June 20, 2026
Home » ଏସଆଇଆର କାମରେ ନିୟୋଜିତ ମୃତ ଶିକ୍ଷକଙ୍କ ପରିବାରଙ୍କୁ କ୍ଷତି ପୂରଣ ପାଇଁ ଦାବି କଲେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ

ଏସଆଇଆର କାମରେ ନିୟୋଜିତ ମୃତ ଶିକ୍ଷକଙ୍କ ପରିବାରଙ୍କୁ କ୍ଷତି ପୂରଣ ପାଇଁ ଦାବି କଲେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ

0
WhatsApp Image 2026-06-20 at 4.37.55 PM

ସୁବର୍ଣ୍ଣପୁର: ବୌଦ୍ଧ ଜିଲ୍ଲା ସଦର ବ୍ଲକ ଗୁନ୍ଦୁଲିଆ ପଂଚାୟତ ଡ଼ିମିରିଖୋଲ ପ୍ରାଥମିକ ବିଦ୍ୟାଳୟର ମୃତ ପ୍ରଧାନ ଶିକ୍ଷକ ଶୟନ ସାହୁଙ୍କ ପରିବାରକୁ ପଚାଶ ଲକ୍ଷ ଟଙ୍କାର କ୍ଷତି ପୂରଣ ସହ ନିୟୋଜିତ ଶିକ୍ଷକ ମାନଙ୍କୁ ଚାପମୁକ୍ତ ସହିତ ବିଭିନ୍ନ ଦାବି ନେଇ ବୌଦ୍ଧ ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଉପଜିଲ୍ଲାପାଳ ବିନୟ କୁମାର ଭୋଇଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ବିଏଲଓ କାର୍ଯ୍ୟ କରୁଥିବା ମୃତ ଶିକ୍ଷକ ଶୟନ ସାହୁଙ୍କୁ ଶୀଘ୍ର କାର୍ଯ୍ୟ ସମାପ୍ତ ନ କଲେ ନିଲମ୍ବନ କରାଯିବ ବୋଲି ସରକାରୀ ଚାପ ପ୍ରୟୋଗ କରାଯାଇଥିବା ଯୋଗୁଁ ଅତିଷ୍ଟ ହୋଇ ବିଷ ପାନ କରି ମୃତ୍ୟୁ ବରଣ କରିଥିବା ପରିବାର ଲୋକ ଗଣ ମାଧ୍ୟମ ଓ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘକୁ ଜଣାଇଥିଲେ l ସରକାରୀ ନିୟମ ଅନୁସାରେ ଉପଯୁକ୍ତ କ୍ଷତି ପୂରଣ ସହ ପରିବାରରୁ ଜଣଙ୍କୁ ଚାକିରୀ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି l ସେହିପରି ହରଭଙ୍ଗା ବ୍ଲକର କାର୍ଯ୍ୟରେ ବିଳମ୍ବ ଯୋଗୁଁ ଶିକ୍ଷକ ଶିବ ଶଙ୍କର ଗାହlଣ ଓ ବୀରେନ୍ଦ୍ର ବେହେରାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବାରୁ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଅଧିକ ଚାପଗ୍ରସ୍ତ ହୋଇ କାର୍ଯ୍ୟ କରୁଥିବାରୁ ଏସଆଇଆର କାର୍ଯ୍ୟକୁ ସାରିବା ପାଇଁ ଅଧିକ 15 ଦିନ ସମୟ ଦେବାପାଇଁ ଅନୁରୋଧ କରିଛନ୍ତି l ଏହି ଦାବିପତ୍ର ଦେବା ପାଇଁ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶିଶିର ଖଟୁଆ, କାର୍ଯ୍ୟକାରୀ ସଭାପତି ଶମ୍ଭୁ ଗିରି, ଉପସଭାପତି ସୁଦାମ ଚରଣ ମିଶ୍ର, ସାଧାରଣ ସମ୍ପାଦକ ମହେଶ କୁମାର ସେଠି, ବୌଦ୍ଧ ବ୍ଲକ ସଭାପତି ରାଜକୁମାର ପ୍ରଧାନ, ସମ୍ପାଦକ ଉତ୍ତମ ନାଏକ, କାର୍ଯ୍ୟକାରୀ ସଦସ୍ୟ ହୃଦାନନ୍ଦ ଦନ୍ତା, ରେଣୁପ୍ରଭା ବେହେରା, ସୁଧାରାଣୀ ହୋତା, ପ୍ରଦୀପ କୁମାର ସାହୁଙ୍କ ସମେତ ଅଣ ଗେଜେଟେଡ଼ କର୍ମଚାରୀ ସଂଘ ସଭାପତି ଜିତେନ୍ଦ୍ର କୁମାର ମିଶ୍ର ଯୋଗଦେଇ ଥିଲେ l ଦାବିପତ୍ର ଦେବା ପୂର୍ବରୁ ମୃତ୍ୟୁବରଣ କରିଥିବା ଶିକ୍ଷକଙ୍କ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଭେଟି ଜିଲ୍ଲା ଶିକ୍ଷକ ସଂଘ କର୍ମକର୍ତ୍ତା ସମବେଦନା ଜ୍ଞାପନ କରି ସମସ୍ତ ସହଯୋଗ କରିବା ନିମନ୍ତେ ପ୍ରତିଶୃତି ଦେଇଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *