ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘ ପକ୍ଷରୁ ଦାବିପତ୍ର ପ୍ରଦାନ l
ସୁବର୍ଣ୍ଣପୁର: ରାଜ୍ୟର ବେସରକାରୀ ଅନୁଦାନପ୍ରାପ୍ତ ଓ ଅଣଅନୁଦାନ ମହାବିଦ୍ୟାଳୟରେ ୨୦୦୮ରୁ ୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଦରମା ଦେବାକୁ ମହାବିଦ୍ୟାଳୟ ଅସମର୍ଥ ହୋଇପଡ଼ିଛି I ତେଣୁ ଏହି ଅଧ୍ୟାପକ କର୍ମଚାରୀଙ୍କୁ ରାଜ୍ୟ ସରକାର ଅନୁଦାନ ପରିସରଭୁକ୍ତ କରିବା ଜରୁରୀ ହୋଇପଡ଼ିଛି ବୋଲି ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ପକ୍ଷରୁ ଦୀର୍ଘ ଦିନ ଧରି ଦାବି ହେଉଥିଲା । ତେବେ ସରକାର ସେମାନଙ୍କ ଦାବି ଶୁଣୁନଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ସୁବର୍ଣ୍ଣପୁର ଜିଲ୍ଲା ପକ୍ଷରୁ ପ୍ରଦାନ କରାଯାଇଛି l ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ସାକ୍ଷାତ କରି ନିଜର ଦାବି ଜଣାଇଛନ୍ତି ସଂଘ ର ବହୁ ଅଧ୍ୟାପକ ଓ ଅଧ୍ୟାପିକା l ଯଦି ସେମାନଙ୍କ ଦାବି ନ ଶୁଣାଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଉକ୍ତ ଦାବିପତ୍ର ପ୍ରଦାନ ବେଳେ ଓଡିଶା ଓ ରାଜ୍ୟ ବେସରକାରୀ ଅଧ୍ୟାପକ ଅ କର୍ମଚାରୀ ସଂଘ ର ସୁବର୍ଣ୍ଣପୁର ଜିଲ୍ଲା ସଂଯୋଜକ ଅଧ୍ୟାପକ ଉଦ୍ଧବ ପଧାନ, ବିଶ୍ୱନାଥ ମିଶ୍ର, ସୁଶାନ୍ତ ଦେହୁରୀ, ସନ୍ତୋଷିନୀ ନାୟକ, ବାଳମକୁନ୍ଦ ବାରିକ, ରାଜୀବ ମହାପାତ୍ର, ଶରତ କହଁର, ସନ୍ଧ୍ୟାଦୀପା ଗୁରୁ, ଭୁବନେଶ୍ୱର ବେହେରାଙ୍କ ସମେତ ବହୁ ଅଧ୍ୟାପକ ଅଧ୍ୟାପିକା ମାନେ ଉପସ୍ଥିତ ଥିଲେ ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
