November 20, 2026
Home » ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ଉତ୍ସାହ ୨୦୨୬ ଅନୁଷ୍ଠିତ”

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ଉତ୍ସାହ ୨୦୨୬ ଅନୁଷ୍ଠିତ”

0
WhatsApp Image 2026-10-22 at 4.55.11 PM

ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ଶିଶୁ ଯତ୍ନ ଅନୁଷ୍ଠାନ ରେ ରହୁଥିବା ଅନ୍ତେବାସୀ ମାନଙ୍କୁ ନେଇ କ୍ରୀଡ଼ା ଉତ୍ସବ ଉତ୍ସାହ -୨୦୨୬ ଅନୁଷ୍ଠିତ ହୋଇଯାଇଛି। ସୋନପୁର ରାମେଶ୍ୱର ଷ୍ଟାଡିୟମ ଠାରେ ଅନୁଷ୍ଠିତ ଉତ୍ସାହ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଦେବାଶିଷ ସିଂ ଶିଶୁ ମାନଙ୍କୁ କ୍ରୀଡ଼ା ପ୍ରତି ରୁଚି ରଖିବାକୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ )ଅଞ୍ଜଳିନା ପ୍ରଧାନ, ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର,, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ଲିନା ବାବୁ ଯୋଗଦେଇ ଜୀବନ ରେ କ୍ରୀଡ଼ା ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଜିଲ୍ଲାର ଶିଶୁ ଯତ୍ନ ଅନୁଷ୍ଠାନ ମାନଙ୍କରୁ ଆସିଥିବା ଶିଶୁ ମାନେ ଦୌଡ଼, ଉଚ୍ଚଡ଼ିଆଁ, ଲମ୍ବଡିଆଁ, କେରମ୍, ଚେସ ଆଦି ଖେଳ ରେ ଭାଗ ନେଇଥିଲେ। ସମସ୍ତ କୃତିତ୍ୱ ହାସଲ କରିଥିବା ଶିଶୁ ମାନଙ୍କୁ ଅତିଥି ମାନେ ମାନପତ୍ର ଓ ପଦକ ଦେଇ ସମ୍ମାନିତ କରିଥିଲେ। ପୁରସ୍କାର ବିତରଣ ଉତ୍ସବ ରେ ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ସଭାପତିତ୍ୱ କରିଥିଲେ । ଆନୁଷ୍ଠାନିକ ସୁରକ୍ଷା ଅଧିକାରୀ ବିଜୟ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମ କୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ର ମୃତ୍ୟୁଞ୍ଜୟ ସାହୁ, ଗୌତମ ମହାପାତ୍ର, ଥବିର କାଲସେ, ଅନିଲ ମହଲା, ସ୍ୱାଗତ ରାଜ ମିଶ୍ର, ଭାସ୍କର ଦାଶ, ମାନିନୀ ମହାନ୍ତି, ଜିତେନ୍ଦ୍ର ମଣ୍ଡଲ, ପ୍ରଶାନ୍ତ ମହାକୁଡ଼, ରୁଦ୍ର ପ୍ରସନ୍ନ ମିଶ୍ର ଆଦି ସହଯୋଗ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *