ନେତାଜୀ କ୍ଳବ ପୂଜାକୁ 50 ବର୍ଷ
ହରପାର୍ବତୀ ପୂଜା ଆଡମ୍ବର ସହ ହେବ
ଭୁବନେଶ୍ୱର :ବଡ଼ଗଡ଼ ବ୍ରିଟ ନେତାଜୀ କ୍ଳବର ହରପାର୍ବତୀ ପୂଜା ଚଳିତ ବର୍ଷ ଆଡମ୍ବର ସହକାରେ ପାଳନ କରାଯିବ. କାରଣ ହରପାର୍ବତୀ ପୂଜାକୁ 50 ବର୍ଷ ପୁରୁଛି. ତେଣୁ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଆଡମ୍ବର ଭାବେ ସଙ୍ଘ ପାଳନ କରିବବୋଲି ସାମ୍ବାଦିକ ସମ୍ମିଳନୀରେ ସଙ୍ଘର ସଭାପତି ସନ୍ତୋଷ ସିଂ କହିଛନ୍ତି. ଶ୍ରୀ ସିଂ ଓ ବରିଷ୍ଠ ସଦସ୍ୟ ପ୍ରତାପ ଜେନା କହିଛନ୍ତି ସୁବର୍ଣ ଜୟନ୍ତୀରେ ହରପାର୍ବତୀ ପୂଜା ପଂହଁଚି. ଏଥର ସ୍ୱର୍ଣ୍ଣ ଓ ଚାନ୍ଦିର ତାରକସି କାମ ଦ୍ୱାରା ଅଳଙ୍କୃତ ହେବେ ହରପାର୍ବତୀଏବଂ ପାର୍ଶ୍ଵ ଦେବ କାର୍ଭିକ ଓ ଗଣେଶ ।ଏଥିସହ ମୁଖ୍ୟ ତୋରଣ ସିକିମ୍ର ନାମ୍ଚି ସାଇ ମନ୍ଦିର ପ୍ରତିଛବି, ପଶ୍ଚିମ ବଙ୍ଗର ମେଦିନପୁରରୁ ଆସୁଥିବା ଟିଂଟ କାରିଗର, ମୂର୍ତ୍ତି ଶିଳ୍ପୀ ହେମନ୍ତ ମୁଦୁଲି (ଗୁରୁଡି ଝାଟିଆ, କଟକ), ରଙ୍ଗ ବେରଙ୍ଗର ଭଳିକି ଭଳି ଲାଇଟ ସଜ୍ଜା ଏବଂ ସ୍ଵତନ୍ତ୍ର ଭାବେ ସଜା ହୋଇଥିବା ୧୨ଟି ଆଲୋକ ତୋରଣ ।


ଏଥର ନୂଆକରି ୬୦ ଫୁଟ ଉଚ୍ଚର ଏକ ଲାଇଟ୍ ଗେଟ୍ ଶୋଭା ପାଇବ । ମୁଖ୍ୟ ପୁରୋହିତ ପଣ୍ଡିତ ଜ୍ୟୋର୍ତିମୟ ନନ୍ଦ (ନିମାପଡା, ପୁରୀ) । Iସେହିପରି ପାଞ୍ଚଦିନ ଧରି ମନୋରଞ୍ଜନ କାର୍ଯ୍ୟକ୍ରମ କରାଯିବ. 17 ତାରିଖ ଷଷ୍ଠୀରେ – ମେଲୋଡି –ରଷ୍ଟାର (କଟକ) ୧୮ରେ (ମହାସପ୍ତମୀ) – ମେଲୋଡି – ଅର୍କେଷ୍ଟ୍ରା (ନିଉ ଡିଭାଇନ)୧୯ରେ (ମହାଅଷ୍ଟମୀ) – ବିନୋଦ ରାଠୋର, ସ୍ପନ୍ଦିନୀ ମୁଖାର୍ଜୀ ଆଣ୍ଡ ଗ୍ରୁପ (ବଲିଉଡ୍ ସିଙ୍ଗର)୨୦ରେ (ମହାନବମୀ) – ଅଲତାଫ୍ ରାଜା ଏଣ୍ଡ ଗ୍ରୁପ୍ (ବଲିଉଡ୍ ସିଙ୍ଗର),୨୧ତାରିଖରେ (ବିଜୟା ଦଶମୀ) – ମେଲୋଡି, ମୁଖ୍ୟ ଆକର୍ଷଣ ହାସ୍ୟ କଳାକାର ପ୍ରଜ୍ଞା ଓ ଶଙ୍କର।ପ୍ରତ୍ୟେକ ଦିନ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁସମ୍ବଦ୍ଧନାକରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି. ଏହି ସାମ୍ବାଦିକ ସମ୍ମିଳନୀରେ ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସି, ପୂର୍ବତନ କର୍ପୋଟର ଅଶୋକ ସିଂ ଏବଂ ସମସ୍ତ କର୍ମକତା ପ୍ରମୁଖ ଉପସ୍ଥିତ ଥିଲେ.
madhusudan sahu
