ଗଞ୍ଜେଇ ଗାଡିକୁ ଗୋଡ଼ାଇ ଗୋଡ଼ାଇଧରିଲା ସୋନପୁର ପୋଲିସ
ସୁବର୍ଣ୍ଣପୁର — କଡାକଡି ଯାଞ୍ଚ ଓ ଧରପଗଡ଼ ସତ୍ତ୍ୱେ ଚୋରା ଗଞ୍ଜେଇ କାରବାର ବନ୍ଦ ହେଉ ନାହିଁ l କୌଣସି ନା କୌଣସି ଗଳା ବାଟ ଦେଇ ଗଞ୍ଜେଇ ବେପାରୀ ଖସି ଯାଉଥିବା ଜଣାପଡୁଛି l ଗଞ୍ଜେଇ ଓ ଗାଡି ଜବତ ହେଉଥିବା ବେଳେ ମାଫିଆ ଧରା ପଡିପାରୁନାହିଁ l ପୋଲିସ ଓ ଅବକାରୀ ବିଭାଗ ର ଅଧିକାରୀ ଓ କର୍ମଚାରୀ ଙ୍କ ସହିତ ଚୋରା ଗଞ୍ଜେଇ ମାଫିଆ ଙ୍କ ମଧ୍ୟରେ ସୁ ସମ୍ପର୍କ ରହୁଥିବାରୁ ସହଜ ରେ ମାଫିଆ ଧାରପଡୁନାହାନ୍ତି l ଚଢ଼ାଉ ପୂର୍ବରୁ ଗଞ୍ଜେଇ ମାଫିଆ ସୂଚନା ପାଇ ସତର୍କ ହୋଇଯାଉଥିବା ଜଣାପଡୁଛି l ବୌଦ୍ଧ ଜିଲ୍ଲା ରୁ ସୁବର୍ଣ୍ଣପୁର ଜିଲ୍ଲା ଦେଇ ବିଭିନ୍ନ ଉପାୟ ରେ ଗଞ୍ଜେଇ ଚୋରା ଚାଲାଣ କରାଯାଉଛି l କେତେକ ଘଟଣା ରେ ଗଞ୍ଜେଇ ଧାରପଡୁଛି ତ କେତେକ ଘଟଣା ଧାରପଡ଼ୁ ନାହିଁ l ଅଧିକାଂଶ ଘଟଣା ରେ ଗଞ୍ଜେଇ ମାଫିଆ ଫେରାର ହେଉଥିବା ଜଣାଯାଏ l ଏପରି ଏକ ଘଟଣା ସୁବର୍ଣ୍ଣପୁର ଜିଲ୍ଲା ରେ ନିତିଦିନିଆ ହୋଇଗଲାଣି l ଚୋରା ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଗଞ୍ଜେଇ ଗାଡିକୁ ଗୋଡ଼ାଇ ଗୋଡ଼ାଇ ଧରିଲା ସୋନପୁର ପୋଲିସ l

ବୌଦ୍ଧ ଜିଲ୍ଳା ରୁ ସୁବର୍ଣ୍ଣପୁର ଜିଲ୍ଲା ଦେଇ ଅନ୍ୟ ରାଜ୍ୟ କୁ ଗଞ୍ଜେଇ ଯାଉଥିବା ବେଲେ ସୋନପୁର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଗଞ୍ଜେଇ ଗାଡିକୁ ଅଟକ ରଖିଛି l ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ବିନିକା ରାସ୍ତା ଦେଇ ଯାଉଥିବା ଗାଡିକୁ ଗୋଡ଼ାଇବାରୁ ବିନିକା ଥାନା ପୂଜାହାରୀ ସାହାଜବାହାଲ ଗ୍ରାମ ଭିତରକୁ ଯାଇ ଗାଡି ଛାଡି ଡ୍ରାଇଭର ଫେରାର ହୋଇଥିବା ବେଳେ ଆଉ ଅନ୍ୟ ଏକ କାର ଉଲୁଣ୍ଡା ରାସ୍ତା ଦେଇ ଯାଉଥିବା ବେଳେ ପୋଲିସ ଗୋଡ଼ାଇବାରୁ ଝାରବାହାଲି ଛକ ନିକଟରେ ଗଞ୍ଜେଇ ଭର୍ତ୍ତି କାରକୁ ଛାଡି ଫେରାର ମାରିଛି ମାଫିଆ । ବିନିକା ଥାନା ପୂଜାହାରୀ ସାହାଜବାହାଲ ଠାରେ ଗଞ୍ଜେଇ ଭର୍ତ୍ତି କାରରୁ 3 କୁଇଣ୍ଟାଲ 1 କେଜି ଗଞ୍ଜେଇ ବାହାରି ଥିବା ବେଳେ ଉଲୁଣ୍ଡା ଥାନା ଝାରବାହାଲି ଗ୍ରାମ ନିକଟରେ ଜବତ ହୋଇଥିବା କାରରୁ 271 ପ୍ୟାକେଟ ଗଞ୍ଜେଇ ଥିବା ଜଣାପଡିଛି l ଉଭୟ ସ୍ଥାନରୁ ଜବତ ହୋଇଥିବା ଗଞ୍ଜେଇ ର ବଜାର ମୂଲ୍ୟ ପ୍ରାୟ 5 କୋଟି ଟଙ୍କା ହେବ ବୋଲି ଜଣାପଡିଛି l ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି l ଏ ନେଇ ଉଲୁଣ୍ଡା ଓ ବିନିକା ପୋଲିସ ରେ NDPS ଆକ୍ଟ ରେ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
