିନ ଥାନାଞ୍ଚଳ କଳାମାଟି ଗ୍ରାମ ନିକଟ ଜଙ୍ଗଲ ରେ ଜଣେ ବିଧବା ମହିଳା ଙ୍କୁ ଗଣ ଦୁଷ୍କର୍ମ ହୋଇଥିବା। ଦେଓଗଡ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବାପରେ ସାଇଁଟିଫିକ୍ ଟିମ୍ ପହଞ୍ଚି ଅଧିକ ତଦନ୍ତ କରିଥିଲା। ଉକ୍ତ ଘଟଣା ରେ ଶୁକ୍ରବାର ଦିନ ପୋଲିସ 4 ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତ ମାନେ ହେଲେ ଦେଓଗଡ ଥାନାଞ୍ଚଳ ଗଜୁରିବନି ଗ୍ରାମର ଦୀପକ କିଣ୍ଡୋ ବୟସ 28 ଏକ, ବିନୋଦ କିଣ୍ଡୋ ବୟସ 30 ଦୁଇ, ଆଶିଷ ଖେସ ବୟସ 24 ତିନି, ଓ କଳାମାଟି ଗ୍ରାମର ଫ୍ରାନ୍ସି ଟୋପା ବୟସ 28 ତିନି,ପୋଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି। କିନ୍ତୁ ଅଦାଲତ ରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ମାନଙ୍କୁ ଜେଲ ହାଜତକୁ ପଠାଯାଇଛି। ସୁଚନା ଅନୁଯାୟୀ ଗତ ସୋମବାର ବଲମ୍ ବଜାର ରୁ ପିଡିତା ମହିଳା ଫେରୁଥିବା ବେଳେ ତାଙ୍କୁ ବାଇକ ରେ ଲିପ୍ଟ ଦେବା ବାହାନାରେ ଦୀପକ ଅଶିଳ ଆଚରଣ କରିଥିଲେ। ପୀଡ଼ିତା ଏହାର ବିରୋଧ କରି ବାଇକରୁ ଓଲାହି ସେ କିଛି ବାଟ ଚାଲି ଚାଲି ଜିବା ସମୟରେ କଳାମାଟି ଗ୍ରାମ ନିକଟରେ ଅଭିଯୁକ୍ତ ପଛ ପଟୁ ତାଙ୍କ ହାତ ଧରି ଥିଲେ। ସେଠାରେ ପୂର୍ବରୁ ଉକ୍ତ ରାସ୍ତାରେ ଥିବା ଅନ୍ୟ ତିନି ଜଣ ଯୁବକ ମିଶି ପୀଡିତା ଙ୍କୁ ନିକଟସ୍ତ ଜଙ୍ଗଲ କୁ ଟେକି ନେଇ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ। ପରେ ପୀଡ଼ିତା ଦେଓଗଡ଼ ଥାନାରେ ଅଭିଯୋଗ କରିଥିଲେ।

ଦେବଗଡ ଇପିଏ ରୁ ଦେବାନନ୍ଦ ନାଏକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *