August 22, 2026
Home » ଗୁଡ଼ି ତିଆରି କରୁଥିବା ଦେବରାଜ ତରିଆ ଙ୍କ ଦେହାନ୍ତ

ଗୁଡ଼ି ତିଆରି କରୁଥିବା ଦେବରାଜ ତରିଆ ଙ୍କ ଦେହାନ୍ତ

0
WhatsApp Image 2026-01-14 at 10.07.48 AM

ମକର ସଂକ୍ରାନ୍ତି ରେ ମନେ ପଡ଼ିବେ ଦେବରାଜ

ସୁବର୍ଣ୍ଣପୁର— ସୋନପୁର ଥନାପତି ପଡା ର ବାସିନ୍ଦା ୮୦ ବର୍ଷୀୟ ଦେବରାଜ ତରିଆ ଙ୍କ ଦେହାନ୍ତ ଘଟିଛି l ଏ ଖବର ରେ ସହର ବାସୀ ଙ୍କ ଠାରୁ ପିଲା ଛୁଆ ଙ୍କ ମନରେ ଅଧିକ ଆଘାତ ଦେଇଛି l କାରଣ ଜଣେ ପ୍ରସିଦ୍ଧ ଗୁଡ଼ି ତିଆରି କରିବା ଓ ବିକାଳି ଭାବେ ଦେବରାଜ ସୋନପୁର ଅଞ୍ଚଳ ରେ ଖୁବ୍ ଜଣାଶୁଣା ଥିଲେ l ମକର ସଂକ୍ରାନ୍ତି ପର୍ବ ପୁର୍ବରୁ ଦେବରାଜ ଙ୍କ ଘରେ ଗୁଡି କିଣିବାକୁ ପିଲା ଛୁଆ ଙ୍କ ଖୁବ୍ ଭିଡ଼ ଲାଗେ l ଏମିତି ପର୍ବ ପର୍ବାଣୀ ରେ ପ୍ରତି ଦିନ ଶହ ଶହ ଗୁଡି ବିକି ଖୁବ୍ ରୋଜଗାର କରି ଆସୁଥିଲେ ଦେବରାଜ l

କଥାରେ ଅଛି ଆମ କୃଷି ପ୍ରଧାନ ଦେଶ ରେ ଫସଲ ଭିତ୍ତିକ ଉତ୍ସବ ମକର ସଂକ୍ରାନ୍ତି ରେ ଆମ ରାଜ୍ୟ ତଥା ଦେଶ ର ଲୋକେ ନୂଆଁ ଲୁଗା ପିନ୍ଧି ନିଜ ନିଜ ଇଷ୍ଠ ଦେବା ଦେବୀ ଙ୍କ ପାଖରେ ଅରୁଆ ଚାଉଳ ଗୁଡ଼ କଦଳୀ ଭୋଗ ଅର୍ପଣ କରନ୍ତି l କାହିଁ କେଉଁ ଆବାହନ କାଳ ରୁ ଏ ପରମ୍ପରା ରହିଛି l ଏହି ଦିନ ଠାରୁ ସୁର୍ଯ୍ୟ ଉତ୍ତରାୟଣ ହୁଅନ୍ତି l ବସନ୍ତ ଉତ୍ସବ ମଧ୍ଯ ଆରମ୍ଭ ହୋଇଥାଏ l ଏ ପର୍ବ ଆସିଲେ ଛୁଆ ପିଲା ବୟସ୍କ ଲୋକେ ମଧ୍ଯ ଆନନ୍ଦ ଉଲ୍ଲାସ ରେ ଗୁଡ଼ି ଉଡ଼ାଇଥାନ୍ତି l ୮୦ ବର୍ଷ ବୟସ ରେ ଏବେବି ଦେବରାଜ ଗୁଡି ତିଆରି କରି ପରିବାର ପାଇଁ ରୋଜଗାରିଆ ଥିଲେ l ଦେବରାଜ ଙ୍କ ଦେହାନ୍ତ ରେ ଦୁଇ ପୁଅ ରଞ୍ଜନ ଓ ବିନୋଦ ଗଭୀର ଦୁଃଖ ପ୍ରକାଶ କରିବା ସହ ବାପା ଙ୍କ ଏ କଳା ଓ ପରମ୍ପରା କୁ ବଜାୟ ରଖିବା କୁ ପିଲା ଛୁଆ ଙ୍କ ମନରେ ଖୁସି ଭରିବାକୁ ସଂକଳ୍ପ ନେଇଥିବା ବିଷୟ ପ୍ରକାଶ କରିଛନ୍ତି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।