May 27, 2026
Home » ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଥମ ସଭାପତି ଗୋପବନ୍ଧୁ ଦାସ ଠାରୁ ଭକ୍ତ ଚରଣ ଦାସଙ୍କ ପର୍ଯ୍ୟନ୍ତ

ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଥମ ସଭାପତି ଗୋପବନ୍ଧୁ ଦାସ ଠାରୁ ଭକ୍ତ ଚରଣ ଦାସଙ୍କ ପର୍ଯ୍ୟନ୍ତ

0
WhatsApp Image 2025-02-14 at 8.37.06 PM (2)

ଭୁବନେଶ୍ୱର: ୧୯୨୦ ମସିହା ପର୍ୟ୍ୟନ୍ତ ଓଡ଼ିଶା ପାଇଁ କଂଗ୍ରେସର କୌଣସି ଅଲଗା ପ୍ରାଦେଶିକ କମିଟି ନଥିଲା । ୧୯୨୦ ମସିହା ଭାରତୀୟ ଜାତୀୟ କଂଗ୍ରେସର ନାଗପୁର ଅଧିବେଶନ ପରେ ପରେ, ଓଡ଼ିଶାରେ ଗଢାଯାଇଥିଲା ପୃଥକ ପ୍ରାଦେଶିକ କଂଗ୍ରେସ କମିଟି । ଯାହାର ପ୍ରଥମ ସଭାପତି ହେଇଥିଲେ ଉତ୍କଳମଣି ଗୋପବନ୍ଧୁ ଦାସ । ସେ ୧୯୨୦ ମସିହାରେ ୧୯୨୮ ମସିହା ପର୍ୟ୍ୟନ୍ତ ଓଡ଼ିଶା କଂଗ୍ରେସର ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।

ମଙ୍ଗଳବାର ବରିଷ୍ଠ କଂଗ୍ରେସ ନେତାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସର ନୂଆ ମୁଖିଆ ଭାବେ ଦାୟିତ୍ୱ ଦେଇଛନ୍ତି ପାର୍ଟି ହାଇକମାଣ୍ଡ । ତେବେ ଦୀର୍ଘ ଦିନ ହେଲା ମୁରବୀବିହୀନ ହେଇପଡିଥିବା ହାତ ଦଳକୁ ମିଳିଛି ଭକ୍ତ ଦାସଙ୍କ ନାଁରେ ନୂଆ ମଙ୍ଗୁଆଳ । ଯାହାଙ୍କୁ ଭରସା କରି, ରଣନୀତି ପ୍ରସ୍ତୁତ କରି ପଞ୍ଚାୟତ ନିର୍ବାଚନକୁ ସାମ୍ନା କରିବ ଓଡ଼ିଶା କଂଗ୍ରେସ ।ସାଧାରଣ ନିର୍ବାଚନର ପ୍ରାୟ ୮ ମାସ ପରେ, ଓଡ଼ିଶା କଂଗ୍ରେସକୁ ମିଳିଛି ନୂଆ ମୁଖିଆ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦୀର୍ଘ ବର୍ଷ ଧରି ଓଡ଼ିଶାରେ ସତ୍ତାରେ ଥିବା କଂଗ୍ରେସ ଏବେ ଏକବିଂଶ ଶତାବ୍ଦୀ ପରଠାରୁ ଓଡିଶାର ସତ୍ତାରୁ ବହୁ ଦୂରରେ । ଏଭଳି ସମୟରେ ଭକ୍ତ ଦାସ କଂଗ୍ରେସ ନେତୃବୃନ୍ଦଙ୍କୁ ନେଇ କେମିତି ଆଗକୁ ବଢିବେ ତାହା ସବୁଠୁ ଆଲୋଚନାର ବିଷୟ ।

୧୯୨୦ ମସିହାରୁ ଆଜି ଭିତରେ ଓଡ଼ିଶା କଂଗ୍ରେସ ମୋଟ ୧୪ ଜଣ ସଭାପତିଙ୍କୁ ଦେଖିଛି । ଉତ୍କଳମଣି ଗୋପବନ୍ଧୁ ଦାସଙ୍କଠାରୁ କେବେ ଆରମ୍ଭ ହୋଇଥିବା ଏହି ଲିଷ୍ଟ, ଏବେ ଭକ୍ତ ଚରଣ ଦାସଙ୍କ ପାଖରେ ପହଞ୍ଚିଛି । ଜାଣିରଖିବା ଉଚିତ୍ ଯେ, ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଥମ ସଭାପତି ଥିଲେ ଗୋପବନ୍ଧୁ ଦାସ । ଆଉ ଏବେ ୧୪ ତମ ପ୍ରଦେଶ କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ନେବାକୁ ଯାଉଛନ୍ତି ଭକ୍ତ ଚରଣ ଦାସ ।

ଏହାପରେ ପରେ ୧୯୩୦ରୁ ୩୧ ମସିହା ପର୍ୟ୍ୟନ୍ତ ହରେକୃଷ୍ଣ ମହତାବ, ୧୯୩୪ରୁ ୧୯୩୯ ପର୍ୟ୍ୟନ୍ତ ନୀଳକଣ୍ଠ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସର ସଭାପତି ରହିଥିଲେ । ତେବେ ଦେଶ ସ୍ୱାଧୀନତା ଲାଭ କରିବା ପରେ, ଓଡିଶା ପ୍ରଦେଶର ପ୍ରଥମ ସଭାପତି ହେଇଥିଲେ ବନମାଳୀ ପଟ୍ଟନାୟକ । ତା ପରେ ନୀଳମଣି ରାଉତରାୟ, ନିତ୍ୟାନନ୍ଦ ମିଶ୍ର ଆଉ ଗିରିଧର ଗମାଙ୍ଗଙ୍କ ନେତୃତ୍ୱରେ ଆଗକୁ ବଢିଥିଲା ଓଡ଼ିଶା କଂଗ୍ରେସ ।

ଏକବିଂଶ ଶତାବ୍ଦୀର ଆରମ୍ଭ ସହିତ ରାଜ୍ୟ କଂଗ୍ରେସର କମାଣ ସମ୍ଭାଳିଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ । ୨୦୦୦ ମସିହାରୁ ୨୦୦୧ ଏବଂ ୨୦୦୪ ମସିହାରେ ସେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ରହିଥିଲେ । ଏହା ମଝିରେ ୨୦୦୧ ମସିହାରୁ ୨୦୦୪ ମସିହା ପର୍ୟ୍ୟନ୍ତ ଶରତ ପଟ୍ଟନାୟକ ଏହି ଦାୟିତ୍ୱରେ ରହିଥିଲେ ।

୨୦୦୪ ମସିହାରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପରେ, ଦୀର୍ଘ ବର୍ଷ ଧରି ରାଜ୍ୟ କଂଗ୍ରେସର କମାଣ ରହିଥିଲା ଜୟଦେବ ଜେନାଙ୍କ ପାଖରେ । ୪ ବର୍ଷରୁ ଅଧିକ ସମୟ ଧରି ସେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ରହିଥିଲେ । ତାଙ୍କ ପରେ ଅଳ୍ପ ସମୟ ପାଇଁ ଏହି ଦାୟିତ୍ୱ କାମାକ୍ଷା ପ୍ରସାଦ ସିଂଦେଓ ଆଉ ନିରଞ୍ଜନ ପଟ୍ଟନାୟକଙ୍କ ପାଖକୁ ଯାଇଥିଲେ ବି, ପୁଣିଥରେ ୨୦୧୪ ମସିହାରେ ପିସିସି ମୁଖିଆ ହେଇଥିଲେ ଜୟଦେବ ।

କାମାକ୍ଷା ପ୍ରସାଦ ସିଂହଦେଓ ୨ ବର୍ଷ ୧୩୦ ଦିନ, ନିରଞ୍ଜନ ପଟ୍ଟନାୟକ ୨୦୧୧ରୁ ୨୦୧୩ ମସିହା ପର୍ୟ୍ୟନ୍ତ ଓଡ଼ିଶା କଂଗ୍ରେସର ସଭାପତି ରହିଥିଲେ । ତାଙ୍କ ପରେ ଜୟଦେବ ଜେନା ସଭାପତି, ଆଉ ପରେ ପରେ ପ୍ରସାଦ ହରିଚନ୍ଦନଙ୍କ ହାତକୁ ଆସିଥିଲା କଂଗ୍ରେସର ମୁଖିଆ ପଦ । ୨୦୧୪ରୁ ୨୦୧୮ ମସିହା ପର୍ୟ୍ୟନ୍ତ ତାଙ୍କରି ନେତୃତ୍ୱରେ ଲଢିଥିଲା କଂଗ୍ରେସ ।

