July 1, 2025
Home » ପରାମର୍ଶଦାତାଙ୍କ ଉତ୍ତମ ପରାମର୍ଶ ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ l

ପରାମର୍ଶଦାତାଙ୍କ ଉତ୍ତମ ପରାମର୍ଶ ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ l

0
WhatsApp Image 2025-01-03 at 6.08.59 PM

ସୁବର୍ଣ୍ଣପୁର —ଶୁକ୍ରବାର ଦିନ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ର ବିଭିନ୍ନ ଅନୁଷ୍ଠାନ ମାନଙ୍କ ରେ କାର୍ଯ୍ୟ କରୁଥିବା ପରାମର୍ଶଦାତାଙ୍କ ନିମନ୍ତେ ଉତ୍ତମ ପରାମର୍ଶ ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆଇନ ଅଧିକାରୀ ଶ୍ରୀ କେଶବ ଚନ୍ଦ୍ର ମେହେର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ, ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲପାଳ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ତାଲିମ ଦାତା ଭାବରେ ନ୍ୟାସନାଲ ପ୍ରୋଗ୍ରାମ ଲିଡ ଘାସିରାମ ପଣ୍ଡା, ବୌଦ୍ଧ ଶିଶୁ ମଙ୍ଗଳ କମିଟି ର ସଭ୍ୟ,ରାଜୀବ ନାୟକ, ରେଆର ର ସମ୍ପାଦକ ଅନଙ୍ଗ ନେଗୀ ଯୋଗଦେଇ ଉତ୍ତମ ପରାମର୍ଶ ସମ୍ବନ୍ଧୀୟ ତାଲିମ ପ୍ରଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ତଥା ଉତ୍କଳ ବାଳାଶ୍ରମ, ସୋନପୁର, ଭୀମଭୋଇ ଶିଶୁ ସଦନ, ବିଶେଶ୍ୱରପାଲି, ସ୍ୱତନ୍ତ୍ର ପୌଷ୍ୟ ସନ୍ତାନ ଏଜେନସି, ସୋନପୁର, ଶକ୍ତି ସଦନ ସୋନପୁର, ବୀରମହାରାଜପୁର ଜାଗୃତି,ତରଭା ତଥା, ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ସମନ୍ୱିତ ଶିଶୁ ବିକାଶ ର କର୍ମକର୍ତ୍ତା ଉପସ୍ଥିତ ଥିଲେ। ବାଲ୍ୟ ବିଭାହ ସଂଯୋଜକ ଅକ୍ଷୟ କୁମାର ସିଂ, ପୋଷଣ ସଂଯୋକକ ସଂଜୀବ ମିଶ୍ର, ଯୋଗଦେଇ ନିଜର ମତାମତ ଦେଇଥିଲେ l କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନ ର ସୁରକ୍ଷା ଅଧିକାରୀ, ବିଜୟ କୁମାର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟ କ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଥବୀର କାଲସେ, ରୁଦ୍ର ପ୍ରସନ୍ନ ମିଶ୍ର, ପ୍ରଶାନ୍ତ ମହାକୁଡ଼, ସ୍ୱାଗତ ରାଜ ମିଶ୍ର, ସରିତା ସୁନା ଓ ଅନିଲ ମହଲା କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *