October 3, 2026
Home » ଅନ୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ 120 ନଡ଼ିଆ ଗଛ ଗ୍ରାମବାସୀ ଙ୍କ ଦ୍ଵାରା ରୋପଣ

ଅନ୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ 120 ନଡ଼ିଆ ଗଛ ଗ୍ରାମବାସୀ ଙ୍କ ଦ୍ଵାରା ରୋପଣ

0
WhatsApp Image 2026-10-03 at 2.20.53 PM

ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ଶନିବାର, ସ୍ଥାନୀୟ କପିଲେଶ୍ୱର ପୁର ପଞ୍ଚାୟତ ତିନିକୁଦି ଗ୍ରାମ ଠାରେ ତ୍ରିବେଣୀ ଘାଟ ନିକଟ ମେଲଣ ପଡ଼ିଆରେ ଅନ୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ 120 ନଡ଼ିଆ ଗଛ ଗ୍ରାମବାସୀ ଙ୍କ ଦ୍ଵାରା ରୋପଣ କରାଯାଇଥିଲା।ଏହି କାର୍ଯ୍ୟରେ ଗ୍ରାମ କମିଟି ଓ ସ୍ଥାନୀୟ ଲୋକଙ୍କ ସହଭାଗିତାରେ ଆୟୋଜିତ ହୋଇଥିଲା।ପ୍ରଧାନ ମନ୍ତ୍ରୀ ଙ୍କ ସେବା ସଂକଳ୍ପ ଅଭିଯାନର ନେତୃତ୍ୱ ନେଇ ଅନ୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ ର ପ୍ରତିଷ୍ଠାତା ପୂର୍ବତନ ଅଧ୍ୟାପକ ଡକ୍ଟର ପ୍ରମୋଦ କୁମାର ଆଚାର୍ଯ୍ୟ ବୃକ୍ଷ ରୋପଣର ଶୁଭାରମ୍ଭ କରିଥିଲେ।ସାମ୍ବାଦିକ ପଠାଣି ପଟ୍ଟନାୟକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ।ତରୁଣ କବି ଦାମୋଦର ପରିଡ଼ା,ପ୍ରତାପ ଚନ୍ଦ୍ର ଦାସ, ପ୍ରହଲ୍ଲାଦ ପରିଡା,ଅରବିନ୍ଦ ଦଳାଇ,ଚିନ୍ତାମଣି ଦଳାଇ, ଯୋଗ ଦେଇ ପରିବେଶ ସୁରକ୍ଷା ନିମନ୍ତେ ବୃକ୍ଷ ରୋପଣ କରି ସବୁଜିମାରେ ସମାଜ କୁ ପରିପୂର୍ଣ୍ଣ କରିବାକୁ ଶପଥ ଗ୍ରହଣ କରିଥିଲେ। ଗଛ ଲଗାଇବା ଏକ ସହଜ କଥା, କିନ୍ତୁ ପାଳନ ପୋଷଣ କରି ଏକ ବୃକ୍ଷ ରେ ପରିଣତ କରିବା କଷ୍ଟ ସାଧ୍ୟ।।
ସମସ୍ତ ଙ୍କୁ ଅନୁଷ୍ଠାନ ପକ୍ଷରୁ କୃତଜ୍ଞତା ଜ୍ଞାପନ କରିଥିଲେ ଅନୁଷ୍ଠାନ କାର୍ଯ୍ୟକର୍ତ୍ତା ସ୍ଥିତ ପ୍ରଜ୍ଞା ଜେନା।

Leave a Reply

Your email address will not be published. Required fields are marked *