August 26, 2026
Home » ଓଡ଼ିଶା ରାଜ୍ୟପାଳଙ୍କ ଏଡିସି ଭାବେ ଯୋଗ ଦେଲେ ଅନୁଗୁ ଶିବା ମାରୁତି ରେଡ୍ଡୀ

ଓଡ଼ିଶା ରାଜ୍ୟପାଳଙ୍କ ଏଡିସି ଭାବେ ଯୋଗ ଦେଲେ ଅନୁଗୁ ଶିବା ମାରୁତି ରେଡ୍ଡୀ

0
WhatsApp Image 2026-08-25 at 8.02.11 PM

ଭୁବନେଶ୍ୱର,: ଆଇପିଏସ ଅଧିକାରୀ ଅନୁଗୁ ଶିବା ମାରୁତି ରେଡ୍ଡୀ ମଙ୍ଗଳବାର ଦିନ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କ ଏଡିସି (ଏଡ୍‌-ଡି-କ୍ୟାମ୍ପ) ଭାବେ ଯୋଗ ଦେଇଛନ୍ତି।ଲୋକ ଭବନରେ ଏକ ଔପଚାରିକ ସମାରୋହରେ ରାଜ୍ୟପାଳ ଶ୍ରୀ ରେଡ୍ଡୀଙ୍କୁ ନୂତନ ଦାୟିତ୍ୱରେ ସ୍ୱାଗତ କରିଛନ୍ତି।

ଏହି ଅବସରରେ ରାଜ୍ୟପାଳଙ୍କ କମିଶନର-ତଥା- ଶାସନ ସଚିବ ଡ. ରୂପା ରୋଶନ ସାହୁଙ୍କ ସମେତ ରାଜ୍ୟପାଳଙ୍କ ସଚିବାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।ଏହି ନୂତନ ପଦବୀ ଗ୍ରହଣ କରିବା ପୂର୍ବରୁ ଶ୍ରୀ ରେଡ୍ଡୀ ଜି. ଉଦୟଗିରିର ସବ୍-ଡିଭିଜନାଲ୍ ପୋଲିସ୍ ଅଫିସର୍ (ଏସଡିପିଓ) ଭାବେ କାର୍ଯ୍ୟରତ ଥିଲେ।ପୂର୍ବରୁ ରାଜ୍ୟପାଳଙ୍କ ପୋଲିସ ଏଡିସି ଭାବେ କାର୍ଯ୍ୟରତ ଥିବା ଆଇପିଏସ୍ ଅଧିକାରୀ ଅନନ୍ୟା ଅୱସ୍ଥୀଙ୍କ ସ୍ଥାନରେ ଶ୍ରୀ ରେଡ୍ଡୀ ଯୋଗ ଦେଇଛନ୍ତି।ଓଡ଼ିଶା ରାଜ୍ୟପାଳଙ୍କୁ ଦୁଇ ଜଣ ଏଡିସି ସହାୟତା କରିଥାନ୍ତି I ଜଣେ ଭାରତୀୟ ନୌସେନାରୁ ଓ ଅନ୍ୟ ଜଣେ ଓଡ଼ିଶା ପୋଲିସରୁ। ବର୍ତମାନ ଲେଫ୍ଟନାଣ୍ଟ ହର୍ଷିତ ଦେଓ ନୌସେନା ଏଡିସି ଭାବେ କାର୍ଯ୍ୟ କରୁଥିବା ବେଳେ ଶ୍ରୀ ରେଡ୍ଡୀ ପୋଲିସ୍ ଏଡିସି ଭାବେ ଯୋଗ ଦେଇଛନ୍ତି।ଏଡିସି ରାଜ୍ୟପାଳଙ୍କ ଔପଚାରିକ କାର୍ଯ୍ୟକ୍ରମ, ଆନୁଷ୍ଠାନିକ ଉତ୍ସବ ଏବଂ ଅନ୍ୟାନ୍ୟ ପ୍ରୋଟୋକଲ୍ ସମ୍ପର୍କୀୟ ଦାୟିତ୍ୱରେ ସହାୟତା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି।

Leave a Reply

Your email address will not be published. Required fields are marked *