October 16, 2024
Home » ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ସିଂହଦ୍ଵାର ରଥ ଉପରେ ସୁନାବେଶରେ ଝଲସି ଉଠିଲେ ଶ୍ରୀ ଜୀଉ

ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ସିଂହଦ୍ଵାର ରଥ ଉପରେ ସୁନାବେଶରେ ଝଲସି ଉଠିଲେ ଶ୍ରୀ ଜୀଉ

0

ଛତ୍ରପୁର : ସୁନାବେଶରେ ଝଲସି ଉଠିଲେ ଶ୍ରୀ ଜୀଉ । ଛତ୍ରପୁର ସହରର ତାଡେପଲ୍ଲୀ ସାହିସ୍ଥ ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପକ୍ଷରୁ ରଥ ଉପରେ ଶ୍ରୀଜୀଉ ଙ୍କ ସୁନାବେଶ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପାରମ୍ପରୀକରୀତିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା, ସୁଦର୍ଶନ ଠାକୁରଙ୍କ ସୁନାବେଶ ଲୀଳା ଶୃଙ୍ଖଳିତ ଭାବେ ବୁଧବାର ସମାହିତ ହୋଇଯାଇଛି । ଏହି ମନ୍ଦିରରେ ପ୍ରତିବର୍ଷ ସୁନାବେଶ ଏଵଂ ଉତ୍କଳୀୟ ସଂସ୍କୃତି ସମ୍ପନ୍ନ ନୃତ୍ୟ ସଙ୍ଗୀତ କାର୍ଯକ୍ରମ ର ଆୟୋଜନ ହୋଇଥାଏ । ଚଳିତ ବର୍ଷ ସୁନାବେଶ ଦେଖିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ସହ କଡ଼ା ସୁରକ୍ଷା ମଧ୍ୟରେ ଶ୍ରୀ ଜୀଉ ଙ୍କ ସୁନାବେଶ ର ଅୟୋଜନ ହୋଇଥିଲା । ଚତୁର୍ଦ୍ଧାମୂର୍ତ୍ତି ଙ୍କ ସୁନାବେଶ ଦେଖି ଭକ୍ତଜନ ଭାବ-ବିହ୍ବଳ ହୋଇଉଠିଥିଲେ । ଅଗଣିତ ଭକ୍ତ ଙ୍କ ଶୃଙ୍ଖଳିତ ଦର୍ଶନ ହୋଇଛି । ମହାପ୍ରଭୁ ଙ୍କ ମହଣ ମହଣ ସୁନା ଅଳଙ୍କାରରେ ଭରପୂର ହୋଇଥିବା ଶ୍ରୀ ଜୀଉ ଙ୍କ ସୁନାବେଶ ଦେଖି ଭକ୍ତଗଣ ଆତ୍ମ ବିଭୋର ହୋଇ ପଡ଼ିଥିଲେ ।
ସେହିପରି ଛତ୍ରପୁର ସହରର ଦାସିରୀ ଜଗନ୍ନାଥ ମନ୍ଦିରର ଏଵଂ ସୀତାରାମପଲ୍ଲୀ ର ପଣ୍ଡାରଥ ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ-ପତିତପାବନ ଠାକୁରଙ୍କ ସୁନାବେଶ ଲୀଳା ସ୍ୱରୂପ ରୋପ୍ୟ ଓ କିଛି ସୁନା ଅଳଙ୍କାର ଗହଣା ଆଦି ଠାକୁରଙ୍କୁ ଲାଗି ହୋଇଥିବା ଦେଖାଦେଇଛି । ସହରର ମୁଖ୍ୟସଡ଼କ ପଥ ବଡ଼ବଜାର ଓ ମଝିବଜାରରେ ଦଣ୍ଡାୟମାନ ହୋଇଥିବା ଦୁଇଟି ରଥ ଉପରେ ଶ୍ରୀଜୀଉ ଙ୍କ ସୁନାବେଶ ଦେଖିବା ପାଇଁ ଅଗଣିତ ଭକ୍ତଙ୍କ ସମାଗମ ହୋଇଥିବା ଦେଖାଦେଇଛି । ଏହି ଅବସରରେ ବଜାର ଉପରେ ବୁଧବାର ରାତିରେ ଭଜନ ସମାରୋହ ଅନୁଷ୍ଠିତ ହୋଇ ସ୍ଥାନଟି ସରଗରମ ହୋଇଥିବା ଦେଖାଦେଇଛି ।।

 

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *