ଜିଲ୍ଲା ସ୍ତରୀୟ ଚଇତି ୨୦୨୪ ଉଦଘାଟିତ

ଜିଲ୍ଲା ପ୍ରଶାସନର ଅଣଦେଖା …ଗଣମାଧ୍ୟମ ମୁହଁରେ ଭିଭିଆଇପି
ପ୍ରଥମ ଦିବସର ରାତି ୦୯ ଘଟିକା ସମୟରେ ଚଇତି ସାଂସ୍କୃତିକ କାର୍ଯ୍ୟକ୍ରମ ଶେଷ
ରାୟଗଡ଼ା ଜିଲ୍ଲା ସ୍ତରୀୟ ଚଇତି ୨୦୨୪ ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣିଙ୍କ ନିକଟରେ ପୂଜାଅର୍ଚ୍ଚନା ସାରି ମାଆ ମଝିଘରିଆଣି ପ୍ରାଙ୍ଗଣରୁ ଚଇତି ମଶାଲ ସହ କଳସ ଯାତ୍ରା ଆରମ୍ଭ ହୋଇ ସ୍ଥାନୀୟ ଜିସିଡି ପଡ଼ିଆ ଚଇତି ମଞ୍ଚ ଠାରେ ପହଂଚିଥିଲା ।ଉଦ୍ଘାଟନା କାର୍ଯ୍ୟକ୍ରମରେ ପଂଚାୟତିରାନ ମନ୍ତ୍ରୀ ରବି ନାରାୟଣ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ଚଇତି ୨୦୨୪ ର ଶୁଭାରମ୍ଭ କରିଥିଲେ । ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ଜିଲ୍ଲାପାଳ ପାରୁଲ ପଟାୱାରୀ, ରାୟଗଡା ବିଧାୟକ ଆପଲସ୍ୱାମୀ କାଡ୍ରାକା, ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ ପ୍ରମୁଖ ଶୋଭାଯାତ୍ରା ଯୋଗଦାନ କରି ସହରପରିକ୍ରମା କରିଥିଲେ । ପାରମ୍ପରିକ ଆଦିବାସୀ ନୃତ୍ୟ ଗୀତ ବାଜା ତଳେ ତଳେ ଏକ ବିଶାଳ ରାଲିରେ ବାହାରି ବାଟରେ ଶ୍ରଦ୍ଧା ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରରୁ ଜଗତର ନାଥ ଜଗନ୍ନାଥଙ୍କ ଆଜ୍ଞାମାଳ ଆଣି ଚଇତି ମଞ୍ଚ ଜିସିଦି ପଡ଼ିଆରେ ପହଞ୍ଚି ମଞ୍ଚରେ ସ୍ଥାପନ କରି ଅତିଥିଗଣ ,ଜିଲ୍ଲା ଅଧିକାରୀଗଣ ଠାକୁରଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରାଯାଇଥିଲା ।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ଜୋରଦାର ପ୍ରସ୍ତୁତି କରିଥିବା ବେଳେ ମୁଖ୍ୟମନ୍ତ୍ରୀ ପାଣିପାଗ ଖରାପ ଥିବାରୁ ନ ଆସିବା ନେଇ ସୂଚନା ମିଳିବା ପ୍ରଥମ ଦିବସ ପ୍ରାୟ ଫାଙ୍କ ରହିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମ ୦୯ ରାତିରେ ସରିଯାଇଥିଲା । ଚଳିତ ବର୍ଷ ୩୧୧ ତି ଷ୍ଟଲ ହୋଇଛି ।ଚଳିତ ବର୍ଷ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଆଦିବାସୀ କଳାକାର ସମସ୍ତ ପାଞ୍ଚ ଦିନରେ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିବା ବେଳେ ମନ୍ତୁ ଚୁରିଆ ଓ ଅସୀମ ପଣ୍ଡା କେବଳ ଚାଇଥି ୨୦୨୪ ପାଇଁ ମୁଖ୍ୟ ଆକର୍ଷଣ । ଜିଲ୍ଲାପାଳ ପାରୁଲ ପଟାୱରିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାୟଗଡ଼ା ବିଧାୟକ ଆପଲାସ୍ୱାମୀ କାଡ୍ରାକା, ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ବିଷମକଟକ ବିଧାୟକ ନୀଳମାଧବ ହିକକା, କୋରାପୁଟ ବିଧାୟକ ରଘୁରାମ ମାଛ ଯୋଗଦାନ କରିଥିଲେ। ନିଜର ବକ୍ତବ୍ୟରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ନାଏକ ପ୍ରଥମ ଦିନର ଉଦ୍ଘାଟନୀ ଦିବସରେ ବିକାଶ ସହ ଐତିହ୍ୟକୁ ତ୍ୱରାନ୍ୱିତ ପାଇଁ ସଂକଳ୍ପ କରିବାକୁ ଆହ୍ୱାନ ଦେଇଥିଲେ । ମାଟିର ଗୌରବ ବଞ୍ଚାଇବା ଆମର କର୍ତ୍ତବ୍ୟ। ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ବିକାଶ ପଥକୁ ଆଗେଇବା ପାଇଁ ଅତିଥି ଭାବେ ଉପସ୍ଥିତ ତିନି ବିଧାୟକଙ୍କୁ ନିବେଦନ କରିଥିଲେ । ଆଦିବାସୀ ପିଲାଙ୍କ ଶିକ୍ଷା ସହ ଜନଜାତି ଅଞ୍ଚଳକୁ ସଡକ ଯୋଗାଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିଭଳି ପାନୀୟଜଳ ଯୋଗାଣ, ସମସ୍ତ ଭୂମିହୀନଙ୍କୁ ମାଗଣା ଜମି ସରକାରୀ ଜମି ମାଗଣାରେ ଯୋଗାଣ ହେବ ବୋଲି ଘୋଷଣା କରିଥିଲେ।ଲୋକ କଳା ସହ ମାଟି, ପବନ, ଆକାଶକୁ ପୂଜା କରୁଥିବା ଜିଲ୍ଲା ହେଉଛି ଆମ ରାୟଗଡା ଜିଲ୍ଲା |
ଏହି ପର୍ବ ସମସ୍ତଙ୍କୁ ବାନ୍ଧି ରଖିବା ସୂତ୍ର ପାଲଟିଛି । ଏହି ଉତ୍ସବ ସଂସ୍କୃତି ଗୀତ, ନୃତ୍ୟକୁ ବଂଚାଇବାରେ ସହାୟକ ହେଉଛି ବୋଲି ଅତିଥିମାନେ ନିଜ ମତ ପ୍ରକାଶ କରିଥିଲେ । ଏହି ଉତ୍ସବ ସଂସ୍କୃତି ଗୀତ, ନୃତ୍ୟକୁ ବଂଚାଇବାରେ ସହାୟକ ହେଉଛି ବୋଲି ଅତିଥିମାନେ ନିଜ ମତ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ଯ୍ୟରେ ଜିଲା ପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝୀ, ଏସପି ସ୍ବାତୀ ଏସ. କୁମାର, ଜିଲ୍ଲା ମୁଖ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ ଖେମୁଣ୍ଡୁ ମଞ୍ଚାସୀନ ଥିଲେ। ଜିଲ୍ଲାପାଳ ଉପସ୍ଥିତ ସମସ୍ତ ଅତିଥିଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ | ଏହାପରେ ଜିଲ୍ଲାର ଉଲେଖନୀୟ କୃତିତ୍ୱ ହାସଲ କରଥିବା ବ୍ୟକ୍ତି ମାନଙ୍କୁ ପୁରସ୍କୃତ କରିଥିଲେ l
ଚଇତିର ମୁଖଶାଖୀ ସ୍ମରଣିକା ଚଇତାଳି ଉନ୍ମଚନ କରିଥିଲେ । ଏହାପରେ ଲାଞ୍ଜିଆ ସଉରା ସମ୍ପ୍ରଦାୟର ନିଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ନବେଶ ଶବର, ଆଶା ଅନୁସୂୟା ବିଡ଼ିକା, ୟୁଜିସ ନେଟରେ କୃତକାର୍ଯ୍ୟ ହୋଇଥିବା ଡ଼ଙ୍ଗରିଆ ଯୁବକ ଅଜୟ କାଡ୍ରାକା, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଦ୍ୱତୀଚନ୍ଦ୍ର ସାହୁଙ୍କ ମାନ୍ୟବର ମୁଖ୍ୟ ଅତିଥି ଚଇତି ମଞ୍ଚରେ ସମ୍ମାନିତ କରିଥିଲେ l ଏହି ଅବସରରେ ଲାଞ୍ଜିଆ ସଉରା ସଂପ୍ରଦାୟର ନୃତ୍ୟ, ଡଙ୍ଗରିଆକନ୍ଧ ନୃତ୍ୟ, କାଶୀପୁର ଢେମସା, ରାମନାଗୁଡା ମେରିୟା ନୃତ୍ୟ ଓ ପୀଡିସି ରାୟଗଡ ଢେମସା ନୃତ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା। ଆସନ୍ତାକାଲି ୨୭,/୧୨/୨୪ ତାରିଖରେ ଚଇତି ଦ୍ଵିତୀୟ ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ଜନକ ବର୍ଦ୍ଧନ ସିଂଦେଓ ,ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦାନ କରିବର୍ କାର୍ଯ୍ୟକ୍ରମ ରହିଥିବା ବେଳେ ସୁରକ୍ଷା କଡାକଡି କରିଥିବା କହିଥିଲେ ଜିଲ୍ଲାପାଳ । ଏଥି ସହ ସାମ୍ବାଦିକଙ୍କୁ ଉଚ୍ଚା ସ୍ଥାନରେ ଠିଆ ହୋଇ ଭିଜୁଆଲ ନେଇପାରିବେ। ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟ ମନ୍ତ୍ରୀ ଆସିବା କାର୍ଯ୍ୟକ୍ରମ ଯୋଗୁ ସୁରକ୍ଷା ବ୍ୟବସ୍ଥା କଡାକଡି କରିଥିବା କହିଥିଲେ ଜିଲ୍ଲାପାଳ ।
ରିପୋର୍ଟ୍:,ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