July 5, 2025
Home » ଧର୍ମଗଡ ପୋଲିସ କୁ ସଫଳତା ୧୩ ଚୋରି ବାଇକ୍ ଜବତ, ଜଣେ ଅଭିଯୁକ୍ତ ଗିରଫ।

ଧର୍ମଗଡ ପୋଲିସ କୁ ସଫଳତା ୧୩ ଚୋରି ବାଇକ୍ ଜବତ, ଜଣେ ଅଭିଯୁକ୍ତ ଗିରଫ।

0
WhatsApp Image 2024-12-16 at 12.43.27 PM (1)

କଳାହାଣ୍ଡି ଜିଲ୍ଲାରୁ ୧୩ ଚୋରି ବାଇକ୍ ଉଦ୍ଧାର ସହିତ ଜଣେ ଅଭିଯୁକ୍ତ କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ ଜୁନାଗଡ଼ ଥାନା ନକଟିଗୁଡା ଗାଁ ର ସୁମନ୍ତ ନାଏକ l ବିଭିନ୍ନ ସମୟ ରେ ଜାନିଯାତ୍ରା ସମୟ ରେ ଧର୍ମଗଡ ଉପଖଣ୍ଡ ଅଞ୍ଚଳ ରୁ ବିଭିନ୍ନ ପ୍ରକାର ଗାଡ଼ି ଚୋରି ହେଉଥିବା ନେଇ ଧର୍ମଗଡ ଥାନା ବିରାମାଲ ଗାଁ ର ଆଶିଷ କୁମାର ନାଏକ ଦେଇଥିବା ଅଭିଯୋଗ କୁ ଭିତ୍ତି କରି ପୋଲିସ ଏକ ମମାଲା ରୁଜୁ କରିବା ସହ ଧର୍ମଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ମନୋଜ ବେହେରା ଓ ଧର୍ମଗଡ଼ ଥାନା ଅଧିକାରୀ ଦାମୋଦର ବିହାରୀ ଙ୍କ ନେତୃତ୍ୱରେ ଦୁଇଟି ଟିମ୍ ଗଠନ କରା ଯାଇ ବିଭିନ୍ନ ସ୍ଥାନ ରୁ ୧୩ ମଟର ସାଇକେଲ ଉଦ୍ଧାର କରିଥିଲେ l


ଉଦ୍ଧାର ଗାଡ଼ି ଗୁଡ଼ିକ କୁ ଅଭିଯୁକ୍ତ ମାନେ ବିକ୍ରି ଓ ବନ୍ଧକ ଦେଉଥିଲେ ଓ ଗିରଫ ଅଭିଯୁକ୍ତ ସୁଦର୍ଶନ ନିଜେ ୬ଗୋଟି ଗାଡ଼ି ଚୋରି କରିଥିବା ସ୍ବୀକାର କରି ଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଚେଷ୍ଟା ଚାଲିବା ସହ ତଦନ୍ତ ମଧ୍ୟ ଚାଲିଛି ବୋଲି ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ମନୋଜ କୁମାର ବେହେରା ସୂଚନା ଦେଇଛନ୍ତି।

କଳାହାଣ୍ଡି ଜିଲ୍ଲା ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *