September 2, 2026
Home » ଜାତୀୟ କ୍ରୀଡ଼ା ମିଟ୍‌ରେ ବୌଦ୍ଧ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଚମତ୍କାର ସଫଳତା

ଜାତୀୟ କ୍ରୀଡ଼ା ମିଟ୍‌ରେ ବୌଦ୍ଧ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଚମତ୍କାର ସଫଳତା

0
WhatsApp Image 2026-09-01 at 5.37.09 PM (2)

 

ବୌଦ୍ଧ –ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଂଘ ଅଧୀନରେ ଅଭ୍ୟାସ ଜାରି ରଖିଥିବା ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ବୌଦ୍ଧର ଛାତ୍ରୀମାନେ ନ୍ୟାସନାଲ୍ ସ୍ପୋର୍ଟସ୍ ମିଟ୍ ଆର୍ଚେରୀ-୨୦୨୬ରେ ଅସାଧାରଣ କୃତିତ୍ଵ ପ୍ରଦର୍ଶନ କରି ବିଦ୍ୟାଳୟ ପାଇଁ ଅପାର ଗୌରବ ଆଣିଛନ୍ତି। ଏହି ପ୍ରତିଯୋଗିତା ଦିଲ୍ଲୀ କ୍ୟାଣ୍ଟର କେନ୍ଦ୍ରୀୟ ବିଦ୍ୟାଳୟ ନମ୍ବର-୨ରେ ଅନୁଷ୍ଠିତ ହୋଇଥିଲା।
ଏହି ଅଦ୍ଭୁତ ସଫଳତାର ନେତୃତ୍ୱ ନେଇଛନ୍ତି ବିଦ୍ୟାଳୟର ଏକାଦଶ ଶ୍ରେଣୀ ବିଜ୍ଞାନ ବିଭାଗର ଛାତ୍ରୀ ସନ୍ତ୍ରିପ୍ତି ସାହୁ । ସେ ଅଣ୍ଡର-୧୯ ଇଣ୍ଡିଆନ୍ ରାଉଣ୍ଡ ଆର୍ଚେରୀ ବିଭାଗରେ ଉତ୍କୃଷ୍ଟ କ୍ରିଡା ପ୍ରଦର୍ଶନ କରି ୪୦ ମିଟର ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଏବଂ ୩୦ ମିଟର ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ତାଙ୍କର ନିରନ୍ତର ଓ ଚମତ୍କାର ପ୍ରଦର୍ଶନ ପାଇଁ ସେ ଚାମ୍ପିୟନଶିପ୍‌ରେ ଓଭରଅଲ୍ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତାଙ୍କର ଏହି ଅସାଧାରଣ ସଫଳତା କାରଣରୁ ମହାରାଷ୍ଟ୍ରରେ ଅନୁଷ୍ଠିତ ହେବାକୁ ଥିବା SGFI କ୍ରୀଡା ପାଇଁ ମଧ୍ୟ ତାଙ୍କର ଚୟନ ହୋଇଛି। ଆଜି ଏହି କୃତୀ ପ୍ରତିଯୋଗୀ ଗଣ ବୌଦ୍ଧ ଫେରିବାପରେ ସ୍ଥାନୀୟ ଜିଲ୍ଲା ଷ୍ଟାଡିଅମ ଠାରେ ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଂଘ ସଭାପତି ବସନ୍ତ କୁମାର ସାହୁ,କୋଷାଧ୍ୟକ୍ଷ ନିରଞ୍ଜନ ମେହେର, ଅକ୍ଷୟ ମାହାକୁଡଙ୍କ ସମେତ ଅନ୍ୟ ସଭ୍ୟ ସଭ୍ୟା ଉପସ୍ଥିତ ରହି ଫୁଲମାଳା ପ୍ରଦାନ ପୂର୍ବକ ମିଠା ଖୁଆଇ ସମସ୍ତଙ୍କୁ ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଂଘ ପକ୍ଷରୁ ସ୍ଵାଗତ କରାଯାଇଥିଲା ।
ଏହି ପ୍ରତିଯୋଗିତାରେ ବିଦ୍ୟାଳୟର ଅନ୍ୟ ଦୁଇଜଣ ପ୍ରତିଭାବାନ୍ ଛାତ୍ରୀ ମଧ୍ୟ ଅଣ୍ଡର-୧୭ ଇଣ୍ଡିଆନ୍ ରାଉଣ୍ଡ ବିଭାଗରେ ଭାଗ ନେଇ ପ୍ରଶଂସନୀୟ ପ୍ରଦର୍ଶନ କରିଛନ୍ତି। ପ୍ରତ୍ୟାଶା ମହାପାତ୍ର ୩୦ ମିଟର ଇଭେଣ୍ଟରେ ୩୦୪ ପଏଣ୍ଟ ଏବଂ ୨୦ ମିଟର ଇଭେଣ୍ଟରେ ୨୯୩ ପଏଣ୍ଟ ହାସଲ କରି ଓଭରଅଲ୍ ଷଷ୍ଠ ସ୍ଥାନ ଅଧିକାର କରିଥିବା ବେଳେ ଶୁଭଶ୍ରୀ ଓରାମ ମଧ୍ୟ ଦୃଢ଼ ମନୋବଳ ଓ ଦକ୍ଷତାର ପରିଚୟ ଦେଇ ୩୦ ମିଟର ଇଭେଣ୍ଟରେ ୨୬୯ ପଏଣ୍ଟ ଏବଂ ୨୦ ମିଟର ଇଭେଣ୍ଟରେ ୨୧୯ ପଏଣ୍ଟ ହାସଲ କରି ଓଭରଅଲ୍ ୧୯ତମ ସ୍ଥାନ ଅଧିକାର କରିଛନ୍ତି। ଏହି ପ୍ରତିଯୋଗିତା ୨୯ ଅଗଷ୍ଟ ୨୦୨୬ରେ ଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଥିଲା ।
ସନ୍ତ୍ରିପ୍ତି ସାହୁ, ପ୍ରତ୍ୟାଶା ମହାପାତ୍ର ଓ ଶୁଭଶ୍ରୀ ଓରାମଙ୍କର ଏହି ଉଲ୍ଲେଖନୀୟ ସଫଳତା ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ବୌଦ୍ଧକୁ ଗୌରବ, ସମ୍ମାନ ଓ ସ୍ୱୀକୃତି ଆଣିଦେବା ସହ ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଂଘ ପାଇଁ ମଧ୍ୟ ଏକ ବିଶେଷ ଗୌରବର ବିଷୟ ଅଟେ ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *