October 30, 2024
Home » ନାବାଳକ ନ୍ୟାୟ ଅଧିନିୟମ ଏବଂ ବାଧ୍ୟତାମୂଳକ ଶିକ୍ଷା ଆଇନ ଉପରେ ସଚେତନତା କାର୍ଯ୍ୟକ୍ରମ

ନାବାଳକ ନ୍ୟାୟ ଅଧିନିୟମ ଏବଂ ବାଧ୍ୟତାମୂଳକ ଶିକ୍ଷା ଆଇନ ଉପରେ ସଚେତନତା କାର୍ଯ୍ୟକ୍ରମ

0

 

ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ଦ୍ୱାରା ବାରିଣିପୁଟ ଉଚ୍ଚ ବିଦ୍ୟାଳୟ ବାରିଣିପୁଟ ଠାରେ ନାବାଳକ ନ୍ୟାୟ (ଶିଶୁମାନଙ୍କର ଯତ୍ନ ଏବଂ ସୁରକ୍ଷା) ଅଧିନିୟମ ଏବଂ ବାଧ୍ୟତାମୂଳକ ଶିକ୍ଷା ଆଇନ ଉପରେ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ମୁଖ୍ୟ ବକ୍ତା ଭାବରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର ସଚିବ ତଥା ବିଚା଼ରପତି ଶ୍ରୀ ସୁମନ ଜେନା,ଯୋଗଦେଇଥିଲେ, ଅନ୍ୟ ଅତୀଥି ବକ୍ତା ଭାବରେ ଶିଶୁ କଲ୍ୟାଣ କମିଟିର କୋରାପୁଟ, ଅଧ୍ୟାକ୍ଷା ଶ୍ରୀମତି ଗାୟତ୍ରୀ ପାତ୍ର ଯୋଗଦେଇ ଶିବିରରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସଚେମନତା ବାର୍ତ୍ତା ଦେଇଥିଲେ ଯେ ଜୁଭେନାଇଲ ଜଷ୍ଟିସ୍ କେୟାର ଏବଂ ଶିଶୁ ସୁରକ୍ଷା ଆକ୍ଟ୍ ୨୦୧୫ ହେଉଛି ଆଇନ ସହିତ ବିବାଦ ଥିବା

ଅଭିଯୋଗ ହୋଇଥିବା ଶିଶୁ ତଥା ପର୍ଯ୍ୟାପ୍ତ ଯତ୍ନ ମାଧ୍ୟମରେ ସେମାନଙ୍କର ମୈାଳିକ ଆବଶ୍ୟକତା ପୂରଣ କରି ଯତ୍ନ ଏବଂ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁଙ୍କ ସମ୍ବନ୍ଧୀୟ ଆଇନକୁ ସୁଦ୍ୃ୍ଢ ତଥା ସଂଶୋଧନ କରିବା ପାଇଁ ଏକ କାର୍ଯ୍ୟ। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଶିଶୁ ତଥା ସେମାନଙ୍କର ଅଧିକାର ସହ ଜଡିତ ବିଭିନ୍ନ ସାମ୍ବିଧାନିକ ବ୍ୟବସ୍ଥା ବିଷୟରେ ସଚେତନତା ସୃଷ୍ଟି କରିବା ସହିତ ଶିଶୁମାନଙ୍କର ବିଭିନ୍ନ ଅଧିକାର ତଥା ଶିଶୁ ସୁରକ୍ଷା ନୀତି ତଥା ପ୍ରକ୍ରିୟା ଏବଂ ଆଇନଗତ ଢାଞ୍ଚା ବିଷୟରେ ଧାରଣା ବୁଝିବା । ଶିଶୁ ମାନଙ୍କର ସୁରକ୍ଷା, ବିକାଶ, ଚିକିତ୍ସା, ସାମାଜିକ, ପୁନ ଏକୀକରଣ ସହିତ ଶିଶୁଙ୍କ ଉତ୍ତମ ସ୍ବାର୍ଥରେ ତଥା ଶିଶୁମାନଙ୍କର ପୁନଃ ଥଇଥାନ ପାଇଁ ଆର୍ବିଟ୍ରେସନ୍ ତଥା ମାମଲା ଏବଂ ସମାଧାନରେ ଏକ ଶିଶୁ ଅନୁକୂଳ ଆଭିମୂଖ୍ୟ ବିଷୟରେ ସଚେନତା କରିଥିଲେ। ଏହି ଶିବିରରେ ପ୍ରଜେକ୍ଟ୍ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପର୍ଶୁରାମ ସେଠି ସହିତ ଅନ୍ୟ ଶିକ୍ଷକ ଶିକ୍ଷୟୀତ୍ରୀୟ ଉପସ୍ଥିତ ଥିଲେ।

 

କୋରାପୁଟ ଜିଲା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *