January 26, 2025
Home » ପାରଳା ଯୁବକ ସଂଘ ତରଫରୁ କ୍ୟାଣ୍ଡେଲ୍ ଶୋଭାଯାତ୍ରା

ପାରଳା ଯୁବକ ସଂଘ ତରଫରୁ କ୍ୟାଣ୍ଡେଲ୍ ଶୋଭାଯାତ୍ରା

0

କୋଲକତାରେ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ପ୍ରତିବାଦ

ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ଠାରେ କୋଲକତାରେ ଡାକ୍ତରୀ ଛାତ୍ରୀ ମୌମିତା ଦେବନାଥଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ପ୍ରତିବାଦ କରି ପାରଳା ଯୁବକ ସଂଘ ତରଫରୁ କ୍ୟାଣ୍ଡେଲ୍ ଶୋଭାଯାତ୍ରା କରାଯାଇଥିଲା । ପାରଳା ଯୁବକ ସଂଘର ସଭାପତି ରାକେଶ ସ୍ୱାଇଁଙ୍କ ନେତୃତ୍ୱରେ ରାଜନହର ଠାରୁ କ୍ୟାଣ୍ଡେଲ୍ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲା । ସୂଚନାଯୋଗ୍ୟ ଚଳିତ ମାସ ୯ତାରିଖରେ କୋଲକତା ସ୍ଥିତ ଆର.ଜି.କର ମେଡିକାଲ କଲେଜରେ ଛାତ୍ରୀ ମୌମିତା ଦେବନାଥଙ୍କୁ ବିଳମ୍ବିତ ରାତ୍ର ସମୟରେ ଗଣଦୁଷ୍କର୍ମ କରାଯିବା ସହ ହତ୍ୟା କରାଯାଇଥିଲା । ତାଙ୍କୁ ନ୍ୟାୟ ପ୍ରଦାନ ଓ ଦୋଷୀମାନଙ୍କ ବିରୋଧରେ କଠୋର ଦଣ୍ଡବିଧାନ କରିବା ଦାବୀକରି ଏହି ଶୋଭାଯାତ୍ରା କରାଯାଇଥଲା । ଏଥିରେ ପାରଳା ଯୁବକ ସଂଘର ସମ୍ପାଦକ ରଞ୍ଜନ ଦାସଙ୍କ ସମେତ ରାଜୀବ ଗୌଡ, ଆଦିତ୍ୟ ଜେନାଙ୍କ ସମେତ ଶତାଧିକ ଯୁବକ ସାମିଲ ହୋଇଥିଲେ ।

 

ଗଜପତି ଜିଲା ଈପିଏରୁ ଦିଲୀପ ଶତପଥି ଙ୍କ ରିପୋର୍ଟ…..
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *