ଏଏନଏମ ଛାତ୍ରୀ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ
ପୁରୀ: ଓଡ଼ିଶାର ସମଗ୍ର ଏଏନଏମ ତାଲିମ କେନ୍ଦ୍ର ମାନଙ୍କରେ ONMEB ଦ୍ୱାରା ପରିଚାଳିତ ବାର୍ଷିକ ପରୀକ୍ଷାର ଫଳାଫଳ ଘୋଷଣା କରାଯାଇଛି। ଏହି ପରୀକ୍ଷାରେ, ପୁରୀର ANM ତାଲିମ କେନ୍ଦ୍ରର ୩ ଜଣ ଛାତ୍ରୀ ସର୍ବାଧିକ ନମ୍ବର ରଖି ଓଡ଼ିଶାରେ ପ୍ରଶଂସାର ପାତ୍ର ହୋଇଛନ୍ତି। ୨୦୨୪ ମସିହାରେ, ତାଲିମ କେନ୍ଦ୍ରର ଜଣେ ଛାତ୍ରୀ ରାଜ୍ୟ ସ୍ତରରେ ୩ୟ ସ୍ଥାନ ହାସଲ କରିଥିଲେ।୨୦୨୫ ମସିହାରେ, ଏହି ଅନୁଷ୍ଠାନର ୨ ଜଣ ଛାତ୍ରୀ ପ୍ରଥମ ଏବଂ ୨ୟ ସ୍ଥାନ ହାସଲ କରିଥିଲେ।


ଏହି ବର୍ଷ, ପ୍ରିୟଙ୍କା ପ୍ରିୟଦର୍ଶିନୀ ମହାରଣା (94.7%) ୧ମ ସ୍ଥାନ, ସବାନା ଖାତୁନ (94.6%) ୨ୟ ସ୍ଥାନ ଏବଂ ରୂପାଲି ଜେନା (94.5%) ୩ୟ ସ୍ଥାନ ହାସଲ କରିଛନ୍ତି। ଏହା ପୁରୀ ଜିଲ୍ଲା ଏବଂ ଓଡ଼ିଶା ପାଇଁ ଗର୍ବ ଏବଂ ସମ୍ମାନର ବିଷୟ। ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କ ୨୦୬ ତମ ଜନ୍ମବାର୍ଷିକୀ ଅବସରରେ,ନର୍ସିଂ ନିର୍ଦ୍ଦେଶାଳୟଏବଂ ଜାତୀୟ ସ୍ବାସ୍ଥ୍ୟ ମିଶନ ଓଡ଼ିଶା ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁରୀର ଏଏନଏମ ତାଲିମ କେନ୍ଦ୍ରର ଟପର ଛାତ୍ରୀ ଏବଂ ପ୍ରିନ୍ସିପାଲଙ୍କୁ ସମ୍ମାନିତ କରାଯାଇଥିଲା। ଆଜି ଏଏନଏମ ତାଲିମ କେନ୍ଦ୍ର ପୁରୀ ଦ୍ୱାରା ଆୟୋଜିତ ବାର୍ଷିକ ଉତ୍ସବରେ ଏହି ତିନି ଜଣଙ୍କୁ ସମ୍ମାନିତ କରାଯାଇଥିଲା। ତାଲିମ କେନ୍ଦ୍ରର ଅଧ୍ୟକ୍ଷା ଡକ୍ଟର ନୟନା କୁମାରୀ ସାମଲ ଅନୁଷ୍ଠାନର ସମସ୍ତ ଶିକ୍ଷକ ଏବଂ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଓଡ଼ିଶାରେ ଏପରି ଇତିହାସ ସୃଷ୍ଟି କରିବା ପାଇଁ ପରମ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।ଏଡିଏମଓ ଡା ବିନୋଦ ରଥ ଓ ଡିପିଏମ ଶ୍ୟାମ ସୁନ୍ଦର ତ୍ରିପାଠୀ ଏହି ସମ୍ବର୍ଦ୍ଧନା ରେ ଯୋଗ ଦେଇଥିଲେ।