ପ୍ରସାଦ ହରିଚନ୍ଦନଙ୍କ ପରେ ଓଡ଼ିଶା କଂଗ୍ରେସର ନେତୃତ୍ୱ ପୁଣିଥରେ ଫେରିଥିଲା ନିରଞ୍ଜନ ପଟ୍ଟନାୟକଙ୍କ ପାଖକୁ । ପୂର୍ବରୁ ମଧ୍ୟ ଏହି ଦାୟିତ୍ୱରେ ରହି ସାରିଥିବା ନିରଞ୍ଜନ, ପୁଣିଥରେ ୨୦୧୮ ମସିହାରୁ ୨୦୨୨ ମସିହା ପର୍ୟ୍ୟନ୍ତ ଦୀର୍ଘ ୪ ବର୍ଷରୁ ଅଧିକ କାଳ ଧରି ପ୍ରଦେଶ କଂଗ୍ରେସ କମିଟିର ସଭାପତି ରହିଥିଲେ । ତାଙ୍କ ପରେ ଶରତ ପଟ୍ଟନାୟକଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା । ହେଲେ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ, ଦଳର ସମସ୍ତ କମିଟିକୁ ଭାଙ୍ଗି ଦେଇଥିଲେ ପାର୍ଟି ହାଇକମାଣ୍ଡ ।

ଶରତଙ୍କ ପରେ ଦୀର୍ଘ ୮ ମାସ ହେଲା କଂଗ୍ରେସ ମୁଖିଆ ପଦ ଖାଲି ପଡିଥିଲା । ଏହି ପଦ ପାଇଁ ରେସରେ ଅନେକ ନେତା ଥିଲେ ବି, ଶେଷରେ କିନ୍ତୁ ବାଜି ମାରିନେଇଥିଲେ ଭକ୍ତ ଦାସ । ଖାସ୍ କରି ମହମ୍ମଦ ମୋକିମ୍, ତାରା ବାହିନୀପତି, ସପ୍ତଗିରି ଉଲ୍ଲାକାଙ୍କ ଭଳି ନେତା ପ୍ରଦେଶ କଂଗ୍ରେସ ସଭାପତି ହେବାକୁ ମନ ବଳାଇଥିଲେ ବି, ଶେଷରେ କିନ୍ତୁ ଭକ୍ତ ଦାସଙ୍କ ଉପରେ ଭରସା କରିଛନ୍ତି ପାର୍ଟି ହାଇକମାଣ୍ଡ ।

ଦୀର୍ଘ ବର୍ଷର ରାଜନୈତିକ ଇତିହାସ ଭିତରେ, ଓଡ଼ିଶା କଂଗ୍ରେସ ଭିନ୍ନ ଭିନ୍ନ ସଭାପତିଙ୍କୁ ନେଇ ଆଗକୁ ବଢିଛି, ଆଉ ନିର୍ବାଚନକୁ ସାମ୍ନା ମଧ୍ୟ କରିଛି । ତେଣୁ ଦେଖିବା ବାକି ରହିଲା, ଭକ୍ତ ଦାସଙ୍କ ନେତୃତ୍ୱରେ କେମିତି ପଞ୍ଚାୟତ ନିର୍ବାଚନକୁ ସାମ୍ନା କରୁଛି ଓଡ଼ିଶା କଂଗ୍ରେସ ।

