ଆନନ୍ଦମାର୍ଗ ୟୁନିଭର୍ସlଲ ରିଲିଫ ଟିମ ତତଫରୁ ଚାରିଛକ ରେ ଦହି ସରବତ ବଣ୍ଟନ କାର୍ଯ୍ୟକ୍ରମ l
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦର ମହକୁମା ଚାରିଛକ ଠାରେ ଆନନ୍ଦମାର୍ଗ ୟୁନିଭର୍ସlଲ ରିଲିଫ ଟିମ ତରଫରୁ
ଚଳିତ ବର୍ଷର ପ୍ରଚଣ୍ଡ ରୌଦ୍ର ତାପର ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ହରଭଙ୍ଗା ବ୍ଲକ୍ ଅଫିସ୍ ସମ୍ମୁଖରେ ଅନୁଷ୍ଠିତ ହେଉଥିବା ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ସମାଧାନ ଶିବିରକୁ ନ୍ୟାୟ ଆଶାରେ ଆସୁଥିବା ଜନ ସାଧାରଣଙ୍କୁ ଜଳସେବା (ଦହି ସରବତ) ଯୋଗାଇଦେବାର କାର୍ଯ୍ୟକ୍ରମ କରାଯାଇଥିଲା।
ଜଳସେବା (ଦହି ସରବତ)ରେ ବ୍ୟବହୃତ ସାମଗ୍ରୀ :- ଲୁଣ, ବିଟ ଲୁଣ, ଅଦା, କଷି ଆମ୍ବ ଅଦା,ତେନ୍ତୁଳି , ପୁଦିନା ପତ୍ର,ଧନିଆ ପତ୍ର ,କଞ୍ଚା ଲଙ୍କା,ଜଳଜିରା,ଗୋଲ ମରିଚ ଓ ଚାଟ ମସଲା ଦହିରେ ଦେଇ ଦହି ସରବତ ପ୍ରସ୍ତୁତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଓ ଜିଲ୍ଲା କୃଷକ ଉତ୍ପାଦକ ସଂଗଠନ ଫେଡେରେସନ ସଭାପତି ତଥା ସାମାଜିକ କର୍ମୀ ରାଜକିଶୋର ଅଗ୍ରୱାଲ ଯୋଗଦେଇ ଶୁଭାରମ୍ଭ କରିଥିବା ବେଳେ କିରଟି ଦନ୍ତା,ବୃନ୍ଦାବନ ବେହେରା ସହଯୋଗ କରିଥିଲେ l ରିଲିଫ ଟିମର ମୁଖ୍ୟ ତଥା ବିଶିଷ୍ଟ ସାମାଜିକକର୍ମୀ କେଦାରନାଥ ସାହୁ
ଆଗାମୀ ଦିନରେ ପୁଣି କଣ୍ଟାମାଳ ବ୍ଲକ୍ ରେ ମଧ୍ୟ ତା.୧୮/୦୫/୨୦୨୬ ରିଖରେ ଦହିସେବା କାର୍ଯ୍ୟକ୍ରମ କରିବାକୁ ସୂଚନା ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଜନସାଧାରଣଙ୍କ ସମେତ ଜିଲ୍ଳା ସ୍ତରୀୟ ଅଧିକାରୀ ମାନେ ଉଚ୍ଚ ପ୍ରଶଂସା କରିଥିଲେ l ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
