June 13, 2025
Home » ଭାରତୀୟଙ୍କ ପ୍ରତି ହେଉଥିବା ଅତ୍ୟାଚାର ପ୍ରତିବାଦରେ କୋରାପୁଟ ନାଗରିକ ସୁରକ୍ଷା ମଞ୍ଚ ପକ୍ଷରୁ ଦଫା ଦାବିପତ୍ର ପ୍ରଦାନ

ଭାରତୀୟଙ୍କ ପ୍ରତି ହେଉଥିବା ଅତ୍ୟାଚାର ପ୍ରତିବାଦରେ କୋରାପୁଟ ନାଗରିକ ସୁରକ୍ଷା ମଞ୍ଚ ପକ୍ଷରୁ ଦଫା ଦାବିପତ୍ର ପ୍ରଦାନ

0
WhatsApp Image 2024-08-16 at 6.55.49 PM

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କ ଉଦ୍ଦେଶ୍ୟରେ କୋରାପୁଟ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ କୋରାପୁଟ ନାଗରିକ ସୁରକ୍ଷା ମଞ୍ଚ ସଭାପତିଙ୍କ ନେତୃତ୍ବରେ ମଞ୍ଚର ସମସ୍ତ ସଦସ୍ୟଙ୍କ ପକ୍ଷରୁ ବାଂଲାଦେଶରେ ରହୁଥ‌ିବା ହିନ୍ଦୁ ଏବଂ ଅଳ୍ପ ସଂଖ୍ୟକ ଙ୍କ ଉପରେ ହେଉଥ‌ିବା ଅମାନୁଷିକ ଅତ୍ୟାଚାର, ମାନବ ଅଧିକାର ଆଇନର ଉଲଂଘନ ବିରୋଧ ତଥା କୋରାପୁଟ ଜିଲ୍ଲାରୁ ଏବଂ ଓଡିଶା ରାଜ୍ୟରୁ ବେଆଇନ ଅନୁପ୍ରବେଶକାରୀବାଂଲାଦେଶୀ, ରୋହିଙ୍ଗିଆ ମାନଙ୍କୁ ବହିଷ୍କାର କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଏକ ସ୍ମାରକ ଓ ପାଞ୍ଚ ଦଫା ଦାବିପତ୍ର ପ୍ରଦାନ କରାଯାଇଛି।


ଉକ୍ତ ସ୍ମାରକ ଓ ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ବାଂଲାଦେଶର ରାଜନୈତିକ ଅସ୍ଥିରବସ୍ଥା ଓ ସରକାର ପରିବର୍ତନର ପରିପ୍ରେକ୍ଷୀରେ ସେଠାରେ ରହୁଥ‌ିବା ଲକ୍ଷ ଲକ୍ଷ ସଂଖ୍ୟା ଲଘୁ ହିନ୍ଦୁ ଏବଂ ଅଳ୍ପ ସଂଖ୍ୟକଙ୍କ ଉପରେ ସେଠାକାର ମୌଳବାଦୀ ମାନେ ଯେଉଁ ବର୍ବୋରଚିତ ଆକ୍ରମଣ କରି ଧନ,ଜୀବନ ନଷ୍ଟ କରିବା ସହିତ, ମନ୍ଦିର ଓ ସମସ୍ତ ସଂଖ୍ୟାଲଘୁଙ୍କ ଧର୍ମାନୁଷ୍ଠାନ ପୋଡି ଜାଳି ନଷ୍ଟ କରିବା ସହ ସର୍ବ ସମୁଖରେ ନିରୀହ ମା, ଭଉଣୀମାନଙ୍କ ଇଜ୍ଜତ ନଷ୍ଟ କରି ଯେଉଁ ମାନବ ଅଧିକାର ଆଇନର ଉଲଂଘନର ବାର୍ତ୍ତା ଦେଉଛନ୍ତି ତାହାର ଆମେ ଦୃଢ ବିରୋଧ ଓ ପ୍ରତିବାଦ କରିବା ସହିତ କଡା ଭାଷାରେ ନିନ୍ଦା ମଧ୍ଯ କରୁଛୁ ।
ଏହି ପରିପ୍ରେକ୍ଷୀରେ କୋରାପୁଟ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ପୋଲିସ ପ୍ରଶାସନଙ୍କୁ ଆମ୍ଭେ କୋରାପୁଟ ନାଗରିକ ସୁରକ୍ଷୀ ମଞ୍ଚ ର ସମସ୍ତ ଅଧ୍ବବାସୀ ଅତ୍ୟନ୍ତ ଦୁଃଖ ଓ ପରିତାପର ସହିତ ଜଣାଉଛୁ କି,ଆମ କୋରାପୁଟ ଜିଲ୍ଲାର ବିଭିନ୍ନ ସହର ଓ ଗ୍ରାମ ମାନଙ୍କରେ ବେଆଇନ ଅନୁପ୍ରବେଶ କରି ରହିଥ‌ିବା ମୁସଲିମ ସଂପ୍ରଦାୟ ର ବ୍ୟକ୍ତି ବିଶେଷଙ୍କୁ ସେମାନଙ୍କ ସମ୍ପୂର୍ଣ ତଥ୍ୟ ଗ୍ରହଣ ନିମନ୍ତେ ନିର୍ଦେଶ ଦିଅନ୍ତୁ । ଏଥିସହ କୋରାପୁଟ ସହରର ମିଶନ କମ୍ପାଉଣ୍ଡ,ରଥ ଶର୍ମା କଲୋନୀ, ଫରେଷ୍ଟ କଲୋନୀ, ରେଲୱେ ଛକ,ସରକାରୀ ହାଇସ୍କୁଲ ପଡିଆ,ଆଦିତ୍ୟ ନଗର ନିକଟ ସରକାରୀ ଜାଗା ଭଳି ବିଭିନ୍ନ ସ୍ଥାନରେ ଘର ନିର୍ମାଣ କରି ରହିଥ‌ିବା ଅନୁପ୍ରବେଶକାରୀ ବାଂଲାଦେଶୀ ଓ ରୋହିଙ୍ଗିଆ ମୁସଲିମ ସଂପ୍ରଦାୟର ବ୍ୟକ୍ତି
ମାନଙ୍କୁ ତୁରନ୍ତ ଛିହ୍ନଟ କରି ସେମାନଙ୍କ ପରିଚୟ ପତ୍ର ଯାଞ୍ଚ କରି କୋରାପୁଟ ସହରରୁ ବିତାଡିତ କରାଯାଉ । ଉକ୍ତ ସମ୍ପ୍ରଦାୟର ବ୍ୟକ୍ତି ବିଶେଷ ବ୍ୟବହାର କରୁଥ‌ିବା ସମସ୍ତ ଯାନ ବାହନର ତଦନ୍ତ କରି ଆଇନ ଅନୁସାରେ ଦଣ୍ଡ ବିଧାନ କରାଯାଉ । ଉକ୍ତ ସମ୍ପ୍ରଦାୟର ବ୍ୟକ୍ତି ମାନେ ରହୁଥ‌ିବା ସରକାରୀ ଜାଗାକୁ ଖାଲି କରାଯାଉ । କୋରାପୁଟ ଜିଲ୍ଲାରେ ବିଭିନ୍ନ ସାହିରେ ରହୁଥିବା ଉକ୍ତ ସମ୍ପ୍ରଦାୟର ଲୋକଙ୍କ ଘର ଠିକଣା ଖୋଜି ବାହାର କରି ,ଘର ମାଲିକ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାର ତୁରନ୍ତ ସମାଧାନ ଓ ବାଂଲାଦେଶ ରେ ସଂଖ୍ୟା ଲଘୁ ହିନ୍ଦୁ ଏବଂ ଅଳ୍ପ ସଂଖ୍ୟକ ଙ୍କ ସୁରକ୍ଷା ଓ ଶାନ୍ତି ଜୀବନ ଯାପନ ଦିଗରେ ଭାରତ ସରକାର ଯଥାଶୀଘ୍ର ପଦକ୍ଷେପ ନେବା ପାଇଁ ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କୁ ଆମର ଦାବି ମଧ୍ୟ ଜଣାଇ ଦେବେ ବୋଲି ଆମ୍ଭେ ଆପଣଙ୍କୁ ଅନୁରୋଧ କରୁଛୁ। ଏଣୁ, ଆଗାମୀ ଦିନରେ ଆମ ରାଜ୍ୟରେ ମଧ୍ୟ ସେହିମାନେ ବିଶୃଙ୍ଖଳା ସୃଷ୍ଟିକରି ରାଜ୍ୟର ଗାରିମା ଓ ଜନସାଧାରଣଙ୍କ ସୁରକ୍ଷା ହାନିର ସମ୍ଭାବନା ସୃଷ୍ଟି କରିବା ସନ୍ଦେହର ଦୃଷ୍ଟିରେ ରଖି ଓଡ଼ିଶାରେ ରହୁଥିବା ଉକ୍ତ ସମ୍ପ୍ରଦାୟର ଲୋକଙ୍କୁ ଚିର୍ଣ୍ଣଟ କରି ସେମାନଙ୍କ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ରାଜ୍ୟ ସରକାର ସେମାନଙ୍କୁ ଆମ ରାଜ୍ୟରୁ ତୁରନ୍ତ ବିତାଡିତ କରନ୍ତୁ ।

କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ…..
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *