February 5, 2026
Home » ଗଡଜାତ ମହୋତ୍ସବରେ ଶ୍ରୀ ଅନ୍ନ ଅଭିଯାନ ତରଫରୁ ପୃଷ୍ଟି ଖାଦ୍ୟ ବଣ୍ଟନ କରାଗଲା l

ଗଡଜାତ ମହୋତ୍ସବରେ ଶ୍ରୀ ଅନ୍ନ ଅଭିଯାନ ତରଫରୁ ପୃଷ୍ଟି ଖାଦ୍ୟ ବଣ୍ଟନ କରାଗଲା l

0
WhatsApp Image 2026-01-22 at 12.50.08 PM

ସୁବର୍ଣ୍ଣପୁର:ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଵୀରନରସିଂପୁର ଠାରେ ଗତ 18ତାରିଖରୁ ଆରମ୍ଭ ହୋଇଛି ନବମ ଗଡଜାତ ଲୋକ ମହୋତ୍ସବ l ଏହି ଅବସରରେ ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ସହଯୋଗରେ ବୌଦ୍ଧ ଜିଲ୍ଲା ସରସରା ସ୍ଥିତ ଲୋକ କଳା ବିକାଶ କେନ୍ଦ୍ର ଆୟୋଜନ କ୍ରମେ ଶ୍ରୀ ଅନ୍ନ ଯୋଜନାରେ ପୃଷ୍ଟି ଖାଦ୍ୟ ବଣ୍ଟନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଓଡିଶାର ସୁନାମ ଧନ୍ୟ ଅଭିନେତା ତଥା ରାଜ୍ୟକଳାକ୍ଷେତ୍ର ର ସଭାପତି ଅଶ୍ରୁ ମୋଚନ ମହାନ୍ତି ଓ ସମ୍ପାଦକ ବାସୁଦେବ ମାଲ ବିଶୋଇ ପୁଷ୍ଟି ଖାଦ୍ୟ ଖାଇ ବେଶ ଆନନ୍ଦିତ ହେବା ସହ ସମସ୍ତଙ୍କୁ ଏହି ପାରମ୍ପରିକ ଚାଷ କରିବା ସହ ଏହି ଖାଦ୍ୟ ଖାଇବା ପାଇଁ ପରାମର୍ଶ ଦେଇଥିଲେ l ସେହିପରି ଜିଲ୍ଲା କଳାକ୍ଷେତ୍ର ସଂଯୋଜକ ଶିବ କମ୍ପ ,ଜିଲ୍ଲା ଧାର୍ମିକ ସାଂସ୍କୃତିକ ସେବା ସଙ୍ଘ ସମ୍ପାଦକ ଅରୁଣ କୁମାର ମେଣ୍ଡିଲି, ଵୀରନରସିଂପୁର ସରପଞ୍ଚ ଚନ୍ଦନା ବେହେରା, ବରିଷ୍ଠ ସାମାଜିକକର୍ମୀ ତଥା ବୌଦ୍ଧ ଜିଲ୍ଲା କୃଷକ ଉତ୍ପାଦକ ସଂଗଠନ ଫେଡେରେସନ ଅଧ୍ୟକ୍ଷ ରାଜକିଶୋର ଅଗ୍ରୱାଲ, ଆନନ୍ଦମାର୍ଗ ୟୁନିଭର୍ସlଲ ରିଲିଫ ଟିମ ବୌଦ୍ଧ ଜିଲ୍ଲା ମୁଖ୍ୟ ତଥା ସାମାଜିକ କର୍ମୀ କେଦାରନାଥ ସାହୁ, ସାମାଜିକ କର୍ମୀ ଶରତ ପ୍ରଧାନ, ମାହେଶ୍ୱରୀ ଗୋଶାଳା ସମ୍ପାଦକ କୃତ୍ତିବାସ ପଲିଆ ପ୍ରମୁଖ ଉକ୍ତ ପୁଷ୍ଟି ଖାଦ୍ୟ ଷ୍ଟଲ ପରିଦର୍ଶନ ସହିତ ପୁଷ୍ଟି ଖାଦ୍ୟ ଖାଇ ଆୟୋଜନ କରିଥିବା ସଂସ୍ଥା କୁ ପ୍ରଶଂସିତ କରି ସମସ୍ତ କୃଷକ ମାନେ ଶ୍ରୀ ଅନ୍ନ ଯୋଜନାରେ ମିଲେଟ ଚାଷ ସହ ଜୈବିକ ଚାଷ କରି ସ୍ବଦେଶୀ ଜିନିଷ ବ୍ୟବହାର ନିମନ୍ତେ ଜନସାଧାରଣ ଙ୍କୁ ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ଶ୍ରୀ ଅନ୍ନ ଯୋଜନା ହରଭଙ୍ଗା ବ୍ଲକ ର ଶ୍ରୀ ଅନ୍ନ ଅଭିଯାନ ର ସଂଯୋଜକ ସୀତାକାନ୍ତ ସାହୁ, ସହସଂଯୋଜକ ସଚିତାନନ୍ଦ ମିଶ୍ର ଙ୍କ ସମେତ ସମସ୍ତ ସିଆରପି ଓ ମା ମଙ୍ଗଳା ଓ କୃଷ୍ଣ ଚନ୍ଦ୍ର ଏସ ଏଚ ଜି ର ସଭ୍ୟା ଯଶୋବନ୍ତି ବିଶି ଓ ଅଞ୍ଜଳି ପ୍ରମୁଖ ସହଯୋଗ କରିଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *