October 23, 2025
Home » ନେହେରୁ ଟ୍ରଷ୍ଟ ପକ୍ଷରୁ ବିଶ୍ୱକର୍ମା ପୂଜା ଅଂଚଳ ସମୂହ ସଫେଇ

ନେହେରୁ ଟ୍ରଷ୍ଟ ପକ୍ଷରୁ ବିଶ୍ୱକର୍ମା ପୂଜା ଅଂଚଳ ସମୂହ ସଫେଇ

0
WhatsApp Image 2025-09-18 at 8.14.22 PM

ପାରାଦୀପ: ବିଗତ ବର୍ଷମାନଙ୍କ ପରି ଚଳିତ ବର୍ଷ ପାରାଦୀପ ସହରରେ ପାଳିତ ହେଉଛି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଉତ୍ସବ । ପ୍ରତ୍ୟେକ ଦିନ ହଜାରହଜାର ସଂଖ୍ୟାରେ ଦର୍ଶକମାନେ ବିଶ୍ୱକର୍ମାଙ୍କ ପୂଜା ଦେଖିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛନ୍ତି । ସୁଉଚ୍ଚ ତୋରଣ ସାଙ୍ଗକୁ ଆକର୍ଷଣୀୟ ଆଲୋକ ସଜା ଦେଖି ଦର୍ଶକମାନେ ବିମୋହିତ ହୋଇଯାଉଛନ୍ତି । ଦର୍ଶକମାନେ ପୂଜା ଅଂଚଳ ବୁଲିବା ସମୟରେ ଅଳିଆ ଆବର୍ଜନା ଛାଡି ଯାଆନ୍ତି । ଏହାକୁ ଦୃଷ୍ଟିରେ ରଖି ପାରାଦୀପର ପଣ୍ଡିତ ଜବାହାରଲାଲା ନେହେରୁ ଟ୍ରଷ୍ଟ ପକ୍ଷରୁ ପ୍ରତ୍ୟେକ ଦିନ ସକାଳେ ପୂଜା ଅଂଚଳ ସଫେଇ କରାଯାଉଛି । ଟ୍ରଷ୍ଟର ଅଧ୍ୟକ୍ଷ ସରୋଜ ପ୍ରଧାନଙ୍କ ନେତୃତ୍ୱରେ ସଦସ୍ୟ, ଉପଦେଷ୍ଟା ଓ କର୍ମର୍କାମାନେ ନିଜେ ସକ୍ରିୟ ଭାବେ ଏହି ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇ ପୂଜା ଅଂଚଳରୁ ଅଳିଆ ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି । ଏହି ସଫେଇ କାର୍ଯ୍ୟକ୍ରମରେ ଜ୍ୟୋତିରଂଜନ ଦାସ, ଧୃବଚରଣ ମହାପାତ୍ର, ତ୍ରିନାଥ ମହାନ୍ତି, ବିଜୟ କୁମାର ସେଠୀ, କୌଶଲ୍ୟା ମହାନ୍ତି,ଧରିତ୍ରୀ ସାମଲ, ପୁଷ୍ପା ଦାସ, ସୁଶାନ୍ତ ବାରିକ ପ୍ରମୁଖ ସାମିଲ ହୋଇ ସଫେଇ କରୁଥିବା ଦେଖିବାକୁ ମିଳିଥିଲା । ଟ୍ରଷ୍ଟର ଉପଦେଷ୍ଟା ନିରଂଜନ ନାୟକ, ଟ୍ରଷ୍ଟି କେଦାରନାଥ ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୂଜା ସରିବା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରୀ ରହିବ ବୋଲି ଟ୍ରଷ୍ଟ ସୂଚନା ମିଳିଛି ।

 

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *