ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଏସ୍ପି ଅଫିସରେ ଧାରଣା ଦେଇଛନ୍ତି ସାମ୍ବାଦିକ
ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ କଳାମୁଗୁନି ପଥର ଖଣିରେ ବ୍ଲାଷ୍ଟିଂ ଘଟଣାର ସୂଚନା ମାଗିବାରୁ ଥାନା ଅଧିକାରୀ ଧିରେନ ସ୍ୱାଇଁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଏହି ଅଭିଯୋଗ ଉପରେ ଗତକାଲି ଜିଲ୍ଲା ସାମ୍ବାଦିକ ସଂଘ ଏସପିଙ୍କୁ ଲିଖିତ ଭାବରେ ଅଭିଯୋଗ କରିଥିଲା । ଘଟଣାରେ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଆଜି ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲା ପୋଲିସ୍ କାର୍ଯ୍ୟାଳୟରେ ଧାରଣା ଦିଆଯାଇଛି l ଏହି ପୋଲିସ ଅଧିକାରି ଜଣକ ବିଭିନ୍ନ ସମୟରେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି l ଏ ସମ୍ପର୍କରେ ଆଲୋଚନା କରାଯାଇ ଖୁବ୍ ଶୀଘ୍ର ସମାଧାନର ବାଟ ବାହାର କରାଯିବ ବୋଲି ଢେଙ୍କାନାଳ ଏସ୍ପି ଅଭିନବ ସୋନକର କହିଛନ୍ତି ।
rajkishor rout nka report
