ଧର୍ମଗଡ଼ ବସ୍ତିପଡା ରାଧା କଷ୍ଣ ସାଂସ୍କୃତିକ ପରିଷଦର ନୂତନ ଭବନ ବିଧାୟକଙ୍କ ଦ୍ୱାରା ଉଦଘାଟିତ
ଧର୍ମଗଡ଼ ବସ୍ତିପଡା ଠାରେ ବହୁ ପୁରାତନ ରାଧାକୃଷ୍ଣ ସାଂସ୍କୃତିକ ପରିଷଦ ର ବିଧାୟକ ପାଣ୍ଠି ରେ ନିର୍ମିତ ନୂତନ ଭବନର ଶୁଭ ଉଦଘାଟନ ହୋଇ ଯାଇଛି।ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନବ ନିର୍ମିତ ଭବନର ଶୁଭ ଉଦ୍ଘାଟନ କରିଥିଲେ।ସହର ର ବିକାଶରେ ଯୁବଶକ୍ତିର ଆବଶ୍ୟକତା ରହିଛି ଓ ବସ୍ତିପଡା ରାଧାକୃଷ୍ଣ ସାଂସ୍କୃତିକ ପରିଷଦ ର ଯୁବକ ମାନେ ସହର ର ବହୁ ବିଧ ଉନ୍ନତି ପାଇଁ ଆଗେଇ ଆସିବା ପାଇଁ ବିଧାୟକ ଆହ୍ୱାନ ଦେଇଥିଲେ।ସେ ୧୦ ଲକ୍ଷ ଟଙ୍କାର ବିଧାୟକ ପାଣ୍ଠିରେ ନିର୍ମିତ ଭବନର ଲୋକାର୍ପିତ କରିବା ସହ ଭବନ ଉପର ମହଲା ପାଇଁ ନିଜସ୍ୱ ବିଧାୟକ ପାଣ୍ଠିରୁ ଆହୁରି ୧୦ ଲକ୍ଷ ଅନୁଦାନ ରାଶି ଘୋଷଣା କରିଥଲେ।


ଏହି ଅବସରରେ ଧର୍ମଗଡ଼ ନଗରପାଳ ଅଶୋକ କୁମାର ମହାନ୍ତି,ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ,ବ୍ୟବସାୟୀ ସଂଘ ସଭାପତି ତଥା ବରିଷ୍ଠ ସାମ୍ୱାଦିକ ବିଦ୍ୟାଧର ସାହୁ ,ପୂର୍ବତନ ସରପଞ୍ଚ ଲକ୍ଷ୍ମୀ କାନ୍ତ ବାଗ, ଗୋନ୍ତିଆ ଗିରିଧାରୀ ନାଏକ,କାଉନସିଲର ମୁନି ରାମ ମାଝୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଏହି ଅବସରରେ ଜମିଦାନ କରିଥିବା ସ୍ଵର୍ଗତ ମହେଶ୍ୱର ମଶ୍ରା ଓ ଦୁର୍ଯ୍ୟୋଧନ ମଶ୍ରା ଙ୍କ ପରିବାର ଓ ବରିଷ୍ଠ ସଦସ୍ୟ ମାନଙ୍କୁ ବିଧାୟକ ସମ୍ମାନିତ କରିଥଲେ।କ୍ଷୀରାବ୍ଧି ତନୟ ମଶ୍ରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜନ୍ମେଜୟ ନାଏକ ଧନ୍ଯବାଦ ଅର୍ପଣ କରିଥିଲେ।ନୂତନ ଭବନର ପୁଜାରେ ଶ୍ରୀମତୀ ଶାନ୍ତିଲତା ମଶ୍ରା ଓ ଶ୍ରୀ ଚିତ୍ରସେନ ମଶ୍ରା କର୍ତ୍ତା ଭାବେ ପୁଜା କାର୍ଯ୍ୟ ତୁଲାଇଥିଲେ।ରାଧା କୃଷ୍ଣ ସାଂସ୍କୃତିକ ପରିଷଦ ଧର୍ମଗଡ଼ ବସ୍ତିପଡା ର ଚନ୍ଦ୍ର ଶେଖର ମଶ୍ରା,କୁମୁଦ ଚନ୍ଦ୍ର ସାହୁ,ସରୋଜ କୁମାର ସାହୁ,ଶିବ ଶଙ୍କର ମାଝୀ,ପ୍ରଦୀପ କୁମାର ନାଏକ,ଆଶିଷ କୁମାର ବେହେରା,ରଙ୍ଗାଧର ଭୋଇ,ଗୋପୀନାଥ ନାଏକ
ଜଗା ବାଗ ପ୍ରମୁଖ ସହଯୋଗ କରିଥିଲେ।
ବ୍ୟୁରୋ ରିପୋର୍ଟ…..
