February 23, 2026
Home » ଜୟବର୍ଦ୍ଧନଙ୍କ ସ୍ମୃତିରେ ସପ୍ତମ ଜେ.ବି. ମେମୋରିଆଲ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ

ଜୟବର୍ଦ୍ଧନଙ୍କ ସ୍ମୃତିରେ ସପ୍ତମ ଜେ.ବି. ମେମୋରିଆଲ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ

0
nara bad

ବ୍ରହ୍ମପୁରର ଜଣେ ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ଜୟବର୍ଦ୍ଧନ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଯକୁ ପ୍ରାୟ ୭ବର୍ଷ ଧରି ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଥିବା ବେଳେ, ଆଜି ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ସପ୍ତମ ଜେ.ବି. ମେମୋରିଆଲ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ଗେଟ୍ ବଜାର ନିକଟସ୍ଥ ସ୍ପୋର୍ଟସ ଏରିନା ଠାରେ ପ୍ରେସ କ୍ଳବ୍ ବ୍ରହ୍ମପୁର ତରଫରୁ ରବିବାର ଅପରାହ୍ନରେ ଏକ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ପ୍ରେସ କ୍ଳବ୍ ବ୍ରହ୍ମପୁରର ସହ ସମ୍ପାଦକ ଡି ଗୋପାଳ କ୍ରିଷ୍ଣା ରେଡ୍ଡୀଙ୍କ ନେତୃତ୍ୱରେ ଆୟୋଜିତ ଏହି ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଉଦ୍ଘାଟକ ରୂପେ ବ୍ରହ୍ମପୁର ଏସପି ସର୍ବନା ବିବେକ ଏମ ଯୋଗଦାନ କରିଥିବା ବେଳେ, ସମ୍ମାନିତ ଅତିଥି ଭାବେ ବରିଷ୍ଟ ଶିକ୍ଷାବିତ୍ ମାନସ ରଞ୍ଜନ ସାହୁ, ବରିଷ୍ଟ ବ୍ୟାଡମିଣ୍ଟନ ଖେଳାଳି ସୁଧାକର ବାବୁ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ। ପ୍ରେସ କ୍ଳବ୍ ବ୍ରହ୍ମପୁରର ସଭାପତି ଅଶୋକ ବ୍ରହ୍ମା ସଭକର୍ଯ୍ୟକୁ ଅଧ୍ୟକ୍ଷତା କରିଥିବା ବେଳେ, ସମ୍ପାଦକ ପ୍ରହଲ୍ଲାଦ ସାହୁ ସଭା ପରିଚାଳନା କରିଥିଲେ । ଉପ ସଭାପତି ଅଭୟ କୁମାର ପାଢ଼ୀ ଏବଂ କୋଷାଧ୍ୟକ୍ଷ ଶିବ ନାରାୟଣ ପଣ୍ଡା ସମସ୍ତ ସାମ୍ବାଦିକ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଶୁଭକାମନା ଜଣାଇଥିଲେ । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ସିଙ୍ଗଲ୍ସରେ ମୋଟ ୩୪ଜଣ ଖେଳାଳି ଭାଗ ନେଇଥିବା ବେଳେ, ଡବଲ୍ସରେ ମୋଟ ୭ଟି ଦଳ ଅଂଶ ଗ୍ରହଣ କରିଥିଲେ। ଏଥିରେ ସିଙ୍ଗଲ୍ସ ଫାଇନାଲରେ ଟୁନା ପ୍ରଧାନ ୨୧ ପଏଣ୍ଟ ରଖିଥିବା ବେଳେ, ଡି ଗୋପାଳ କ୍ରିଷ୍ଣା ରେଡ୍ଡୀଙ୍କୁ ୭ ପଏଣ୍ଟରେ ରଖିଥିଲେ, ସେହିପରି ଡବଲ୍ସ ଫାଇନାଲରେ ଟୁନା ପ୍ରଧାନ – ସଚିନ ବେହେରାଙ୍କ ଦଳ ସହ ଡି ଗୋପାଳ କ୍ରିଷ୍ଣା – ରୀଙ୍କୁ ରେଡ୍ଡୀଙ୍କ ଟୁର୍ଣ୍ଣାମେଣ୍ଟ ଏକ ଦମଦାର ଖେଳ ପ୍ରଦର୍ଶନ ହୋଇଥିଲା ଯାହା ସମସ୍ତ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲା । ଏହି ଡବଲ୍ସରେ ରିଙ୍କୁ – ଗୋପାଳଙ୍କୁ ୨୪ ପଏଣ୍ଟରେ ରଖି ୩୧ ପଏଣ୍ଟ କରି ଟୁନା – ସଚିନଙ୍କ ଦଳ ବିଜୟୀ ହାସଲ କରିଥିଲେ ।

ସେହିପରି ମହିଳା ଦଳରେ ଇତିଶ୍ରୀ – ସୋନାଲିଙ୍କ ଦଳ ସହ ବନି – ସୁଭଦ୍ରାଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିବା ବେଳେ, ଏହି ପ୍ରତିଯୋଗିତାରେ ଇତି – ସୋନାଲିଙ୍କ ଦଳକୁ ୧୬ ପଏଣ୍ଟରେ ଚକ୍ କରି ୨୧ ପଏଣ୍ଟରେ ବନି – ସୁଭଦ୍ରାଙ୍କ ଦଳ ବିଜୟୀ ହୋଇଥିଲେ । ସେହିପରି ସନ୍ଧ୍ୟାରେ ଆୟୋଜିତ ଉଦଯାପନୀ ସଭା ତଥା ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ଯୁବ ନେତା ତଥା ଅର୍ବାନ ବ୍ୟାଙ୍କ ସଭାପତି ଆର୍ ମୁରଲୀ ମୋହନଙ୍କ ସମେତ ଯୁବ ସମାଜସେବୀ ଅଜିତ କୁମାର ପାତ୍ର ଯୋଗଦାନ କରିଥିବା ବେଳେ, ସଭାପତି ଶ୍ରୀ ବ୍ରହ୍ମା, କୋଷାଧ୍ୟକ୍ଷ ଶ୍ରୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହି କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ। ଏହି ଅବସରରେ ସାମ୍ବାଦିକ ଜଗତର ବରିଷ୍ଠ ବ୍ୟକ୍ତିତ୍ଵ ଶ୍ରୀ ଲକ୍ଷ୍ମୀ ବେଜ, ଶ୍ରୀନିବାସ ଏବଂ ନରସିଂହ ଡାକୁଆଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ନାରାୟଣ ମହାକୁଡ଼, ଦେବହରି ବେହେରା, ବାବୁଲା ପାଣିଗ୍ରାହୀ, ମନୋଜ ପଣ୍ଡା, ଅମର ଦାସ, ଅଭିଜିତ କର, କିରଣ ମିଶ୍ର, ସୁନିଲ ସାହୁ ଉପସ୍ଥିତ ରହିଥିବା ସହ ସଚିନ ବେହେରା, ବିକ୍ରମ ଜେନା, ଲିକୁ ଡାକୁଆ, କୈଳାସ ବେହେରା, ମାନସ ବିଷୋୟୀ, ଶୁଭେନ୍ଦୁ ସାହୁ, ଚିକୁ ପ୍ରତିନିଧି ପ୍ରମୁଖ ଟୁର୍ଣ୍ଣାମେଣ୍ଟକୁ ପରିଚାଳନରେ ସହଯୋଗ କରିଥିବା ବେଳେ, ସୁଦୀପ ସାହୁ ସଭାକାର୍ଯ୍ୟ ସଞ୍ଚାଳନ କରିଥିଲେ । ତେବେ ସୂଚନା ଥାଉ କି, ପ୍ରାତଃ ସମୟରେ ପ୍ରେସ କ୍ଳବ୍ ବ୍ରହ୍ମପୁର ପରିସରରେ ଶାନ୍ତି ମୈତ୍ରୀ ଓ ବନ୍ଧୁତାର ପ୍ରତୀକ ତ୍ରିରଙ୍ଗା ପତାକା ସମ୍ମାନନୀୟ ସଭାପତି ଶ୍ରୀ ବ୍ରହ୍ମା ଦ୍ଵାରା ଉତ୍ତୋଳନ ହୋଇଥିଲା ଏଥିରେ କ୍ଳବ୍ ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

You may have missed

ମିଶନ ଶକ୍ତି ବିଭାଗର ସମୀକ୍ଷା ବୈଠକ : ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଉଦ୍ୟୋଗି ଭାବେ ଗଢ଼ି ତୋଳିବାକୁ ପ୍ରାଥମିକତା ଭୁବନେଶ୍ୱର, ୨୨.୦୨.୨୦୨୬ : ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭାଗର ସମସ୍ତ ଶାଖାର କାର୍ଯ୍ୟକଳାପ ଓ ଜିଲ୍ଲାଭିତ୍ତିକ ପ୍ରଗତି ଉପରେ ସମୀକ୍ଷା କରାଯାଇଛି । ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଜିଲ୍ଲାର କାର୍ଯ୍ୟକଳାପ ଉପରେ ସମୀକ୍ଷା କରିଛନ୍ତି। ଚଳିତ ଆର୍ଥିକ ବର୍ଷର ସଫଳତା, ବିଭିନ୍ନ ଯୋଜନାର ପ୍ରଗତି, ବ୍ଯାଙ୍କ ଋଣ, ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ସୁଧ ଫେରସ୍ତ, ମହିଳାମାନଙ୍କୁ ଉଦ୍ୟୋଗପତି ଭାବେ ଗଢି ସେମାନଙ୍କ ଆୟବୃଦ୍ଧି କରିବା ସମ୍ପର୍କିତ ପଦକ୍ଷେପଗୁଡ଼ିକୁ ସେ ପର୍ଯ୍ୟବେକ୍ଷଣ କରିଛନ୍ତି । ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ମାନଙ୍କୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ମିଶନ ଶକ୍ତି ବିଭାଗ ମାଧ୍ୟମରେ ଓଡ଼ିଶାର ଲକ୍ଷାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଯୋଡ଼ି ଆର୍ଥିକ, ସାମାଜିକ ଓ ଡିଜିଟାଲ ଭାବେ ସଶକ୍ତ ହୋଇପାରିଛନ୍ତି । ଏହି ବିଭାଗ ମହିଳାମାନଙ୍କୁ କେବଳ ଆତ୍ମନିର୍ଭର କରିବାରେ ସୀମିତ ରହିନାହିଁ, ସେମାନଙ୍କୁ ସଫଳ ଉଦ୍ୟୋଗୀ ଓ ସମାଜର ଅଗ୍ରଗାମୀ ନେତୃତ୍ୱ ଭାବେ ଗଢ଼ି ତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଅଛି । ମିଶନ ଶକ୍ତି ଆଜି ମହିଳା ସଶକ୍ତିକରଣର ଏକ ଶକ୍ତିଶାଳୀ ଆନ୍ଦୋଳନରେ ପରିଣତ ହୋଇଛି, ଯାହା ମହିଳାମାନଙ୍କ ଜୀବନମାନ ଉନ୍ନତି ସହିତ ରାଜ୍ୟର ଆର୍ଥିକ ଉନ୍ନତିରେ ମଧ୍ୟ ମୂଲ୍ୟବାନ ଅବଦାନ ରଖୁଛି। ମହିଳାମାନଙ୍କୁ ଉଦ୍ୟୋଗୀ ଭାବେ ଗଢି ଅଧିକରୁ ଅଧିକ ‘ଲକ୍ଷପତି ଦିଦି’ ଏବଂ ‘ମହାଲକ୍ଷପତି ଦିଦି’ ପରିଣତ କରିବା ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମତ ରଖିଛନ୍ତି । ଏଥି ପାଇଁ ଆସନ୍ତା ଆର୍ଥିକ ବର୍ଷରେ ବଜାର ସଂଯୋଗ, ଦକ୍ଷତା ବୃଦ୍ଧି, ପ୍ରଶିକ୍ଷଣ, ଆର୍ଥିକ ସହାୟତା ଓ ଡିଜିଟାଲ ସଶକ୍ତିକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ଏହି ପଦକ୍ଷେପଗୁଡ଼ିକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ସ୍ଥାୟୀ ଜୀବିକା ଓ ସୁଦୃଢ଼ ଆର୍ଥିକ ସ୍ଥିତି ପ୍ରଦାନ କରିବ । ବୈଠକରେ ଚଳିତ ଆର୍ଥିକ ବର୍ଷର ଲକ୍ଷ୍ୟ ପୂରଣ ସହ ଆସନ୍ତା ଆର୍ଥିକ ବର୍ଷ ପାଇଁ ନିର୍ଦ୍ଧାରିତ ପ୍ରଥମିକତା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା, ଯାହା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥିକ ଭାବେ ଆହୁରି ସଶକ୍ତ କରିବା ସହିତ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ କରିବ । ଏହି ସମୀକ୍ଷା ବୈଠକରେ ମିଶନ ଶକ୍ତି ବିଭାଗର କମିଶନର-ତଥା-ସଚିବ ସୁଶ୍ରୀ ମାନସୀ ନିମ୍ବାଲ, ନିର୍ଦ୍ଦେଶିକା ଡ଼. ମୋନିକା ପ୍ରିୟଦର୍ଶିନୀଙ୍କ ସମେତ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନର ବରିଷ୍ଠ ଅଧିକାରୀ ଏବଂ ସମସ୍ତ ଜିଲ୍ଲାର ଅଧିକାରୀମାନେ ଉପସ୍ଥିତ ଥିଲେ । ମହିଳା ସଶକ୍ତିକରଣ, ମହିଳା ନେତୃତ୍ୱାଧୀନ ବିକାଶ ଏବଂ ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାବଳମ୍ବୀ କରିବା ଦିଗରେ ମିଶନ ଶକ୍ତି ବିଭାଗର ଏହି ସମୀକ୍ଷା ବୈଠକ ଏକ ଦୃଢ଼ ପଦକ୍ଷେପ ବୋଲି ଆଶା କରାଯାଇଛି ।