May 17, 2026
Home » NDRF କୁ ଗରିମାମୟ “President’s Colour Award” ପ୍ରଦାନ

NDRF କୁ ଗରିମାମୟ “President’s Colour Award” ପ୍ରଦାନ

0
WhatsApp Image 2026-05-16 at 10.17.52 AM

ଭାରତର କେନ୍ଦ୍ରୀୟ ଗୃହମନ୍ତ୍ରୀ Amit Shah ଗାଜିଆବାଦର କମଳା ନେହରୁ ନଗର ସ୍ଥିତ 8ମ ବ୍ୟାଟାଲିଅନ NDRF ମୁଖ୍ୟାଳୟରେ ଆୟୋଜିତ ଏକ ଭବ୍ୟ ଆନୁଷ୍ଠାନିକ ପ୍ୟାରେଡ୍‌ରେ ଜାତୀୟ ବିପଦ ମୁକାବିଲା ବାହିନୀ (NDRF) କୁ ଗରିମାମୟ “President’s Colour Award” ପ୍ରଦାନ କରିଛନ୍ତି। ଏହି ସମ୍ମାନ ଭାରତର କୌଣସି ସେନା କିମ୍ବା ଅର୍ଦ୍ଧସେନା ବାହିନୀକୁ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ ଭାବେ ପରିଚିତ।ଏହି ଗୌରବମୟ ଓ ଐତିହାସିକ ମୁହୂର୍ତ୍ତରେ 03rd Battalion NDRF ମୁଣ୍ଡଳୀର ବରିଷ୍ଠ କମାଣ୍ଡାଣ୍ଟ ଶ୍ରୀ ନାଗେନ୍ଦ୍ର ଶର୍ମା ପ୍ୟାରେଡ୍‌ର ନେତୃତ୍ୱ ଦେଇଥିଲେ। ତାଙ୍କ ନେତୃତ୍ୱରେ ପ୍ୟାରେଡ୍‌ ସୁଚାରୁ ଭାବେ ସମ୍ପନ୍ନ ହୋଇଥିବା ବେଳେ ଏହା NDRF ଇତିହାସରେ ଏକ ସ୍ମରଣୀୟ ଅଧ୍ୟାୟ ଭାବେଏହି ଐତିହାସିକ ଅବସରରେ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ NDRF ର 20 ବର୍ଷର ସଫଳ ଯାତ୍ରାକୁ ପ୍ରଶଂସା କରି କହିଥିଲେ ଯେ, ବିପଦ ପରିଚାଳନା ଓ ଉଦ୍ଧାର କାର୍ଯ୍ୟରେ NDRF ବିଶ୍ୱସ୍ତରରେ ଭାରତକୁ ଏକ ଅଲଗା ପରିଚୟ ଦେଇଛି। ସେ କହିଥିଲେ ଯେ, NDRF କେବଳ ଦେଶରେ ନୁହେଁ ବରଂ ବିଶ୍ୱସ୍ତରରେ ମଧ୍ୟ ଏକ ଭରସାଯୋଗ୍ୟ “First Responder” ଭାବେ ପରିଚିତ ହୋଇପାରିଛି।ଗୃହମନ୍ତ୍ରୀ ତାଙ୍କ ଭାଷଣରେ “Minimum Casualty” ରୁ “Zero Casualty and Minimal Property Damage” ଲକ୍ଷ୍ୟ ଦିଗରେ ଆଗୁଆ ହେବାକୁ NDRF କୁ ଆହ୍ୱାନ କରିଥିଲେ। ସେ “ଜାନହାନି ଶୂନ୍ୟ ଏବଂ ସମ୍ପତ୍ତି କ୍ଷତି ସର୍ବନିମ୍ନ” ଲକ୍ଷ୍ୟକୁ ଭବିଷ୍ୟତର ମୁଖ୍ୟ ମନ୍ତ୍ର ଭାବେ ଉଲ୍ଲେଖ କରିଥିଲେ।ଶ୍ରୀ ଶାହ କହିଥିଲେ ଯେ, ଏହି ସମ୍ମାନ କେବଳ NDRF ପାଇଁ ନୁହେଁ, ବରଂ SDRF, ପଞ୍ଚାୟତ, NCC, NSS ଓ ହଜାର ହଜାର “ଆପଦା ମିତ୍ର” ସ୍ୱେଚ୍ଛାସେବକଙ୍କ ସାମୂହିକ ଅବଦାନର ମଧ୍ୟ ଏକ ସ୍ୱୀକୃତି।

 

cuttck ru lalita dash nka report

Leave a Reply

Your email address will not be published. Required fields are marked *