August 21, 2026
Home » ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର

ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର

0
WhatsApp Image 2026-04-30 at 6.08.17 AM

ଯୋଡ଼ା – ବୁଧବାର ଉତ୍କଳ ସାମ୍ବାଦିକ ସଂଘ ଦ୍ବାରା ଅନୁବନ୍ଧିତ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ବିଭିନ୍ନ ଦାବି ଗୁଡ଼ିକ ପୂରଣ ପାଇଁ ଅତିରିକ୍ତି ଜିଲାପାଳ(ରାଜସ୍ବ) ରବିନ୍ଦ୍ର କୁମାର ପ୍ରାଧାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ରାଜ୍ୟ ସଭାପତି ବିଭତି ଭୁଷଣ କରଙ୍କ ଆଦ୍ବାନ କ୍ରମେ ଜିଲା ସାମ୍ବାଦିକ ସଂଘର ସଭାପତି ସତ୍ୟନାରାୟଣ ମିଶ୍ରଙ୍କ ତତ୍ତ୍ବାବାଧାନରେ ଆଜି କେନ୍ଦୁଝର ଜିଲ୍ଲାର ବିଭିନ୍ନ ବ୍ଲକର ସାମ୍ବାଦିକ ମାନେ କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଲୟ ସମ୍ମୁଖରେ ଏକଚ୍ରିତ ହୋଇ ପ୍ରତିବାଦ କରିବା ସହ ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତି ଜିଲାପାଳ(ରାଜସ୍ବ) ରବିନ୍ଦ୍ର କୁମାର ପ୍ରାଧାନ ଦାବିପତ୍ର ପ୍ରଦାନ କରିଥିଲେ ।  ଦାବି ଗୁ୍ଡିକ ମଧ୍ୟରେ ଅଧୂସ୍ବୀକୃତି କମିଟି ପୁନର୍ଗଠନ ସହିତ ପ୍ରଚଳିତ ଆଇନରେ ସଂଶୋଧନ ପୂର୍ବକ ଜିଲ୍ଲା ଓ ରାଜ୍ୟସ୍ତରରେ ଯୋଗ୍ୟ ସାମ୍ବାଦିକମାନଙ୍କୁ ବ୍ୟାପକ ଭାବେ ମାନ୍ୟତା ପ୍ରଦାନ କରାଯାଉ।, କ୍ରମାଗତ ଭାବେ ସାମ୍ବାଦିକମାନ‌ଙ୍କ ଉପରେ ବୃଦ୍ଧି ପାଉଥିବା ଆକ୍ରମଣକୁ ଦୃଷ୍ଟିରେ ରଖ୍ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯାଉ।, ୬୦ ବର୍ଷରୁ ଅଧିକ ବୟସ୍କ ସାମ୍ବାଦିକମାନଙ୍କ ପାଇଁ ମାସିକ ଅନ୍ୟୁନ ପନ୍ଦର ହଜାର ଟଙ୍କାର ପେନସନ ବ୍ୟବସ୍ଥା ଲାଗୁ କରିବା, ଓଡ଼ିଶା ପ୍ରେସ୍ ଏକାଡ଼େମୀ ଗଠନ ପୂର୍ବକ ଭୁବନେଶ୍ବରରେ ଭବନ ନିର୍ମାଣ କରି ବୃଭିଗତ କାର୍ଯ୍ୟରେ ରାଜଧାନୀ ଆସୁଥିବା ସାମ୍ବାଦିକଙ୍କ ପାଇଁ ସ୍ବଳ୍ପ ମୂଲ୍ୟରେ ରହଣି ସୁବିଧା କରିବା ଓ ଗୋପବନ୍ଧୁ ସ୍ବାସ୍ଥ୍ୟବୀମା ଯୋଜନା ପରିସ୍‌ରେ ଅବସରପ୍ରାପ୍ତ ସାମ୍ବାଦିକ, ହିତାଧୁକାରୀଙ୍କ ମାତା-ପିତା ଏବଂ ୨୫ ବର୍ଷରୁ ଊର୍ଦ୍ଧ୍ବ ସନ୍ତାନମାନଙ୍କୁ ସାମିଲ୍ କରାଯିବା ଆଦି ଦାବି ଗୁଡିକ ପୂରଣ ପାଇଁ ସଂଘ ପକ୍ଷରୁ ବାରମ୍ବାର ଦାବି କରାଯାଇଛି । ଦାବି ଗୂଡ଼ିକ ପୂରଣ ପାଇଁ ସଂଘ ପକ୍ଷରୁ ବାରମ୍ବାର ଦାବି କରାଯାଇଥିଲେ ସୁଦ୍ଧା ସରକାରଣ କର୍ଣ୍ଣପାତ କରୁନାହାନ୍ତି ।

ତେଣୁ ଆଜି ରାଜ୍ୟର ସମସ୍ତ ଜିଲ୍ଲାରେ ସଂଘ ପକ୍ଷରୁ ପ୍ରତିବାଦ ସହ ଦାବି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟଯେ, ଓଡିଶାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ଆର୍ଥିକ ଓ ସାମାଜିକ ସ୍ଥିତି ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଅପେକ୍ଷାକୃତ ଦୁର୍ବଳ। ଦେଶର ସଂଖ୍ୟାଧିକ ରାଜ୍ୟ, ସେ ରାଜ୍ୟର ହଜାର ହଜାର ସାମ୍ବାଦିକଙ୍କୁ ଅଧିସ୍ବୀକୃତି ପ୍ରଦାନ କରୁଥିବା ବେଳେ ଆମ ରାଜ୍ୟରେ ଏ ସଂଖ୍ୟା ମାତ୍ର ୨୦୦ରେ ସୀମିତ ଅଟେ । ଉତ୍ତର ପ୍ରଦେଶ, ବିହାର, ଆସାମ, ହରିୟାଣା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଅରୁଣାଚଳ ପ୍ରଦେଶ ସମେତ ଦେଶର ୨୦ରୁ ଅଧିକ ରାଜ୍ୟରେ ସାମ୍ବାଦିକମାନଙ୍କୁ ୧୦,୦୦୦ରୁ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ, ରିହାତି ମୂଲ୍ୟରେ ପରିବହନ ସୁବିଧା, ସାମ୍ବାଦିକ ସୁରକ୍ଷା ଆଇନ ମାଧ୍ୟମରେ ବୃଭିଗତ ଅଭୟତା ଭଳି ନାନାଦି ଆର୍ଥକ ଓ ସାମାଜିକ ସୁବିଧା ସୁଯୋଗ ପ୍ରଦ ପ୍ରଦାନ କରୁଛନ୍ତି। ମାତ୍ର ଓଡ଼ିଶା ସରକାର ପକ୍ଷରୁ କିଛି ସୀମିତ ଯୋଜନା ବ୍ୟତୀତ ଆବଶ୍ୟକ ମୌଳିକ ସୁବିଧାରୁ ସାମ୍ବାଦିକ ବର୍ଗଙ୍କୁ ବଞ୍ଚିତ କରାଯାଇଛି। ଏହା ଦର୍ଶାଉଛି ଯେ, ରାଜ୍ୟ ସରକାର ସାମ୍ବାଦିକମାନଙ୍କ ଦାବି ପ୍ରତି ଆବଶ୍ୟକୀୟ ସମ୍ବେଦନଶୀଳତା ପ୍ରଦର୍ଶନ କରୁନାହାଁନ୍ତି। ଏହି ସନ୍ଦର୍ଭରେ ପୂର୍ବ ସରକାର ସମୟରେ “ଉତ୍କଳ ସାମ୍ବାଦିକ ସଂଘ” ପକ୍ଷରୁ ନିରନ୍ତର ଧାରଣା, ପ୍ରତିବାଦ ଓ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।୨୦୨୪ ମସିହା ଫେବୃୟାରୀ ମାସରେ ବିଧାନସଭା ସମ୍ମୁଖରେ ତତ୍କାଳୀନ ସରକାର ବିରୋଧରେ ଏକ ବିଶାଳ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଥିଲା । ଏଣୁ ବିଗତ ବିଧାନସଭାରେ ସରକାରଙ୍କ ନିରାଶା ସୂଚକ ଉତ୍ତର ସାମ୍ବାଦିକମାନଙ୍କ ମଧ୍ୟରେ ଘୋର ନୈରାଶ୍ୟତା ସୃଷ୍ଟି କରିଛି । ଆଜିର ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ ସମୟରେ ଉପଦେଷ୍ଠା ସୁବ୍ରତ ସ୍ବାଇଁ,ଜିଲା ସାମ୍ବାଦିକ ସଂଘର ସଭାପତି ସତ୍ୟନାରାୟଣ ମିଶ୍ର,ସମ୍ପାଦକ ସୁଧାଶୁଂ ଶେଖର ସାହୁ, ଉପସଭାପତି ଦେବାଶିଷ ମିଶ୍ର,ସାଙ୍ଗଠନିକ ସମ୍ପାଦକ ପବିତ୍ର ବେହେରା,ସହ ସମ୍ପାଦକ ପ୍ରକାଶ ମହାନ୍ତି,କୋଷାଧ୍ୟକ୍ଷ ରାଜେନ୍ଦ୍ର ମହାକୁଡ଼,ସାମ୍ବାଦିକ ରବିନ୍ଦ୍ର କୁମାର ସେଠି,ନିରଞ୍ଜନ ପାଣି,ସତ୍ୟଜିତ୍ ଦାସ,ଶ୍ୟାମସୁନ୍ଦର ଓରାମ,ଡିମ୍ପଲ ସାଣ୍ଡିଲ୍,ସିତାରାମ ଦିକ୍ଷିତ,ମନୋରଞ୍ଜନ ଲେଙ୍କା,ନିଳମଣୀ ମଣ୍ଡଳଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ ।

କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ଇପିଏ ନିଉଜ ।

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed