ଗୁଣ୍ଡିଚାପଡ଼ା ବସ୍ ଷ୍ଟାଣ୍ଡରେ ଅହମଦିୟା ଯୁବ ସଂଗଠନ ପକ୍ଷରୁ ଜଳଛତ୍ର
ଗ୍ରୀଷ୍ମ ତାପରେ ମାନବତାର ସେବାର ଉଦାହରଣ ।
ତିବ୍ର ଗ୍ରୀଷ୍ମ ପ୍ରବାହରେ ଯେତେବେଳେ ସମଗ୍ର ଜନଜୀବନ ଅସ୍ଥିର ହୋଇପଡ଼ିଛି ଏବଂ ପଥଚାରୀମାନେ ତୃଷ୍ଣାରେ କ୍ଳାନ୍ତ ଓ ବିକଳ ହେଉଛନ୍ତି, ସେହି ସମୟରେ ଅହମଦିୟା ମୁସଲିମ ଯୁବ ସଂଗଠନ “ମଜଲିସ ଖୁଦ୍ଦାମୁଲ ଅହମଦିୟା” ପକ୍ଷରୁ ପୂର୍ବପରି ଗୋଟିଏ ମାନବତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।

ଢେଙ୍କାନାଳ ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ବସ୍ ଷ୍ଟାଣ୍ଡ ସ୍ଥିତ ସହିଦ୍ ସ୍ମାରକୀ ପ୍ରାଙ୍ଗଣରେ ଏହି ଜଳଛତ୍ର ଉଦ୍ଘାଟିତ ହୋଇଥିବା ବେଳେ, ଏହା ମାଧ୍ୟମରେ ପଥଚାରୀମାନଙ୍କୁ ଶୀତଳ ଦହି ସରବତ ଓ ବିଶୁଦ୍ଧ ପାନୀୟ ଜଳ ବଣ୍ଟନ କରାଯାଉଛି । ଏହି ସେବା କାର୍ଯ୍ୟ ସ୍ଥାନୀୟ ଲୋକଙ୍କ ମନରେ ବିଶେଷ ସ୍ଥାନ ଦାବି କରିଛି । ଅହମଦିୟା ମୁସଲିମ ସମ୍ପ୍ରଦାୟ ଗୁଣ୍ଡିଚାପଡ଼ାର ସଭାପତି ସୁଲେମାନ ଅଲୀ ଖାଁଙ୍କ ନିର୍ଦ୍ଦେଶନାରେ, ମୌଲବୀ ମୁଜାଫର ଖାଁ ସାମୁହିକ ଦୂଆ (ନିରବ ପ୍ରାର୍ଥନା) କରି ଏହି ଶୁଭ କାର୍ଯ୍ୟର ଶୁଭାରମ୍ଭ କରିଥିଲେ ।
ଏହି ପୁଣ୍ୟ କାର୍ଯ୍ୟକୁ ସଫଳ କରିବାରେ ସଲିମ୍ ଉଦ୍ଦିନ ଖାଁ,ଅହମଦିୟା ଯୁବ ସଂଗଠନର ଅଧ୍ୟକ୍ଷ ସୋଲେମାନ ଖାଁ, ପୂର୍ବତନ ଅଧ୍ୟକ୍ଷ ମହମୁଦ ଖାଁ, ସକ୍ରିୟ ସଦସ୍ୟ ଶେଖ୍ ଜହୀର ଓ ଅନ୍ୟାନ୍ୟ ସଦସ୍ୟମାନେ ନିଷ୍ଠାର ସହିତ ସହଯୋଗ କରିଥିଲେ ।
kamkhyanagar epa ru rajkishor rout nka report
