September 17, 2024
Home » ଓଡ଼ିଆ କଳାକାରଙ୍କ ସ୍ୱର ପରିବାରର ଅଗଷ୍ଟ ୧୫ ପାଳନ

ଓଡ଼ିଆ କଳାକାରଙ୍କ ସ୍ୱର ପରିବାରର ଅଗଷ୍ଟ ୧୫ ପାଳନ

0

ଭୁବନେଶ୍ୱର : ଓଡ଼ିଆ କଳାକାରଙ୍କ ସ୍ୱର (OKS) ତରଫରୁ ଅଗଷ୍ଟ ୧୫ ସ୍ଥାନୀୟ ବୁଲନ୍ ଭାଇ ସେବା ସଦନ, ମାଷ୍ଟର କ୍ୟାଣ୍ଟିନ୍ ଛକ ନିକଟରେ ଅନୁଷ୍ଠାନର ସଭାପତି ଶ୍ରୀଧର ମାର୍ଥା, ଉପସଭାପତି ଋଷି ପଟ୍ଟନାୟକ , ସମ୍ପାଦକ ମୃତ୍ୟୁଞ୍ଜୟ ପଣ୍ଡା, ସହ ସଂପାଦକ ବରଦା ପ୍ରସନ୍ନ ପାତ୍ର, କୋଷାଧ୍ୟକ୍ଷ ମୃଣ୍ମୟ ନାୟକ, ସହ କୋଷାଧ୍ୟକ୍ଷ ବିଶାଲ ସାହୁ , ସଂଯୋଜକ ସାର୍ଥକ ପ୍ରଧାନଙ୍କ ସହିତ ଅନୁଷ୍ଠାନର କର୍ମକର୍ତ୍ତା ସୁରଜିତ ପରିଡ଼ା, ଆଲୋକ ପଣ୍ଡା, ଜାନକୀ ନାଥ ମିଶ୍ର, ପରାଗ ପଟ୍ଟନାୟକ, ଶିବ ପୂଜାପଣ୍ଡା, କାବେରୀ ଶତପଥୀ ଙ୍କ ସହିତ ଅନେକ ସଦସ୍ୟ ଏବଂ ସଦସ୍ୟାଙ୍କ ଉପସ୍ଥିତିରେ, ମାନ୍ୟବର ଯାଜପୁର MP ଶ୍ରୀ ରବୀନ୍ଦ୍ର ନାରାୟଣ ବେହେରାଙ୍କ ଦ୍ଵାରା ପତାକା ଉତ୍ତୋଳନ କରାଯାଇଥିଲା ।ଅନୁଷ୍ଠାନର କଳାକାର ମାନେ ଆମ ଜାତୀୟ ସଙ୍ଗୀତ ଜନ ଗଣ ମନ ଗାନ କରିବା ସହିତ, ଏଇ ଦେଶ ଏଇ ମାଟି ଆମ ମମତା ମୟି ମାଟି, ଗୀତ ଟିକୁ ମଧ୍ୟ ସମସ୍ତେ ମିଶି ପରିବେଷଣ କରିଥିଲେ, ବିଭିନ୍ନ ଦେଶାତ୍ମକ ସଙ୍ଗୀତ ରେ ନୃତ୍ୟ ମଧ୍ୟ ପରିବେଷଣ କରିଥିଲେ ।ମାନ୍ୟବର ଯାଜପୁର MP ଶ୍ରୀ ରବୀନ୍ଦ୍ର ନାରାୟଣ ବେହେରାଙ୍କ ଅଭିଭାଷଣ ଏବଂ ପରମେଶ୍ବର ଦାଶ (ବୁଲନ୍ ଭାଇ) ଙ୍କ ଭାଷଣ, ଏବଂ ଉପସ୍ଥିତ ଅନ୍ୟ ଅତିଥିଙ୍କ ଅଭିଭାଷଣ ସମସ୍ତଙ୍କୁ ଆକୃଷ୍ଟ କରିଥିଲା ।ସର୍ବଶେଷରେ ସେଉ,ବୁନ୍ଦି, ପୁରୀ, ସୋଲା ତରକାରୀ, ମିଠା ଖାଇ କଳାକାର ମାନେ ପ୍ରତ୍ୟାବର୍ତ୍ତନ କରିଥିଲେ ।ଏବଂ ସନ୍ଧ୍ୟାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଘର ଘର ତୀରଙ୍ଗା ଶୋଭାଯାତ୍ରାରେ OKS ର କଳାକାର ମାନେ ଯୋଗ ଦେଇଥିଲେ ।ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ର ସଚିବ ପ୍ରବୋଧ ରଥଙ୍କ ସହିତ ଅନେକ ବର୍ଗର କଳାକାର, ସଙ୍ଗୀତ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଏକାମ୍ର ହାଟ ଠାରୁ ଆରମ୍ଭ କରି ରବୀନ୍ଦ୍ର ମଣ୍ଡପ ପର୍ଯ୍ୟନ୍ତ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ ।ଅତଏବ OKS ର କଳାକାର ମାନଙ୍କ ଦ୍ଵାରା ଏହିକାର୍ଯ୍ୟ ପ୍ରଶଂସାର ଯୋଗ୍ୟ ଅଟେ ।

ଭୁବନେଶ୍ୱର ଇପିଏ ରୁ ମଧୁସୂଦନ ସାହୂ ଙ୍କ ରିପୋର୍ଟ…..
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *