October 3, 2026
Home » ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ ସହିତ ସ୍ୱଚ୍ଛତା ରାଲି ଆୟୋଜିତ

ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ ସହିତ ସ୍ୱଚ୍ଛତା ରାଲି ଆୟୋଜିତ

0
WhatsApp Image 2026-10-03 at 3.26.43 PM

ସୁବର୍ଣ୍ଣପୁର — ବଲାଙ୍ଗୀର ସହର ମାଲପଡ଼ା ସ୍ଥିତ ମଣ୍ଟେସୋରୀ ପବ୍ଲିକ ସ୍କୁଲ ତରଫରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ସ୍କୁଲ ପ୍ରତିଷ୍ଠାତା ତଥା ମେନେଜିଙ୍ଗ ଡାଇରେକ୍ଟର ରବିଚନ୍ଦ୍ର ଉଦଗାତା, ଚେୟାରମ୍ୟାନ ବୀରେନ୍ଦ୍ର ନାରାୟଣ ଉଦଗାତା, ଏକାଡେମିକ ପ୍ରିନ୍ସିପାଲ ଡ. ରବିଚନ୍ଦ୍ର ପଶାୟତ ପ୍ରମୁଖ ପ୍ରାରମ୍ଭରେ ଗାନ୍ଧୀ ଓ ଶାସ୍ତ୍ରୀ ଜୀ ଙ୍କ ଫଟୋଚିତ୍ର ରେ ପୂଜାର୍ଚ୍ଚନା କରିଥିଲେ। ଶାସ୍ତ୍ରୀଜୀ ଙ୍କ ନୀତି ଆଦର୍ଶ ଭାରତ ବର୍ଷର ନାଗରିକ ମାନଙ୍କୁ କର୍ମନିଷ୍ଠ ରହିବାରେ ସବୁବେଳେ ପ୍ରେରଣା ଦେଇଥାଏ ବୋଲି କାର୍ଯ୍ୟକ୍ରମରେ ଆମନ୍ତ୍ରିତ ଅତିଥି ବୃନ୍ଦ ମତ ପ୍ରକାଶ କରିଛନ୍ତି। ଛାତ୍ର ଛାତ୍ରୀ, ଶିକ୍ଷକ, ଅଭିଭାବକ ଙ୍କ ସମବେତ ଯୋଗଦାନ ରେ ସହରରେ ସ୍ୱଚ୍ଛତା ରାଲି ଆୟୋଜିତ ହୋଇଥିଲା । ଛାତ୍ରଛାତ୍ରୀ ମାନେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ବେଶରେ ପୋଷାକ ପରିଧାନ କରି ପଦଯାତ୍ରାରେ ଝଲସି ଉଠୁଥିଲେ । ସ୍ୱଚ୍ଛତା ସମ୍ପର୍କିତ ପ୍ଲାକାର୍ଡ ପ୍ରଦର୍ଶନ ଓ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିଥିଲେ। ରାଲିରେ ସାମ୍ବାଦିକ ଆକୁଳ ବେହେରା, ସମାଜସେବୀ ଅନୟା ଦାଶ, ରାମ ଦାଶ.ଯୋଦଦେଇ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ଆଶିକ ଯୋଶୀ, ରୋହିତ୍ ବକୁଳ, ଆରତୀ ପ୍ରିୟଦର୍ଶନୀ, ନମିତା ସାଗର, ଆଶାରାଣୀ ବିଶ୍ୱାଳ, ମୋନାଲିସା ପୃଷେଠ , , ସ୍ନିଗ୍ଧା ବାରିକ, ପ୍ରୀତିପର୍ଣ୍ଣା ମିଶ୍ର, ଆର ସୁଲତାନା, ନିରୁପମା ଯୁଏଡ , ଜସ୍ମିନ୍ ଉଦଗାତା, ସ୍ମୃତି ପୂଜାରୀ, ଶିବାନୀ ମହାକୁର, ସୌଭାଗ୍ୟ ବଗର୍ତ୍ତି. ହାଡ଼ୁ କୁମ୍ଭାର ପ୍ରମୁଖ ସଂଯୋଜନା କରିଥିଲେ। ଶେଷରେ ଶିକ୍ଷିକା ଅନୁପମା ତନ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *