August 22, 2026
Home » ଚାଷୀ ଙ୍କ ଧାନ ପଡ଼ି ରହିଛି ମଣ୍ଡିରେ ରେ, ଚିନ୍ତାରେ ଚାଷୀ

ଚାଷୀ ଙ୍କ ଧାନ ପଡ଼ି ରହିଛି ମଣ୍ଡିରେ ରେ, ଚିନ୍ତାରେ ଚାଷୀ

0
WhatsApp Image 2026-01-01 at 1.53.04 PM

ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ହିଲୁଙ୍ଗ ସେବା ସମବାୟ ସମିତି ରେ ଚଳିତ ବର୍ଷ ଘୋର ଅବ୍ୟବସ୍ଥା ଦେଖା ଦେଇଥିବାରୁ ଚାଷୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି l ନିଜ ନିଜ ଅମଳ ଧାନ ବିକ୍ରି ନେଇ ଚାଷୀ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଫଳରେ ଚାଷୀଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ଆଜିକୁ ପ୍ରାୟ 22/23 ଦିନ ହେବ ଧାନ କ୍ରୟ ପ୍ରକ୍ରିୟା ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ ହୋଇଯାଇଛି। କିନ୍ତୁ ବିଡମ୍ବନା ର କଥା ଏହି ପେକ୍ସ ରେ 12 ଗୋଟି ଧାନ ମିଲ ଧାନ କ୍ରୟ ପ୍ରକିୟା ରେ ଅଂଶଗ୍ରହଣ କରିଥିଲେ ସୁଦ୍ଧା ମାତ୍ର ଆଜି ଯାଏଁ 132 ଜଣଙ୍କ ଚାଷୀ ର 6695 କ୍ଵିଣ୍ଟାଲ ଧାନ କ୍ରୟ ହୋଇଛି। ଏପଟେ ଚାଷୀଙ୍କ ପ୍ରଥମ ଟୋକନ ବିକ୍ରି ସାରିଥିବା ବେଳେ ଦ୍ଵିତୀୟ ଟୋକନ ଆସିବ କି ନାହିଁ ବୋଲି ଚିନ୍ତା ରେ ଚାଷୀ l ମଣ୍ଡି ରେ ପ୍ରାୟ 20000 ହଜାର ପ୍ୟାକେଟ ଧାନ ପଡ଼ି ରହିଛି। ହେଲେ ଦିନକୁ ଗୋଟେ ମଧ୍ୟ ଗାଡ଼ି ଆସୁନାହିଁ ବୋଲି ଦୁଃଖ ବ୍ୟକ୍ତ କରୁଛନ୍ତି ଚାଷୀ । ସରକାରୀ ଅଧିକାରୀ ଯୋଗାଣ ନିରୀକ୍ଷକ ଶ୍ରୀ କ୍ଷୀରୋଦ କୁମାର ଧଳକୁ ଛାଡ଼ିଦେଲେ ଆଉ କେହି ମଣ୍ଡି କୁ ଆସୁନଥିବା ଅଭିଯୋଗ। ଅନ୍ୟପଟେ ପାଣିପାଗ ବିଭାଗ ର ସୂଚନା ଲଘୁଚାପ ଜନିତ ସମସ୍ୟା ମଧ୍ୟ ସମସ୍ତଙ୍କ ମନରେ ଭୟ ଭରି ଦେଉଛି। ଅଧିକ ରୁ ଅଧିକ ମାତ୍ରାରେ ଗାଡ଼ି ଆସିଲେ ଚାଷୀଙ୍କ ଧାନ ସୁରୁଖୁରୁରେ ବିକ୍ରି ହେଇପାରିବ ବୋଲି ସୂଚନା ଦେଇଛନ୍ତି ପେକ୍ସ୍ ସଭାପତି ଯୋଗୀନ୍ଦ୍ର ମିର୍ଦ୍ଧା ଏବଂ ସମ୍ପାଦକ ହାରାଧନ ବେହେରା l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।