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

ଆଗାମୀ ରଥଯାତ୍ରା ରେ ଶ୍ରଦ୍ଧାଳୁ ଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଏ ନେଇ ଏକ ସମୀକ୍ଷା ବୈଠକ ପୁରୀ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ୩୦ ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ୮ ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅତିରିକ୍ତ ବ୍ୟବସ୍ଥା କରାଯାଉଛି। ଏଥି ସହିତ ୧୦ ଶଯ୍ୟା ବିଶିଷ୍ଟ ୮ ଟି ଅତିରିକ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିବ। ଏଥିରେ ଅତିରିକ୍ତ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ ନିୟୋଜିତ ରହିବେ। ବଡଦାଣ୍ଡ ସମେତ ପୁରୀ ସହର ର ପ୍ରମୁଖ ସ୍ଥାନ ଗୁଡିକରେ ଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯିବ।୫୦ ରୁ ଅଧିକ ଆମ୍ବୁଲାନ୍ସ ବିଭିନ୍ନ ସ୍ଥାନରେ ମୁତୟନ କରାଯିବ। ବିଭିନ୍ନ ସ୍ୱେଚ୍ଛାସେବି ସଂଗଠନ ଙ୍କ ସହାୟତା ନିଆଯିବ। ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ସ୍ୱାସ୍ଥ୍ୟ ସେବାର ତଦାରଖ କରିବେ। ଆଇ ସି ୟୁ, ଟ୍ରମା କେୟାର କେନ୍ଦ୍ର ପ୍ରସ୍ତୁତ କରି ରଖାଯିବ। ପୁରୀ ରେ ଥିବା ସବୁ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପ୍ରସ୍ତୁତ ରଖାଯିବ। ରେଲୱେ ଷ୍ଟେସନ, ବସଷ୍ଟାଣ୍ଡ ରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବ। ଗୁରୁତର ରୋଗୀ ଙ୍କୁ କଟକ, ଭୁବନେଶ୍ୱର ସ୍ଥାନାନ୍ତର ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ। ଆମ୍ବୁଲାନ୍ସ ଗୁଡ଼ିକ ଯେଭଳି ସୁରୁଖୁରୁରେ ଯାତାୟାତ କରିପାରିବ ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ରଥଯାତ୍ରା ସମୟରେ ଲୋକ ଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ୨ ଶହ ଡାକ୍ତର ଙ୍କୁ ନିୟୋଜିତ କରାଯିବ। ଅପମିଶ୍ରିତ ଓ ବାସୀ ଖାଦ୍ୟ ବିକ୍ରି ବନ୍ଦ ପାଇଁ ଖାଦ୍ୟ ନିରାପତ୍ତା ଅଧିକାରୀ ମାନେ ଯାଞ୍ଜ କରିବେ। ରଥଯାତ୍ରା ସ୍ୱାସ୍ଥ୍ୟ ସେବାକୁ ଶୃଙ୍ଖଳିତ କରିବା ପାଇଁ ଅନୁଷ୍ଠିତ ହୋଇଥିବା ବୈଠକ ରେ ପୁରୀ ମହାନଗର ନିଗମ ର କମିଶନର, ଅତିରିକ୍ତ ଜିଲ୍ଲାପାଳ, ଏସପି, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ସାମିଲ ହୋଇଥିଲେ। ରଥଯାତ୍ରା ର ଭକ୍ତ ଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବା ସ୍ୱେଚ୍ଛାସେବୀ ଦେବାଶିଶ ମିଶ୍ର କୁହନ୍ତି, ରଥଯାତ୍ରା ଭିଡ଼ରେ ବଡ ଆମ୍ବୁଲାନ୍ସ ଯାତାୟାତ ରେ ବହୁତ୍ ସମସ୍ୟା ସୃଷ୍ଟି କରୁଛି। ଏଣୁ ଆମେ ଜିଲାପାଳ ଙ୍କୁ ପ୍ରସ୍ତାବ ଦେଲୁ କିଛି ଛୋଟ ଆମ୍ବୁଲାନ୍ସ ନିୟୋଜିତ କରାଯାଉ। ଏହା ଦ୍ଵାରା ଆମ୍ବୁଲାନ୍ସ ଯାତାୟାତ ରେ ସୁବିଧା ହେବା ସହ ଲୋକ ମାନେ ତ୍ୱରିତ ଚିକିତ୍ସା ସେବା ପାଇପାରିବେ। ଆଉ ଏକ ପ୍ରସ୍ତାବ ରହିଚି ବଡ ଦାଣ୍ଡ ରେ ଅଧିକ ଶୀତତାପ ନିୟନ୍ତ୍ରିତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଉ। ଏହା ଦ୍ଵାରା ଅଯଥା ରେ ଲୋକ ଙ୍କୁ ମୁଖ୍ୟ ଚିକିତ୍ସାଳୟ କୁ ନିଆନଯାଇ ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ତ୍ୱରିତ ଚିକିତ୍ସା ସେବା ଯୋଗାଇ ହେବ । ଆମେ ଜିଲାପାଳ ଙ୍କୁ ଅନୁରୋଧ କରିଛୁ ଗୁଣ୍ଡିଚା ମନ୍ଦିର ନିକଟ ରେ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯିବା ନେଇ ଅନୁମତି ଦିଆଯାଉ। ଏହା ହେଲେ ମନ୍ଦିର ଭିତରେ ଅବା ବାହାରେ କିଛି ଅଘଟଣ ଘଟିଲେ ସଙ୍ଗେ ସଙ୍ଗେ ଚିକିତ୍ସା ସେବା ଲୋକ ଙ୍କୁ ଓ ସେବାୟତ ଙ୍କୁ ଚିକିତ୍ସା ସେବା ଦେଇହେବ। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ନିଜ ପ୍ରତିକ୍ରିୟାରେ କହିଛନ୍ତି, ଚଳିତ ରଥଯାତ୍ରା ରେ ଲୋକ ଙ୍କୁ କିଭଳି ତ୍ୱରିତ ଚିକିତ୍ସା ସେବା ଯୋଗାଇ ହେବ ସେ ନେଇ ଏକ ମାର୍ଗଦର୍ଶିକା କରାଯାଇଛି। ବଡଦାଣ୍ଡ ସମେତ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ସ୍ଥାନରେ ୮ ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିବ । ମୋଟ ୮୦ ବେଡ ବିଶିଷ୍ଟ ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସବୁ ପ୍ରକାର ଚିକିତ୍ସା ସେବା ବ୍ୟବସ୍ଥା ରହିବ। ସବୁ ପ୍ରକାର ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ଉପକରଣ ଓ ସ୍ପେଶଲିଷ୍ଟ ଡାକ୍ତର ରହିବେ। ଏ ନେଇ ଆଜିର ବୈଠକ ରେ ଆଲୋଚୋନା ହେଲା। ଆମ୍ବୁଲାନ୍ସ କିଭଳି ଯାତାୟାତ କରିବ, ସ୍ୱେଚ୍ଛାସେବୀ ଙ୍କୁ ତାଲିମ ପ୍ରଦାନ ସେ ନେଇ ସବିଶେଷ ଆଲୋଚନା ହୋଇଛି। ମାର୍ଗଦର୍ଶିକା ଅନୁଯାୟୀ ରଥଯାତ୍ରା, ସୁନାବେଶ, ବାହୁଡ଼ା ରେ ସ୍ୱାସ୍ଥ୍ୟ ସେବା ଲୋକ ଙ୍କୁ ଯୋଗାଇ ଦିଆଯିବ। ଆଗାମୀ ଜୁନ ୨୯ ରେ ମହାପ୍ରଭୁ ଙ୍କ ସ୍ନାନଯାତ୍ରା ଓ ଜୁଲାଇ ୧୬ ରେ ରଥଯାତ୍ରା ଅନୁଷ୍ଠିତ ହେବ। ଏହି ଦୁଇ ଯାତ୍ରାରେ ଦଇତାପତି ସେବକ ଙ୍କ ଗୁରୁ ଦାୟିତ୍ୱ ରହିଛି । ଦଇତାପତି ସେବକମାନେ ମହାପ୍ରଭୁ ଙ୍କୁ ସ୍ନାନଯାତ୍ରାରେ ରତ୍ନସିଂହାସନ ରୁ ପହଣ୍ଡି ରେ ଆଣି ସ୍ନାନ ବେଦୀ କୁ ଆଣିବେ। ସେହିପରି ଆଗାମୀ ରଥଯାତ୍ରାରେ ମଧ୍ୟ ଦଇତାପତି ସେବକ ମାନେ ମହାପ୍ରଭୁ ଙ୍କୁ ପହଣ୍ଡି ଆଣି ରଥ ଉପରେ ଠାକୁର ଙ୍କୁ ବିରାଜମାନ କରାଇବେ। ତେବେ ଠାକୁର ଙ୍କ ପହଣ୍ଡି କିଭଳି ଶୃଙ୍ଖଳିତ ଓ ସୁରକ୍ଷିତ ଢଙ୍ଗରେ ହୋଇ ପାରିବ ସେ ନେଇ ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପ ମୁଖ୍ୟପ୍ରଶାସକ ଦିବ୍ୟଜ୍ୟୋତି ପରିଡା। ଶ୍ରୀମନ୍ଦିର କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିବା ବୈଠକ ରେ ଶ୍ରୀମନ୍ଦିର ଦଇତାପତି ନିଯୋଗ ର କର୍ମକର୍ତ୍ତା ଯୋଗ ଦେଇଥିଲେ।୨୦୨୪ ରଥଯାତ୍ରା ରେ ଆଡ଼ପ ମଣ୍ଡପ ବିଜେ ବେଳେ ବଡ ଠାକୁର ଶ୍ରୀବଳଭଦ୍ର ରଥ ରୁ ଚାରମାଳ କୁ ଖସି ପଡ଼ିଥିଲେ। ଏଣୁ ଏଭଳି ଅଘଟଣ କିଭଳି ଆଗାମୀ ଦିନରେ ହେବ ନାହିଁ ଏବଂ ଶୃଙ୍ଖଳିତ ଢଙ୍ଗରେ ପହଣ୍ଡି କାର୍ଯ୍ୟ ସମାପନ ହେବ ସେ ନେଇ ଜିଲ୍ଲାପାଳ ଆଲୋଚନା କରିଥିଲେ। ପହଣ୍ଡି ପାଇଁ ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ସଂଖ୍ୟାରୁ ଯେଭଳି ଅଧିକ ସେବକ ନ ରହିବେ ସେ ନେଇ ଆଲୋଚନା ହୋଇଥିଲା। ସେହିପରି ନିର୍ଦ୍ଧାରିତ ସମୟ ଅନୁସାରେ ସମସ୍ତ ନୀତି ଯେଭଳି ପାଳନ ହେବ ସେ ନେଇ ମଧ୍ୟ ଆଲୋଚାନା ହୋଇଛି। ତେବେ ମହାପ୍ରଭୁ ସ୍ନାନଯାତ୍ରା, ଅଣସର, ନବଯୌବନ, ନେତ୍ରୋତ୍ସବ ସମସ୍ତ ନୀତି ଶୃଙ୍ଖଳିତ କରିବାକୁ ବାଡଗ୍ରାହୀ ସେବକ ମତ ରଖିଛନ୍ତି। ଦଇତାପତି ସେବକ ଭବାନୀ ଦାସ ମହାପାତ୍ର ନିଜ ପ୍ରତିକ୍ରିୟାରେ କୁହନ୍ତି, ଆଗାମୀ ରଥଯାତ୍ରା ରେ କିଭଳି ମହାପ୍ରଭୁ ଙ୍କ ସମସ୍ତ ନିତିକାନ୍ତି, ଭକ୍ତ ଙ୍କ ଦର୍ଶନ ସୁରୁଖୁରୁରେ ଶୃଙ୍ଖଳିତ ଭାବରେ ହୋଇପାରିବ ସେ ନେଇ ଜିଲ୍ଲାପାଳ ଙ୍କ ସହ ଆଲୋଚନା ହୋଇଛି। ସେବାୟତ ଙ୍କ ମଧ୍ୟରେ ଯେଭଳି ଏକ ସମନ୍ଵୟ ରହିବ ସେ ନେଇ ଆଲୋଚନା ହୋଇଥିଲା। ମହାପ୍ରଭୂ ଙ୍କ ପହଣ୍ଡି କିଭଳି ଶୃଙ୍ଖଳିତ ଢଙ୍ଗରେ ହୋଇପାରିବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା। ତେବେ ମହାପ୍ରଭୁ ଙ୍କ କାର୍ଯ୍ଯ କୁ ଶୃଙ୍ଖଳିତ ଭାବରେ କରିବା ପାଇଁ ଦଇତାପତି ସେବକ ସମ୍ପୂର୍ଣ ପ୍ରସ୍ତୁତ ରହିଚନ୍ତି। ଏହି ଭରସା ଆମେ ପ୍ରଶାସନ କୁ ଦେଇଛୁ। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ନିଜ ପ୍ରତିକ୍ରିୟାରେ କହିଛନ୍ତି, ଆଗାମୀ ରଥଯାତ୍ରା କୁ ଶୃଙ୍ଖଳିତ ଭାବେ ଆୟୋଜନ ନେଇ ସବୁ ସେବାୟତ ବିଯୋଗ ସହ ଆଲୋଚନା କରାଯାଉଛି। ମହାପ୍ରଭୁ ଙ୍କ ଶୃଙ୍ଖଳିତ ନୀତି କାନ୍ତି ଓ ପହଣ୍ଡି ପ୍ରସଙ୍ଗ ରେ ମଧ୍ୟ ଦଇତାପତି ସେବକ ଙ୍କ ସହ ଆଲୋଚନା ହୋଇଛି। ଆମର ଆଶା ରହିଛି ମହାପ୍ରଭୁ ଙ୍କ କୃପାରୁ ରଥଯାତ୍ରା ସୁରୁଖୁରୁରେ ସମାପନ ହେବ।

Leave a Reply

Your email address will not be published. Required fields are marked *

You may have missed