ପୂର୍ବ ଶତୃତାକୁ କେନ୍ଦ୍ରକରି ଧାରୁଆ ଅସ୍ତ୍ରରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ।
କଲମପୁର ଥାନା ଅନ୍ତର୍ଗତ ପରିଆଗୁଡା ଗାଁ ରେ ଘରଡିହକୁ କେନ୍ଦ୍ର କରି ସଂଘର୍ଷ ଘଟଣାରେ ମହିଳାଗୁରୁତର ଭାବେ ଆହତ ହୋଇଛନ୍ତି ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରେ...
ନୂଆପଡ଼ାରେ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ କମିଟି ବୈଠକ
ନୂଆପଡ଼ାରେ ପର୍ଯ୍ୟଟନ ବିକାଶ ନେଇ ବୈଠକ; ଜିଲ୍ଲାକୁ ‘ଟୁରିଜମ୍ ହବ୍’ ଭାବେ ଗଢ଼ିବା ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ
ସବୁଦିନ ମନେ ରହିବ ରାଜୀବ ଗାନ୍ଧୀଜୀଙ୍କ ତ୍ଯାଗ ତପସ୍ଯା ଓ ବଳିଦାନ – ଭକ୍ତ ଚରଣ ଦାସ
ସ୍ୱାଭିମାନୀ ଯୁବନେତା ସ୍ୱର୍ଗତଃ ପ୍ରଶାନ୍ତ ମହାପାତ୍ରଙ୍କ ୬୫ତମ ଜନ୍ମତିଥିରେ ମାଗଣା ସ୍ୱାସ୍ଥ୍ୟସେବା ଶିବିର
ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍ ଯୋଗ୍ୟ), ଚେକ୍ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍, ବିଦ୍ୟୁତ, ପାନୀୟ ଜଳ ବିଲ୍ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।
କଲମପୁର ଥାନା ଅନ୍ତର୍ଗତ ପରିଆଗୁଡା ଗାଁ ରେ ଘରଡିହକୁ କେନ୍ଦ୍ର କରି ସଂଘର୍ଷ ଘଟଣାରେ ମହିଳାଗୁରୁତର ଭାବେ ଆହତ ହୋଇଛନ୍ତି ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରେ...
ଧର୍ମଗଡ଼:ଏକ ଭିନ୍ନ ତିଥି ଓ ଭିନ୍ନ ପରମ୍ପରାରେ ଧର୍ମଗଡ ବ୍ଲକ ଛତିଶଗଡ଼ ରାଜ୍ୟ ସୀମାନ୍ତରେ ଥିବା ବୁଢୀମୁଣ୍ଡା ଠାରେ ରଥଯାତ୍ରା ପାଳିତ ହୋଇଯାଇଛି । ଆଷାଢ଼ ମାସ...
ରାଇରଙ୍ଗପୁର : ୧୧\୦୭ - ଜନସଂଖ୍ଯା ସମାଧାନ ଫାଉଣ୍ଡେସନ ର କେନ୍ଦ୍ରିୟ ଅଧ୍ଯକ୍ଷ ଶ୍ରୀଯୁକ୍ତ ଅନିଲ ଚୌଧୁରୀ ଙ୍କ ନିଷ୍ପତ୍ତି କ୍ରମେ ସାରା ଭାରତବର୍ଷରେ ବିଶ୍ବ ଜନସଂଖ୍ଯା...