August 1, 2026
Home » ଧର୍ମଗଡ଼ ଠାରେ ଶକ୍ତି ସଦନ ପକ୍ଷରୁ ନାରୀ ସଚେତନତା କାର୍ଯ୍ୟକ୍ରମ

ଧର୍ମଗଡ଼ ଠାରେ ଶକ୍ତି ସଦନ ପକ୍ଷରୁ ନାରୀ ସଚେତନତା କାର୍ଯ୍ୟକ୍ରମ

0
WhatsApp Image 2026-08-01 at 2.38.33 PM

 ଧର୍ମଗଡ଼ ସ୍ଥିତ ଜ୍ଞାନ କମ୍ପ୍ୟୁଟର କେନ୍ଦ୍ର ଠାରେ ମହିଳାଙ୍କ ସଚେତନତାକୁ ନେଇ ଭାରତୀୟ ଆଦିମ ଜାତି ସେବା ସଙ୍ଘ ଓ ଧର୍ମଗଡ ଶକ୍ତି ସଦନ କାର୍ଯ୍ୟାଳୟ ତରଫରୁ ଏକ ନାରୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଧର୍ମଗଡ଼ ଶକ୍ତି ସଦନ ର ପରିଚାଳିକା ସସ୍ମିତା ପାତ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ତୁଷାର ରଞ୍ଜନ ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଆଇନଜିବୀ କଲ୍ୟାଣୀ ନାଏକ ଓ ଜ୍ଞାନ କମ୍ପ୍ୟୁଟର କେନ୍ଦ୍ର ର ନିର୍ଦ୍ଦେଶକ କମଳା କାନ୍ତ ବିହାରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମହିଳାମାନଙ୍କ ଶିକ୍ଷା,ସୁରକ୍ଷା ଓ ଆତ୍ମ ନିର୍ଭରଶୀଳ ଉପରେ ଆଲୋଚନା କରିଥିଲେ।

ମହିଳା ମାନେ କିଭଳି ଶିକ୍ଷା କ୍ଷେତ୍ରରେ କିଭଳି ଆଗକୁ ଯିବେ,ସେମାନେ କେମିତି ଆତ୍ମନିର୍ଭରଶୀଳ ହେବେ, ସ୍ୱାସ୍ଥ୍ୟର ଯତ୍ନ ନେବେ,ନିର୍ଯାତନାରୁ କିଭଳି ଦୁରେଇ ରହିବେ ତଥା ବାଲ୍ୟ ଵିଵାହ ରୁ ଦୁରେଇ ରହିବା ସହ ସରକାରଙ୍କ ତରଫରୁ ମହିଳା ମାନଙ୍କ ପାଇଁ ଥିବା ସମସ୍ତ ସୁବିଧା ସୁଯୋଗ ବିଷୟରେ ବୁଝାଇଥିଲେ।
ଏହା ବ୍ୟତୀତ ବାଲ୍ୟ ବିବାହ ରୋକିବା, ଯୌତୁକ ପ୍ରଥା, ଘରୋଇ ହିଂସା, ଯୌନ ଓ ମାନସିକ ନିର୍ଯାତନା ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। କାର୍ଯ୍ୟାଳୟ ସହଯୋଗି ଦେବରାଜ ମହାନନ୍ଦ କାର୍ଯକ୍ରମ ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *