May 23, 2026
Home » ଚୋରମାଲଦା ଗ୍ରାମରେ ହାତୀ ଉପଦ୍ରବ : ୫ ଘର ଭାଙ୍ଗିଲା, ଲୋକେ ଆତଙ୍କିତ

ଚୋରମାଲଦା ଗ୍ରାମରେ ହାତୀ ଉପଦ୍ରବ : ୫ ଘର ଭାଙ୍ଗିଲା, ଲୋକେ ଆତଙ୍କିତ

0
WhatsApp Image 2026-05-23 at 1.36.20 PM (1)

ଯୋଡ଼ା: କେନ୍ଦୁଝର ଜିଲ୍ଲା ବଡ଼ବିଲ ରେଞ୍ଜ ଅଧୀନସ୍ଥ ଲୋଇଡ଼ାପଦା ପଞ୍ଚାୟତର ଚୋରମାଲଦା ଗ୍ରାମରେ ପୁଣି ଥରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ବୁଧବାର ବିଳମ୍ବିତ ରାତିରେ ଏକ ଗୋଠଛଡା ଦନ୍ତା ହାତୀ ଗ୍ରାମ ଭିତରକୁ ପଶି ୫ଟି ଘର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି କରିଥିବା ଜଣାପଡ଼ିଛି। ଘଟଣା ପରେ ସମଗ୍ର ଗ୍ରାମରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।ସୂଚନା ଅନୁଯାୟୀ, ରାତି ପ୍ରାୟ ୨ଟା ସମୟରେ ଦନ୍ତା ହାତୀଟି ଗ୍ରାମକୁ ପ୍ରବେଶ କରି ପ୍ରଥମେ ଯଶଦା ମହାକୁଡ଼ଙ୍କ ଘର ଉପରେ ଆକ୍ରମଣ କରିଥିଲା।

ସେ ସମୟରେ ପରିବାର ଲୋକେ ଘରେ ଶୋଇଥିବା ବେଳେ ଘର କାନ୍ଥ ଭାଙ୍ଗିବାର ଶବ୍ଦ ଶୁଣି ଭୟଭୀତ ଅବସ୍ଥାରେ କୌଣସି ମତେ ପ୍ରାଣ ବଞ୍ଚାଇ ଘରୁ ବାହାରି ଯାଇଥିଲେ। ପରେ ହାତୀଟି ସାଗର ପୁର୍ତ୍ତି, ସାଗରିକା ମୁଣ୍ଡା, ପଙ୍କଜ ମୁଣ୍ଡା ଓ ରବି ମୁଣ୍ଡାଙ୍କ ଘର ଭାଙ୍ଗି ଘର ଭିତରେ ଥିବା ଆସବାବପତ୍ର ଓ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ନଷ୍ଟ କରିଥିଲା।ରାତି ସାରା ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଥିବା ବେଳେ ଘଟଣା ସମ୍ପର୍କରେ ଖବର ପାଇ ରୁଗୁଡ଼ି ବନପାଳ ଓ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ଘରଗୁଡ଼ିକୁ ପରିଦର୍ଶନ କରିଥିଲେ। ପରେ ହାତୀଟିକୁ ଜଙ୍ଗଲ ମୁହାଁ କରାଇବା ପାଇଁ ବନ କର୍ମଚାରୀମାନେ ପ୍ରୟାସ ଜାରି ରଖିଥିଲେ।ବାରମ୍ବାର ହାତୀ ଉପଦ୍ରବ ଯୋଗୁଁ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଥିବା ବେଳେ କ୍ଷତିଗ୍ରସ୍ତ ପରିବାରମାନେ ସରକାରୀ ସହାୟତା ଓ କ୍ଷତିପୂରଣ ଦାବି କରିଛନ୍ତି। ଅନ୍ୟପଟେ ବନ ବିଭାଗ ପକ୍ଷରୁ କ୍ଷତିର ଆକଳନ କରାଯାଉଛି। ହାତୀ ଉପଦ୍ରବର ସ୍ଥାୟୀ ସମାଧାନ ପାଇଁ ବନ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

 

joda ru dimple sandil nka report

Leave a Reply

Your email address will not be published. Required fields are marked *